Home କନ୍ଧମାଳ ବିଜେପି ତରଫରୁ ରକ୍ତଦାନ

ବିଜେପି ତରଫରୁ ରକ୍ତଦାନ

578

ବାଲି୍‌ଗୁଡା, ୨୭/୪ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) -ବିଜେପି ତରଫରୁ ଏକ ରକ୍ତଦାନ କାର୍ଯ୍ୟକ୍ରମ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଜି ବିଜେପି ତରଫରୁ ସ୍ୱେଛାକୃତ ଭାବେ ରକ୍ତଦାନ କରିଛନ୍ତି ଓ ସାମାଜିକ ଦୁରତା ଓ ଲକଡାଉନରେ ସରକାରଙ୍କ ନିୟମକୁ ମାନି ବିଶେଷ ଗହଳି ନକରି ୬ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।ଭାଜପାର ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରଂଜିତ ସାହୁ, ମଣ୍ଡଳ ସଭାପତି ଦିବାକର ସାହୁ, ନଗର ସାଧାରଣ ସମ୍ପାଦକ ରମାନନ୍ଦ ଘଡେଇ ଓ ଆଦିକନ୍ଦ ପଟ୍ଟନାୟକ, ସୁରେନ୍ଦ୍ର ପାତ୍ର, ଭଗବାନ ସାହୁ, ଅର୍ନ୍ତଯ୍ୟମୀ ବେହେରା ପ୍ରମୁଖ ରକ୍ତଦାନ କରିଥିବା ବେଳର ମୁନା ରଥ, ଅଭୟ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ମେଡିକାଲ ଟେକନିସିଆନ ବଲରାମ ଗୌଡ, ରକ୍ତଭଣ୍ଡାର କର୍ମଚାରୀ ସୁବାଷ ବେହେରା ମାନେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.