Home ଓଡ଼ିଶା ଯୌନ ଶୋଷଣ ଘଟଣା : ପୂର୍ବତନ କେନ୍ଦ୍ରୀୟ ଗୃହ ରାଜ୍ୟମନ୍ତ୍ରୀ ସ୍ଵାମୀ ଚିନ୍ମୟାନନ୍ଦ ଗିରଫ

ଯୌନ ଶୋଷଣ ଘଟଣା : ପୂର୍ବତନ କେନ୍ଦ୍ରୀୟ ଗୃହ ରାଜ୍ୟମନ୍ତ୍ରୀ ସ୍ଵାମୀ ଚିନ୍ମୟାନନ୍ଦ ଗିରଫ

419

ଶାହଜହାଁପୁର ୨୦-୯ (ଓଡ଼ିଆ ପୁଅ) ଆଇନ୍ ଅଧ୍ୟୟନ କରୁଥିବା ଛାତ୍ରୀ (Law Student) ସହିତ ଯୌନ ଶୋଷଣ ମାମଲାରେ ଶୁକ୍ରବାରଦିନ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ପୂର୍ବତନ କେନ୍ଦ୍ରୀୟ ଗୃହ ରାଜ୍ୟମନ୍ତ୍ରୀ ସ୍ଵାମୀ ଚିନ୍ମୟାନନ୍ଦ (Swami Chinmyanand)ଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟଯେ, ସୋମବାରଦିନ ପୀଡ଼ିତା ଛାତ୍ରୀର ୧୬୪ ଧାରା ଅନୁଯାୟୀ ବୟାନ ରେକର୍ଡ଼ କରାଯାଇଥିଲା। ତା’ର ପରେ ପୀଡ଼ିତା ସ୍ଵାମୀ ଚିନ୍ମୟାନନ୍ଦଙ୍କ ବିରୁଦ୍ଧରେ ରେପ କେସ ରୁଜୁ କରି କରିବା ଏବଂ ତାଙ୍କ ଗିରଫ ପାଇଁ ଦାବି କରିଥିଲା ପୀଡ଼ିତା ଛାତ୍ରୀ। ପୀଡ଼ିତା ବୁଧବାରଦିନ ସ୍ଵାମୀ ଚିନ୍ମୟାନନ୍ଦଙ୍କୁ ଗିରଫ ନ କରାଗଲେ ଆତ୍ମହତ୍ୟାର ଧମକ ଦେଇଥିଲା।

ଏସଆଇଟି ଚିନ୍ମୟାନନ୍ଦଙ୍କୁ ଗିରଫ କରିବା ପରେ ତାଙ୍କର ମେଡିକାଲ କରାଇବାପାଇଁ ଜିଲା ହସ୍ପିଟାଲ ନେଇଛି। ଏ ନେଇ ଜିଲା ହସ୍ପିଟାଲରେ ବହୁଳମାତ୍ରାରେ ପୋଲିସ୍ ଫୋର୍ସ୍ ନିଯୁକ୍ତ କରାଯାଇଛି।

ପୁନଶ୍ଚ ସୂଚନାଯୋଗ୍ୟଯେ, ଏସଏସ ଲ କଲେଜରେ ଏଲଏଲଏମ ପଢ଼ୁଥିବା ଛାତ୍ରୀ ୨୪ ଅଗଷ୍ଟରେ ଫେସବୁକରେ ଏକ ଭିଡ଼ିଓ ଭାଇରାଲ୍ କରି ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀଙ୍କ ଉପରେ ଯୌନ ଶୋଷଣର ଗମ୍ଭୀର ଅଭିଯୋଗ ଲଗାଇଥିଲେ। ତା’ ପରେ ସେ ନିଖୋଜ ହୋଇଯାଇଥିଲେ। ତାଙ୍କର ଅପହରଣ ମାମଲା ରୁଜୁ ହୋଇଥିଲା। ଉତ୍ତର ପ୍ରଦେଶ ପୁଲିସ ୩୦ ଅଗଷ୍ଟରେ ରାଜସ୍ଥାନର ଅଲୱରରୁ ପୀଡ଼ିତାକୁ ଖୋଜି ପାଇଥିଲା। ଏହି ମାମଲାରେ ସୁପ୍ରୀମ କୋର୍ଟ ଏସଆଇଟି ଜାଞ୍ଚ ପାଇଁ ଆଦେଶ ଦେଇଥିଲେ। ସୋମବାରଦିନ ପୀଡ଼ିତାଙ୍କର ୧୬୪ ଧାରା ଅନୁଯାୟୀ ବୟାନ ମଧ୍ୟ ରେକର୍ଡ଼ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.