Home ଅପରାଧ ସୋସିଆଲ ମିଡିଆ ସହ ଆଧାର ଲିଙ୍କ: ଏବେ ଜଣାପଡ଼ିବ ଆଞ୍ଜେଲ ପ୍ରିୟା ସୁକୁଟି ସାହୁ ବୋଲି!

ସୋସିଆଲ ମିଡିଆ ସହ ଆଧାର ଲିଙ୍କ: ଏବେ ଜଣାପଡ଼ିବ ଆଞ୍ଜେଲ ପ୍ରିୟା ସୁକୁଟି ସାହୁ ବୋଲି!

958

ଭୁବନେଶ୍ୱର: ଓଡ଼ିଆରେ ଗୋଟେ ଗୀତ ଥିଲା, “ଥରେ ଆଧାର କାର୍ଡ ଲିଙ୍କ ହେଉ ଫେସବୁକରେ ଖାଲି, ତେବେ ଜଣାପଡ଼ିବ ଆଞ୍ଜେଲ ପ୍ରିୟା ସୁକୁଟି ସାହୁ ବୋଲି”।ଗୀତଟି ଖୁବ୍ ହିଟ୍ ହେଇଥିଲା।ତେବେ, ଏବେ ବୋଧେ ଏହି ଗୀତଟିର କଥା ସତ ହେବାକୁ ଯାଉଛି।ଫେସବୁକ ସହ ଅନ୍ୟାନ୍ୟ ସୋସିଆଲ ମିଡିଆ ଆକାଉଣ୍ଟ ସହ ଆଧାର ଲିଙ୍କ ଜରୁରୀ ହୋଇପାରେ।

ସୋସିଆଲ ମିଡିଆ ମାଧ୍ୟମରେ ମିଥ୍ୟା ଖବର, ଅଶ୍ଳୀଳ ଫଟୋ, ଭିଡିଓ ଏବଂ ରାଷ୍ଟ୍ର ବିରୋଧୀ ଲେଖା ଆଖି ପିଛୁଳାକେ ଭାଇରାଲ ହେଇ ଯାଉଛି।ଏହା ଏକ ପ୍ରକାର ସାଇବର ଅପରାଧ ହୋଇଥିଲେ ମଧ୍ୟ କିଏ ଏହାକୁ ଭାଇରାଲ କରୁଛି ତାହା ଜାଣିବା କଷ୍ଟସାଧ୍ୟ ହେଉଛି।ତେଣୁ ଏହାକୁ ଅଟକାଇବା ଲାଗି ଆଗକୁ ସୋସିଆଲ ମିଡିଆ ଆକାଉଣ୍ଟ ସହିତ ନିଜର ଆଧାର କାର୍ଡ ଲିଙ୍କ୍‌ କରିବାକୁ ପଡ଼ିପାରେ।ସୁପ୍ରିମକୋର୍ଟରେ ଏ’ ସମ୍ପର୍କିତ ଆଗତ ଏକ ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ଆଟର୍ନି ଜେନେରାଲ କେ.କେ ବେଣୁଗୋପାଳ ମଧ୍ୟ ଏହାକୁ ବାଧ୍ୟତାମୂଳକ କରିବା ଉଚିତ ବୋଲି ମତ ରଖିଛନ୍ତି।

ସୂଚନା ମୁତାବକ, ଫେସ୍‌ବୁକ, ହ୍ବାଟ୍ସଆପ୍‌, ୟୁଟ୍ୟୁବ ଭଳି ସୋସିଆଲ ମିଡିଆ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟର ହାଇକୋର୍ଟରେ ଏ ନେଇ ପିଟିସନ ଦାୟର କରାଯାଇଥିଲା।ଏସବୁ ପିଟିସନକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରି ଏକତ୍ର ଶୁଣାଣି କରିବା ଲାଗି ଫେସବୁକ୍‌ ଏବଂ ହ୍ବାଟ୍ସଆପ ପକ୍ଷରୁ ଆବେଦନ କରାଯାଇଛି।ସୋସିଆଲ ମିଡିଆ ଆକାଉଣ୍ଟରେ ବ୍ୟବହାରକାରୀ ତାଙ୍କ ପ୍ରୋଫାଇଲରେ ଆଧାର ଲିଙ୍କ କଲେ ଏହା ଅଧିକ ନିର୍ଭୁଲ ହେବ ବୋଲି ଫେସବୁକ୍‌ ପକ୍ଷରୁ କୁହାଯାଇଛି। ସୁପ୍ରିମକୋର୍ଟ ଏହାର ଶୁଣାଣି କରି କେନ୍ଦ୍ର ସରକାର, ଗୁଗୁଲ, ଟ୍ବିଟର ଏବଂ ୟୁଟ୍ୟୁବ ସମେତ ଆବେଦନକାରୀଙ୍କୁ ମଧ୍ୟ ନୋଟିସ୍‌ ଜାରି କରିଛନ୍ତି।ତେବେ ସୋସିଆଲ ମିଡିଆ ଆକାଉଣ୍ଟ ସହିତ ଆଧାର ନମ୍ବର ଲିଙ୍କ କରିବା ଆବେଦନକୁ ବିଭିନ୍ନ ରାଜ୍ୟ ସରକାର ଗ୍ରହଣ କରିପାରୁ ନାହାନ୍ତି।ଏହାଦ୍ୱାରା ବ୍ୟକ୍ତିଗତ ତଥ୍ୟ ଏବଂ ଗୋପନୀୟତା ପ୍ରଘଟ ହେବା ଆଶଙ୍କା ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। କିନ୍ତୁ ଫେସ୍‌ବୁକ୍‌ ପକ୍ଷରୁ ରାଜ୍ୟର ପରାମର୍ଶକୁ ବିରୋଧ କରାଯାଇଛି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.