Home ଆମ ସଂସ୍କୃତି, କଳା ଓ ଐତିହ୍ୟ ହିନ୍ଦୁ ଜନଜାଗୃତି ସମିତି ପକ୍ଷରୁ ଅନଲାଇନ୍ ବୌଦ୍ଧିକ ଅଧିବେଶନ

ହିନ୍ଦୁ ଜନଜାଗୃତି ସମିତି ପକ୍ଷରୁ ଅନଲାଇନ୍ ବୌଦ୍ଧିକ ଅଧିବେଶନ

1060

ଭୁବନେଶ୍ୱର: ମହାମାରୀ କରୋନା ଏବେ ବୈଶ୍ବିକ ସଙ୍କଟ ହୋଇ ଉଭା ହୋଇଛି। ଏହି ସଙ୍କଟର ମୁକାବିଲା ପାଇଁ ଦେଶରେ ଏବେ ଲକ୍ ଡାଉନ୍ ଘୋଷଣା ହୋଇଛି। ଏହା ଭିତରେ ଆଜି ସନ୍ଧ୍ୟା ୫ଟା ସମୟରେ ହିନ୍ଦୁ ଜନଜାଗୃତି ସମିତି ପକ୍ଷରୁ ଏକ ଅନ୍ ଲାଇନ୍ ବୌଦ୍ଧିକ ଅଧିବେଶନ ଆୟୋଜନ ହେବ। ଏଥିରେ ହିନ୍ଦୁ ଜନଜାଗୃତି ସମିତିର ରାଷ୍ଟ୍ରୀୟ ମାର୍ଗଦର୍ଶକ ଡଃ: ଚାରୁଦତ୍ତ ପିଙ୍ଗଲେ ମାର୍ଗଦର୍ଶନ କରିବେ। ବିଷୟ ରହିବ, “ବର୍ତ୍ତମାନ ଏବଂ ଭବିଷ୍ୟତର ପ୍ରତିକୂଳତାକୁ ନେଇ ଆହ୍ୱାନ, ସୁରକ୍ଷା ଉପାୟ ଏବଂ କର୍ତ୍ତବ୍ୟ”। ଏହି ଅନ୍ ଲାଇନ୍ କାର୍ଯ୍ୟକ୍ରମରେ କେହି ନିଜ ମନରେ ଥିବା ଶଙ୍କାକୁ ନେଇ ପ୍ରଶ୍ନ ପଚାରିପାରିବେ। ଅଧିବେଶନରେ ଏହାର ଉତ୍ତର ଦିଆଯାଇ ସନ୍ଦେହ ଦୂର କରିବାକୁ ଚେଷ୍ଟା କରାଯିବ। ସନ୍ଧ୍ୟା ୫”ଟା ରୁ ସନ୍ଧ୍ୟା ୬:୩୦ ପର୍ଯ୍ୟନ୍ତ ୟୁଟ୍ୟୁବ୍ ଚ୍ୟାନେଲ୍ Youtube.com/HinduJagruti ଏବଂ ଫେସବୁକ୍ Fb.com/HinduAdhiveshan ରେ ଏହାର ସିଧା ପ୍ରସାରଣ ହେବ। -ଦେବଦତ୍ତ ରଥ

ସସ୍ପେନ୍ସ୍: କିମ୍ ଜୋଙ୍ଗ୍ ଉନ୍ ମୃତ ନାଁ ଜୀବିତ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.