Home ଓଡ଼ିଶା ବେକାର ଯୁବକଯୁବତୀଙ୍କ ପାଇଁ ଗୁଗୁଲ ଆଣିଛି ଏକ ଖୁସି ଖବର

ବେକାର ଯୁବକଯୁବତୀଙ୍କ ପାଇଁ ଗୁଗୁଲ ଆଣିଛି ଏକ ଖୁସି ଖବର

2506

ନୂଆଦିଲ୍ଲୀ,୨୦/୦୯,(ଓଡ଼ିଆ ପୁଅ ପି ନାଏକ): ଭାରତୀୟ ଯୁବକମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି ଗୁଗଲ । ଗୁଗଲର ଆପ୍‌ ମାଧ୍ୟମରେ ବିଭିନ୍ନ କମ୍ପାନୀରେ ଚାକିରୀ ପାଇଁ  ସିଧା ଆବେଦନ କରିପାରିବେ ଆଶାୟୀ ଯୁବକମାନେ ।  ଦିଗ୍ଗଜ ଆଇଟି କମ୍ପାନୀ ଗୁଗଲ ଭାରତୀୟ ଯୁବକମାନଙ୍କୁ ଚାକିରୀ ଖୋଜିବା ପାଇଁ  ନୂଆ ପ୍ଲାଟଫର୍ମ  ଆଣିଛି ।  ଗୁରୁବାରରେ  ଗୁଗଲ ଫର ଇଣ୍ଡିଆ ୨୦୧୯ କନଫରେନ୍ସରେ  ଗୁଗଲ କହିଛି ଯେ, ଯୁବକ ମାନେ ଚାକିରୀ ପାଇଁ ଦିଲ୍ଲୀ-ଏନସିଆର ରେ ଖୋଜିଥାନ୍ତି ଧାଆଁଧପଡ କରିଥାନ୍ତି ।  କିନ୍ତୁ ଗୁଗଲର ନୂଆ ପ୍ଲାଟଫର୍ମ ରେ ସାରା ଦେଶର କେଉଁଠି ଜବ୍‌ର ସୁଯୋଗ ରହିଛି ତାହା ସହଜରେ ପାଇପାରିବେ ଯୁବକ ।  ତେବେ ଏହି  ଆପ୍‌  ପ୍ରଥମେ ଦିଲ୍ଲୀ-ଏନସିଆରରୁ ନିଜର  ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.