Home ଓଡ଼ିଶା INX ଦୁର୍ନିତି: ପି.ଚିଦାମ୍ବରମ୍ ଙ୍କ ଘରେ ପହଁଚିଲା CBI ଟିମ, ଗିରଫ ହୋଇପାରନ୍ତି

INX ଦୁର୍ନିତି: ପି.ଚିଦାମ୍ବରମ୍ ଙ୍କ ଘରେ ପହଁଚିଲା CBI ଟିମ, ଗିରଫ ହୋଇପାରନ୍ତି

257

ନୂଆ ଦିଲ୍ଲୀ ୨୦-୮ (ଓଡ଼ିଆ ପୁଅ) ଆଇଏନଏକ୍ସ ମିଡ଼ିଆ ଦୁର୍ନିତି ସମ୍ବନ୍ଧିତ ଭ୍ରଷ୍ଟାଚାର ଏବଂ ମନିଲଣ୍ଡ୍ରିଙ୍ଗ ମାମଲାରେ କଂଗ୍ରେସ ନେତା ଏବଂ ପୂର୍ବତନ ଗୃହ ମନ୍ତ୍ରୀ ପି.ଚିଦାମ୍ବରମ୍ ଙ୍କର ଅଗ୍ରିମ ଜାମିନ ଆବେଦନ ଉପରେ ସୁପ୍ରୀମ କୋର୍ଟ ତୁରନ୍ତ ଶୁଣାଣି କରିବାକୁ ମନା କରିଦେଲେ।

ଏବେ ଚିଫ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କର ବେଞ୍ଚ ବୁଧବାରଦିନ ଏହି ମାମଲାରେ ଶୁଣାଣି କରିବେ। ଶୁଣାଣି ପୂର୍ବରୁ ଚିଦାମ୍ବରମ୍ ଙ୍କର ଘରେ ସିବିଆଇର ୬ଜଣିଆ ଟିମ ପହଁଚିଛି।

ଏହା ପୂର୍ବରୁ ମଙ୍ଗଳବାରଦିନ ଦିଲ୍ଲୀ ହାଇକୋର୍ଟ ତାଙ୍କ ଅଗ୍ରିମ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ।

 

ଅଗ୍ରିମ ଜାମିନ୍ ଯାଚିକା ଖାରଜ କରି ଦିଆଯିବା ପରେ କଂଗ୍ରେସ ନେତା ପି.ଚିଦାମ୍ବରମ୍ ମଙ୍ଗଳବାରଦିନ ବରିଷ୍ଠ ଓକିଲ କପିଲ ସିବ୍ବଲ, ଅଭିଷେକ ମନୁ ସିଂଘବୀ ଏବଂ ସଲମାନ ଖୁର୍ଶୀଦଙ୍କ ସହିତ ମିଶି ବିରାର ବିମର୍ଷ କରୁଛନ୍ତି।

କ’ଣ ପୂରା ମାମଲା

ଏହି ମାମଲା ୨୦୦୭ର ଅଟେ। ଯେତେବେଳେ ସେ ଉପା ସରକାରଙ୍କର କାର୍ଯ୍ୟକାଲରେ ଅର୍ଥମନ୍ତ୍ରୀ ଥିଲେ। ସେହି ସମୟରେ ଆଇଏନଏକ୍ସ ମିଡ଼ିଆକୁ ୩୦୫ କୋଟି ଟଙ୍କାର ବିଦେଶୀ ଧନରାଶି ପ୍ରାପ୍ତ କରିବା ପାଇଁ ବିଦେଶୀ ନିବେଶ ସଂବର୍ଧନ ବୋର୍ଡ (ଏଫଆଇପିବି) ର ମଞ୍ଜୁରୀ ଦେବାପାଇଁ କଥିତ ଅନିୟମିତତା କରିଥିବାର ଅଭିଯୋଗ ଲାଗିଛି। ୨୦୧୮ ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଲୟ ଏହି ସମ୍ବନ୍ଧରେ ଧନ ଶୋଧନ ମାମଲା ରୁଜୁ କରିଥିଲେ। ସିବିଆଇ ପଚରା ଉଚରା କରିବା ପାଇଁ ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ୍ କୁ ସମନ କରିଥିଲା।

ଆଜି ହାଇକୋର୍ଟରୁ ମିଳିଲା ଝଟକା
ଚଳିତ ବର୍ଷ ଜାନୁଆରିରେ ଉଚ୍ଚ ନ୍ୟାୟାଳୟ ଦୁଇଟି ମାମଲାରେ ଚିଦାମ୍ବରମ୍ ଙ୍କର ଅଗ୍ରିମ ଜାମିନ୍ ଆବେଦନ ଉପରେ ରାୟ ସୁରକ୍ଷିତ ରଖିଥିଲେ। ମଙ୍ଗଳବାର ୨୦ ଅଗଷ୍ଟ ଅର୍ଥାତ୍ ଆଜି ଉଚ୍ଚ ନ୍ୟାୟାଳୟ ଚିଦାମ୍ବରମ୍ ଙ୍କର ଅଗ୍ରିମ ଜାମିନ୍ ଆବେଦନକୁ ନାମଞ୍ଜୁର କଲେ। ଏହା ସହିତ ହିଁ ଉଚ୍ଚ ନ୍ୟାୟାଳୟ କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ପି. ଚିଦାମ୍ବରମ୍ ଙ୍କୁ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ପଡ଼ିଥିଲା। କିନ୍ତୁ ଉଚ୍ଚତମ ନ୍ୟାୟାଳୟ ତୁରନ୍ତ ଶୁଣାଣି ପାଇଁ ମନା କରିଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.