Home କେନ୍ଦୁଝର ପାଟଣାର ବାବା ପରମେଶ୍ବର ଦ୍ଵାଦଶ ଜ୍ୟାତିର୍ଲିଙ୍ଗ ମନ୍ଦିରରେ ରୀତିନୀତିରେ ସମାପନ ହେଲା ବାର୍ଷିକ ପୂଜା

ପାଟଣାର ବାବା ପରମେଶ୍ବର ଦ୍ଵାଦଶ ଜ୍ୟାତିର୍ଲିଙ୍ଗ ମନ୍ଦିରରେ ରୀତିନୀତିରେ ସମାପନ ହେଲା ବାର୍ଷିକ ପୂଜା

573

କେନ୍ଦୁଝର ,ତା ୨୭ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ସୀତାରାମ ଦୀକ୍ଷିତ) ବାବା ପରମେଶ୍ବର ଦ୍ଵାଦଶ ଜ୍ୟାତିର୍ଲିଙ୍ଗ ମନ୍ଦିର କେନ୍ଦୁଝର ଜିଲ୍ଲା ପାଟଣା ଠାରେ ସମସ୍ତ ରୀତିନୀତିରେ ନ୍ୟଷ୍ଟିକ ପୁରହିତ ତଥା ମନ୍ଦିର ପୂଜକମାନଙ୍କ ଉପସ୍ଥିତିରେ ବାର୍ଷିକ ପୂଜା ନିରାଡ଼ମ୍ବର ଭାବେ ସମାପନ ହୋଇଯାଇଛି । ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥା ଆମ ଓଡ଼ିଶା ମୁଖ୍ୟମନ୍ତ୍ରୀ ମାନନୀୟ ନବୀନ ପଟ୍ଟନାୟକଙ୍କ ଆହ୍ୱାନକୁ ତଥା ସରକାରଙ୍କ ଲକ୍ ଡାଉନକୁ ସମ୍ମାନ ଜଣାଇ ଲୋକ ସମାଗମରୁ ଦୂରେଇ ରହି ଏବଂ ସାମାଜିକ ଦୁରତ୍ୱକୁ ପ୍ରାଧାନ୍ୟ ଦେଇ ହୋମ ଓ ପୂଜା ଠାକୁର ଠାକୁରାଣୀଙ୍କୁ ଅର୍ପଣ କରାଯାଇଛି । ଲୋକଙ୍କ ସମାଗମକୁ ସମ୍ପୂର୍ଣ୍ଣ ରୂପେ ଟ୍ରଷ୍ଟ ତରଫରୁ ବାରଣ କରାଯାଇଥିଲା, କାରଣ ବର୍ଷକୁ ବର୍ଷ ମନ୍ଦିରରେ ଶହ ଶହ ଭକ୍ତ ତଥା ଦର୍ଶକ ରୁଣ୍ଡ ହୋଇଥାନ୍ତି ଏବଂ ମେଳା ସହିତ ସେ ଅଞ୍ଚଳ ପର୍ବ ସଦୃଶ୍ୟ ଉତ୍ସବ ମୁଖର ହୋଇ ଉଠିଥାଏ । ଚମ୍ପୁଆ ନିର୍ବାଚନ ମଣ୍ଡଳୀ, ଭଦ୍ରାସାହିର ବିଶିଷ୍ଟ ସମାଜସେବୀ ତଥା ଏହି ମନ୍ଦିରର ପ୍ରତିଷ୍ଠାତା ଶ୍ରୀମନ୍ତ କୁମାର ତ୍ରିପାଠୀ ତାଲାବନ୍ଦ ପାଇଁ ନ ଯିବାରୁ ତାଙ୍କର ବଡ ଜୁଆଁଇଁ ଅରବିନ୍ଦ ଦାସ ଓ ଝିଅ ଚନ୍ଦ୍ରାବତୀ ଦାସ ସମସ୍ତ ପୂଜାବିଧାନ କାର୍ଯ୍ୟକୁ ସମ୍ପାଦନ କରିଛନ୍ତି । ସମସ୍ତ ଭକ୍ତଙ୍କ ତରଫରୁ ପ୍ରଭୁଙ୍କ ସହିତ ମନ୍ଦିରର ସମସ୍ତ ଠାକୁର ଠାକୁରାଣୀଙ୍କୁ ପାର୍ଥନା କରାଯାଇଛି କି ଏହି ରାକ୍ଷସ ରୂପୀ ମହମାରୀ କୋରୋନାରୁ ଶୀଘ୍ର ଓଡିଶା ତଥା ବିଶ୍ୱବାସୀଙ୍କୁ ରକ୍ଷା କରନ୍ତୁ । ଏହିପରି ଭାବେ ପାଟଣା ମନ୍ଦିରର ବାର୍ଷିକ ଉତ୍ସବ ୨୬ତାରିଖ ଦିନ ତଥା ଅକ୍ଷୟ ତୃତୀୟା ତିଥିରେ ଖୁବସୁନ୍ଦର ଭାବେ ସମାପନ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.