Home ଅପରାଧ ସାବଧାନ୍: ପାର୍ସଲରେ ସାପ !

ସାବଧାନ୍: ପାର୍ସଲରେ ସାପ !

1317

ଭୁବନେଶ୍ୱର: ପାର୍ସଲ ପେଟି ଭିତରୁ ବାହାରିଲା ୬ଫୁଟ ଲମ୍ବର ନାଗ ସାପ।କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ୫ ନମ୍ବର ୱାର୍ଡ଼ରେ ରହୁଥିବା ମୁଥକୁମାର ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ଆସିଥିଲା ଏହି ପାର୍ସଲ।ତେବେ ସେ ପାର୍ସଲ ପେଟି ଖୋଲିବା ପରେ ଦେଖିଲେ କୌଣସି ସାମଗ୍ରୀ ବଦଳରେ ସେଥିରେ ଥିଲା ଏକ ନାଗ ସାପ।ସାପଟିକୁ ଦେଖି ମୁଥକୁମାର ଆତଙ୍କିତ ହୋଇପଡ଼ିଥିଲେ।ଅଗ୍ରୱାଲ ପ୍ୟାକର୍ସ ଆଣ୍ଡ ମୁଭର୍ସ ନାମକ ଏକ କୋରିଅରରୁ ଏହି ପାର୍ସଲଟି ଆସିଥିଲା।ଏ’ ନେଇ ରାଇରଙ୍ଗପୁର ରେଞ୍ଜର ଅଶୋକ ଦାସ ସୁଚନା ପାଇ ଦୁଇ ଜଣ ଫରେଷ୍ଟ ଗାର୍ଡ଼ଙ୍କୁ ପଠାଇଥିଲେ।ସାପଟିକୁ ଫରେଷ୍ଟ ଗାଡ଼ଙ୍କ ସହାୟତାରେ ଉଦ୍ଧାର କରାଯାଇ କୁଚେଇବୁଢୀ ସଂରକ୍ଷିତ ଜଙ୍ଗଲରେ ଛଡ଼ା ଯାଇଛି।//ଦେବଦତ୍ତ ରଥ

ମାଡ଼ ମୂଲଉଛନ୍ତି କି ପପୁ ? ଧର୍ମ,ଦେବାଦେବୀ ଏବଂ ନାରୀଙ୍କୁ ଅସମ୍ମାନ ତାଙ୍କର ଅଭ୍ୟାସଗତ ତୃଟି!

ଭୁଲ ଇଞ୍ଜେକ୍ସନ ବାଳିକାର ପ୍ରାଣ ନେଲା !

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.