Home Top News ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜର୍ମାନ ଚାନସେଲର ଆଞ୍ଜେଲା ମର୍କେଲଙ୍କ ସହ ଆଫଗାନ ପରିସ୍ଥିତି ସଂପର୍କରେ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜର୍ମାନ ଚାନସେଲର ଆଞ୍ଜେଲା ମର୍କେଲଙ୍କ ସହ ଆଫଗାନ ପରିସ୍ଥିତି ସଂପର୍କରେ ଆଲୋଚନା

79

ନୂଆ ଦିଲ୍ଲୀ ୨୪ ଅଗଷ୍ଟ (ଓଡ଼ିଆ ପୁଅ/ବସନ୍ତ କୁମାର ହାତି) ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଫଗାନିସ୍ତାନରେ ଉଦଦ୍ଭବ ସମସ୍ୟା ସମେତ ଦ୍ୱିପାକ୍ଷିକ, ବହୁପକ୍ଷୀୟ ଏବଂ ଆଂଚଳିକ ସମସ୍ୟା ସମ୍ପର୍କରେ ସୋମବାର ଦିନ ଜର୍ମାନ ଚାନ୍ସେଲର ଆଂଜେଲା ମର୍କେଲଙ୍କ ସହ ଫୋନରେ ଆଲୋଚନା କରିଛନ୍ତି।ଏହି ଦୁଇ ନେତା ବର୍ତ୍ତମାନ ଆଫଗାନସ୍ତାନରେ ଦେଖାଦେଇଥିବା ସୁରକ୍ଷା ସଂପର୍କିତ ବ୍ୟବସ୍ଥା ଓ ବିଶ୍ବ ସମୁଦାୟ ଉପରେ ପଡୁଥିବା ଏହାର ପ୍ରଭାବ ଉପରେ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ପ୍ରେସ ଇସ୍ତାହାରରେ କୁହାଯାଇଛି।

ଶାନ୍ତି ଏବଂ ନିରାପତ୍ତାକୁ ବଜାୟ ରଖିବା ସହ ମଂଗଳବାର ଦିନ ଉତ୍ତର ଆଫଗାନ ମଜାର-ଇ-ସରିଫରୁ କୂଟନୀତିଜ୍ଞ ତଥା ନାଗରିକ ମାନଙ୍କୁ ଆଣିବା ପାଇଁ ଭାରତ ଏକ ସ୍ବତନ୍ତ୍ର ବାୟୁସେନାବିମାନର ବ୍ଯବସ୍ଥା କରିଥିବା ସୂଚନା ମିଳିଛି। ବାଣିଜ୍ଯ ବିମାନ ସେବା ବନ୍ଦ ହେବା ପୂର୍ବରୁ ସମସ୍ତ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବାକୁ ଚାନ୍ସେଲର ମର୍କେଲ ପରାର୍ମଶ ଦେଇଥିଲେ।

ରବିବାର ଦିନ ତିନୋଟି ବିମାନରେ ୪୦୦ ଲୋକ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦ୍ୱିପାକ୍ଷିକ ବିଷୟ, କୋଭିଡ୧୯ ବିରୁଦ୍ଧରେ ଟିକାକରଣରେ ସହଯୋଗ, ଏହା ବାଦ ଜଳବାୟୁ, ଶକ୍ତି, ବାଣିଜ୍ୟ ଓ ଅର୍ଥନୈତିକ ସଂପର୍କରେ ଆଲୋଚନା ହୋଇଥିଲା। ଭାରତ ପ୍ରଶାନ୍ତ ମହାସାଗର ରେ ସହଯୋଗ, ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ, ଭଳି ବହୁପକ୍ଷୀୟ ସ୍ବାର୍ଥ ପ୍ରସଙ୍ଗରେଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.