Home ଓଡ଼ିଶା ବିଏସ-୬ ଚାରି ଚକିଆ ଯାନର ନମ୍ବର ପ୍ଲେଟ ଷ୍ଟିକରରେ ରହିବ ସ୍ବତନ୍ତ୍ର ରଙ୍ଗର ବ୍ୟାଣ୍ଡ

ବିଏସ-୬ ଚାରି ଚକିଆ ଯାନର ନମ୍ବର ପ୍ଲେଟ ଷ୍ଟିକରରେ ରହିବ ସ୍ବତନ୍ତ୍ର ରଙ୍ଗର ବ୍ୟାଣ୍ଡ

314

– ୧ ସେମି ମୋଟେଇର ସବୁଜ ପଟି ଚାରିଚକିଆର ଓ୍ବିଣ୍ଡଶିଲ୍ଡ ଉପରେ ପଞ୍ଜିକରଣ ବିବରଣୀର ଷ୍ଟିକର ପାଇଁ ଲଗାଯିବ

ନୂଆ ଦିଲ୍ଲୀ ୯-୬ (ଓଡ଼ିଆ ପୁଅ) ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ୫ ଜୁନ, ୨୦୨୦ରେ ଏକ ଏସ.ଓ. ୧୯୭୯ (ଇ) ଜାରି କରାଯାଇଥିଲା। ଯେକୌଣସି ବିଏସ-୬ ଶ୍ରେଣୀର ବାହନରେ ଥିବା ଷ୍ଟିକର ଉପରେ ଏକ ୧ ସେମି ମୋଟେଇର ଏକ ସବୁଜ ରଙ୍ଗର ପଟି ଲଗାଇବା ପାଇଁ ଏଥିରେ ବାଧ୍ୟତାମୂଳକ କରାଯାଇଥିଲା। ପେଟ୍ରୋଲ କିମ୍ବା ସିଏନଜି ଗାଡ଼ି ପାଇଁ ହାଲକା ନୀଳ ରଙ୍ଗର ଷ୍ଟିକର ଓ ଡିଜେଲ ଗାଡ଼ି ପାଇଁ କମଳା ରଙ୍ଗର ଷ୍ଟିକର ଉପରେ ଏହି ସବୁଜ ରଙ୍ଗର ପଟି ଦିଆଯିବାର ନିୟମ କରାଯାଇଥିଲା। ବର୍ତ୍ତମାନ ଏହି ୧ ସେମି ମୋଟେଇର ଷ୍ଟିକର ବିଏସ ୬ ବାହନର ଓ୍ବିଣ୍ଡଶିଲ୍ଡ ଉପରେ ଲଗାଇବାର ନିୟମକୁ ବାଧ୍ୟତାମୂଳକ କରାଯାଇଛି।

ବିଏସ-୬ ନିର୍ଗମନ ମାନକକୁ ୧ ଏପ୍ରିଲ ୨୦୨୦ ଠାରୁ ବାଧ୍ୟତାମୂଳକ କରାଯାଇଛି। ଏଥିରେ ଥିବା ଷ୍ଟିକର ଏବଂ ସ୍ବଚ୍ଛ ନିର୍ଗମନ ସର୍ତ୍ତାବଳୀ ସାରା ବିଶ୍ବରେ ଅନୁସରଣ କରାଯାଉଥିବା ନିର୍ଗମନ ମାନକ ସହିତ ସମାନ। ଏଭଳି ନିର୍ଗମନ ମାନକ ନିମନ୍ତେ ବାହନ ସ୍ବତନ୍ତ୍ର ପରିଚୟ ନିର୍ଦ୍ଧାରଣକୁ ଅନ୍ୟ ରାଷ୍ଟ୍ରଗୁଡ଼ିକ ପାଳନ କରୁଛନ୍ତି। ଏ ଦିଗରେ ଅନୁରୋଧ କରାଯିବା ପରେ ସରକାରଙ୍କ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.