Home Top News ଓଡ଼ିଶାକୁ ବ୍ୟାପିଲା ବିବାଦ: ଲାଉଡସ୍ପିକରରେ ଅଜାନ୍ ଶୁଣାଇବା ବନ୍ଦ୍ ଦାବୀ

ଓଡ଼ିଶାକୁ ବ୍ୟାପିଲା ବିବାଦ: ଲାଉଡସ୍ପିକରରେ ଅଜାନ୍ ଶୁଣାଇବା ବନ୍ଦ୍ ଦାବୀ

105

ଭୁବନେଶ୍ୱର/ଭଦ୍ରକ: ଲାଉଡସ୍ପିକରରେ ଅଜାନ୍ ଶୁଣାଇବା ବନ୍ଦ୍ ହେଉ ବୋଲି ଦାବୀ କରିଛନ୍ତି ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ। ଭାରତ ଏକ ଧର୍ମ ନିରପେକ୍ଷ, ଗଣତାନ୍ତ୍ରିକ ରାଷ୍ଟ୍ର। ସବୁ ଧର୍ମର ଏବଂ ପ୍ରତ୍ୟେକ ନାଗରିକଙ୍କ ପାଇଁ ଏଠି ସମାନ ଅଧିକାର ରହିଛି। ଯାହା ପାଇଁ ଯାହା ଧର୍ମ ବଡ଼, ଯାହା ପାଇଁ ଯାହା ପ୍ରାର୍ଥନା ବଡ଼। କିନ୍ତୁ, ଏହାର ଅର୍ଥ ନୁହେଁ, ନିଜର ପ୍ରାର୍ଥନା/ନମାଜ୍ ପାଠ ଅନ୍ୟକୁ ଶୁଣାଇବା ବୋଲି କହିଛନ୍ତି ହରପ୍ରିୟା ସାହୁ। କୌଣସି ଧାର୍ମିକ କାର୍ଯ୍ୟକ୍ରମ ହେଲେ ଲାଉଡସ୍ପିକର ଆଦି ବଜାଇବା ପାଇଁ ଅନୁମତି ନେବାକୁ ହୋଇଥାଏ। ଶବ୍ଦ ପ୍ରଦ୍ୟୁଷଣ, ବାୟୁ ପ୍ରଦୂଷଣ ଆଦି ପାଇଁ ଦୀପାବଳୀରେ ବାଣ ଫୁଟାଇବା ଠାରୁ ଆରମ୍ଭ କରି ବିବାହ ବରଯାତ୍ରୀରେ ଡିଜେ ବଜାଇବା ଅଙ୍କୁଶ ଲଗାଯାଉଛି। କିନ୍ତୁ, ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପ୍ରଚାର ଓ ପ୍ରସାର ପାଇଁ ନିୟମରେ ବ୍ୟତିକ୍ରମ କାହିଁକି ବୋଲି ପ୍ରଶ୍ନ କରିବା ସହ ନିଜେ ଅଜାନ୍ ପାଠ କରନ୍ତୁ, ନିଜେ ଶୁଣନ୍ତୁ। ଅନ୍ୟର ଶାନ୍ତିରେ ବ୍ୟାଘାତ ସୃଷ୍ଟି କରନ୍ତୁ ନାହିଁ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲା ବିଜେପି ଯୁବା ନେତ୍ରୀ ହରପ୍ରିୟା ସାହୁ।ମୁଁ କୌଣସି ଧର୍ମକୂୁ ବିରୋଧ କରୁନି। କିନ୍ତୁ, ସମସ୍ତଙ୍କ ସୁବିଧାକୁ ଦେଖି ପଦକ୍ଷେପ ଗ୍ରହଣ କରିବା ପ୍ରତ୍ୟେକ ଧାର୍ମିକ ଅନୁଷ୍ଠାନର କାର୍ଯ୍ୟ। ନିଜ ପକ୍ଷରୁ ସେମାନେ ଏପରି ପ୍ରଥା ବନ୍ଦ୍ କରନ୍ତୁ। ନଚେତ୍ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ଏ’ ଦିଗରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଯଦି ଆଗାମୀ ୭ ଦିନ ମଧ୍ୟରେ ଏହାର ସମାଧାନ ନହୁଏ, ତେବେ ଏପଟୁ ହନୁମାନ ଚାଲିଶା ପାଠ ଶୁଣିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ ବୋଲି ଚେତାବନୀ ଦେଇଛନ୍ତି ହରପ୍ରିୟା ସାହୁ।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.