Home ଓଡ଼ିଶା ୨ୟ ମହିଳା ମୁଖ୍ୟମନ୍ତ୍ରୀ!ଚର୍ଚ୍ଚାରେ ଅପରାଜିତା;କ’ଣ ପାଇଁ ଏତେ ଚର୍ଚ୍ଚା?

୨ୟ ମହିଳା ମୁଖ୍ୟମନ୍ତ୍ରୀ!ଚର୍ଚ୍ଚାରେ ଅପରାଜିତା;କ’ଣ ପାଇଁ ଏତେ ଚର୍ଚ୍ଚା?

2743

ମୁଖ୍ୟମନ୍ତ୍ରୀ ରେସରେ ନୂଆ ଏକ ଚେହେରା
ଭୁବନେଶ୍ୱର:ନନ୍ଦିନୀ ଶତପଥୀଙ୍କ ପରେ ଓଡ଼ିଶା କ’ଣ ଦେଖିବାକୁ ପାଇବ ଦୂତୀୟ ୨ୟ ମହିଳା ମୁଖ୍ୟମନ୍ତ୍ରୀ?ଏହିପରି ଏକ ଆଲୋଚନା ଓଡ଼ିଶାର ରାଜନୀତି ମହଲରେ ଚର୍ଚ୍ଚା ହେଉଛି।ଅପରାଜିତା ରାଜନୀତିରେ ପାଦ ପକାଉ ନ ପକାଉଣୁ ତାଙ୍କୁ ନେଇ ଢେର ଆଲୋଚନା।ମିଡିଆ/ସୋସିଆଲ ମିଡିଆ ଠାରୁ ଚା’ ଖଟି ଯାଏଁ ଆଜି ଯଦି ଓଡ଼ିଶାରେ କୌଣସି ରାଜନୈତିକ ବ୍ୟକ୍ତିଙ୍କ କଥା ଅଧିକ ଆଲୋଚନା ହେଉଥାଏ,ସେ ହେଲେ ଅପରାଜିତା ଷଡ଼ଙ୍ଗୀ।

ସବୁ ଦଳରେ କିଛି ଦିନ ହେଲା ଏବେ ମିଶ୍ରଣ ପର୍ବ ଚାଲିଛି।କିନ୍ତୁ ଏସବୁ ମିଶ୍ରଣକୁ ମଙ୍ଗଳବାର ଦିନ ଅପରାଜିତାଙ୍କ ମିଶ୍ରଣ ବଳିଯାଇଛି।ସେ ବିଜେପିରେ ଯୋଗ ଦେବା ଖବର ଜଣାପଡ଼ିବା ପରଠାରୁ ବିଜେପି ଦଳ ସମେତ ପୂରା ଓଡ଼ିଶା ରାଜନୀତି ଭିତରେ ସେ ଚର୍ଚ୍ଚିତ ହୋଇ ରହିଛନ୍ତି।ସେ ବିଜେପିରେ ଏକ ଗୁରୁ ଦାୟିତ୍ୱ ନେବା କଥା,ଏପରିକି ସେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହୋଇପାରନ୍ତି! ବୋଲି ଆଲୋଚନା ଜୋର ଧରିଛି।

କ’ଣ ପାଇଁ ଏତେ ଚର୍ଚ୍ଚିତ ଅପରାଜିତା:-
କାରଣ ମଧ୍ୟ ରହିଛି।ପ୍ରଥମରେ ଅପରାଜିତା ତ’ ତାଙ୍କ ଚାକିରୀ କ୍ଷେତ୍ରରେ ଅନେକ ବଳିଷ୍ଠ ପଦକ୍ଷେପ ନେଇ ପୂର୍ବରୁ ଚର୍ଚ୍ଚିତ ଥିଲେ।କିନ୍ତୁ ଏବେ ରାଜନୀତିରେ ଯୋଗ ଦେଉ ଦେଉ ତାଙ୍କ ପଦକ୍ଷେପ ଏବଂ ପାରିପାର୍ଶ୍ବିକ ସ୍ଥିତି ତାଙ୍କୁ ଚର୍ଚ୍ଚାରେ ରଖୁଛି।ବିଜେପିରେ ଅନେକ ଯୋଗ ଦେଇଥିବା ବେଳେ ସେମାନେ ରାଜ୍ୟ ନେତୃତ୍ୱ ବିଶେଷ କରି ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଜନାରେ ଦଳରେ ମିଶୁଥିଲେ।କିନ୍ତୁ ଅପରାଜିତା ସିଧା କେନ୍ଦ୍ର ନେତୃତ୍ୱଙ୍କ ଯୋଜନାରେ ଆସିଲେ।ପୁଣି ପ୍ରଧାନମନ୍ତ୍ରୀ ମୋଦୀ /ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସହିତ ତାଙ୍କର ଭଲ ସଂପର୍କ।ଆଉ ଏକ କଥା ଅପରାଜିତା ବିଜେପିରେ ଯୋଗ ଦେବା ନେଇ ମୋଦୀଙ୍କ କାର୍ଯ୍ୟଧାରା ସହ ବିଜେପିର ବିଚାରଧାରାରେ ସେ ପ୍ରଭାବିତ ବୋଲି କହିଥିଲେ।ଅର୍ଥାତ୍ ସେ ପ୍ରଥମରୁ ହିଁ ମୋଦୀଙ୍କ ପ୍ରତି ରହିଥିବା ଶ୍ରଦ୍ଧା,ମୋଦୀଙ୍କ ସହ ସଂପର୍କ ସହିତ ବିଜେପି ସଙ୍ଗଠନର ବିଚାରଧାରା ସହ ନିଜକୁ ଯୋଡ଼ି ଦେଇଛନ୍ତି।ଏହା ସହ ଅପରାଜିତା କହିଥିଲେ ସେ ନିଷ୍ପତି ନେବା ପୂର୍ବରୁ ସେ ତିନୋଟି ବହି ପଢ଼ିଛନ୍ତି।ଏବଂ ତା’ ପରେ ନିଷ୍ପତି ନେଇଛନ୍ତି।କଥା କେବଳ ତିନୋଟି ବହିରେ ନୁହେଁ,କଥା ବହି ଭିତରେ ଥିବା ସେହି ବିଚାର ଭିତରେ।ଅପରାଜିତା ଯୋଗ ଦେବା ସମୟରେ ତାଙ୍କ କଥା ସମେତ ତାଙ୍କ ପରିଧାନ,ଶରୀରର ପରିଭାଷା(ବଡି ଲାଙ୍ଗୁଏଜ) ଆଦି ମଧ୍ୟ ଅନେକ କିଛି ସଙ୍କେତ କରୁଛି।ବିଜେପି ସଙ୍ଗଠନରେ ଥିବା ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ସମେତ ସଂଘ ଏବଂ ସଙ୍ଗଠନରେ ଅନେକ ବୋଧେ ଅଜାଣତରେ ଏହା ଅନୁଭବ କରି ପାରୁଛନ୍ତି।ସେଥିପାଇଁ ବୋଧେ ଏବେ ସବୁଠି ତାଙ୍କ ଆଲୋଚନା।କିଛି ଦିନ ହେଲା ନବୀନଙ୍କ ବିକଳ୍ପ ଭାବରେ କେବଳ ଯେଉଁ ଧର୍ମେନ୍ଦ୍ରଙ୍କ ନାଁ ଆଲୋଚନା ହୋଇ ଆସୁଥିଲା,ଏବେ ସେଥିରେ ଅପରାଜିତା ନାମ ଯୋଡ଼ି ହୋଇ ଯାଇଛି।ଏମିତିରେ,ଆରମ୍ଭରୁ “ମୁଁ ନୁହେଁ,ଆମେ” ଟ୍ୱିଟରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମନ ଜିଣି ସାରିଥିଲେ ଅପରାଜିତା।ପୁଣି ଦଳରେ ମିଶିବା ପରେ କହିଛନ୍ତି ସେ ଜଣେ ସାଧାରଣ କର୍ମି ଭାବରେ ଦଳରେ ଯୋଗ ଦେଇଛନ୍ତି ଏବଂ ଆଗାମୀ ଦିନରେ ଏକ ଟିମ ଭାବରେ ଆମେ କାମ କରିବୁ।

ଜୁଏଲ ପୂର୍ଣ୍ଣଛେଦ ପକାଇଲେନି;ଆଲୋଚନାକୁ ଖୋରାକ ଯୋଗାଇଲେ:-
ଏ ଭିତରେ କୁହାଗଲା ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏପରି ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।ଧର୍ମେନ୍ଦ୍ର ଆମର ମୁଖ୍ୟମନ୍ତ୍ରୀ ପାର୍ଥି ବୋଲି ଜୁଏଲ କହିଛନ୍ତି।କିନ୍ତୁ ଜୁଏଲଙ୍କ ଏପରି କହିବାଟା ସିନା ଦଳ ଭିତରେ ସେଇ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଆନନ୍ଦ ଦେଇଛି।କିନ୍ତୁ ତା’ର ଯେ ଅନେକ ଭିନ୍ନ ଅର୍ଥ କାଢୁଛନ୍ତି।ଅସହ୍ୟ ହୋଇ, ବିଚଳିତ ହୋଇ ଜୁଏଲ ଏପରି କହିଥିବା ଆଲୋଚନା ହେଉଛି।ଅପରାଜିତା ଦଳରେ ଯୋଗ ଦେବାର ଅଳ୍ପ କେଇ ସମୟ ଭିତରେ ଜୁଏଲଙ୍କ ଏପରି ମନ୍ତବ୍ୟରୁ ଏପରି ସନ୍ଦେହ ହେଉଛି।କାରଣ ବିଜେପି ଦଳକୁ ଠିକରେ ଜାଣିଥିବା ନେତା/କାର୍ଯ୍ୟକର୍ତ୍ତା ଏବଂ ନିଜେ ଜୁଏଲ ଓ ଧର୍ମେନ୍ଦ୍ର ଜାଣନ୍ତି ଏ ନିଷ୍ପତି ନେବାର ଅଧିକାର ଜୁଏଲଙ୍କ ପାଖରେ ନାହିଁ।କେନ୍ଦ୍ରୀୟ ନେତୃତ୍ୱ ଏବଂ ପାର୍ଲିଆମେଣ୍ଟାରୀ ବୋର୍ଡ ଏହି ନିଷ୍ପତି ନେବ।ଜୁଏଲ ଯେ ବିଚଳିତ ହୋଇ ଏପରି କହିଥିବା ବା ଜୁଏଲଙ୍କ ମୁହଁରୁ କୁହାଯାଇଥିବା ଆଲୋଚନା ହେଉଛି।

ତୃଣମୂଳ ସଙ୍ଗଠନ ଖୁସି,କିନ୍ତୁ କିଛି ନେତୃତ୍ୱ?
ଅପରାଜିତା ବିଜେପିକୁ ଆସିବା ନେଇ ତୃଣମୂଳ ସଙ୍ଗଠନ ସମେତ ଦଳ ଭିତରେ ବିଚାରଧାରାକୁ ନେଇ ରହିଥିବା ଅନେକ ନେତା ଖୁସି ଅଛନ୍ତି।ତୃଣମୂଳ ସ୍ତରରୁ ତାଙ୍କ ସପକ୍ଷରେ ସୋସିଆଲ ମିଡିଆରେ ପ୍ରବଳ ପୋଷ୍ଟ ଦେଖିବାକୁ ମିଳୁଛି।କିଏ ନବୀନଙ୍କ ସହ ତୁଳନା କରି ଆଗାମୀ ମୁଖ୍ୟମନ୍ତ୍ରୀ ଭାବରେ ପୋଷ୍ଟ କରୁଛି ତ’ କିଏ ଜଣେ ଦୃଢ଼ ମହିଳା ନେତ୍ରୀଙ୍କୁ ବିଜେପି ପାଇଲା ମନୋଭାବରେ ପୋଷ୍ଟ କରୁଛି।କିନ୍ତୁ ଗୋଷ୍ଠୀବାଦ ଭିତରେ ଥିବା କିଛି ଖୁସି ନଥିବା ପରି ମନେ ହେଉଛନ୍ତି।ଅନ୍ୟାନ୍ୟ ଛୋଟ ବଡ଼ ମିଶ୍ରଣ ପର୍ବକୁ ନେଇ ଏଇ କେତେଜଣ ଯେପରି ଉଲ୍ଲେଶୀତ ହୋଇ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ, ଅପରାଜିତାଙ୍କ କ୍ଷେତ୍ରରେ କିନ୍ତୁ ସେହିମାନେ ଟିକେ କଞ୍ଜୁସ ଥିଲା ପରି ଜଣା ପଡ଼ୁଛନ୍ତି।ଏହି କଥା ଦଳ ଭିତରେ ମଧ୍ୟ ଆଲୋଚନା ହେଉଛି।କୁହାଯାଉଛି,ପୋଷ୍ଟ କଲେ କାଳେ ସିଏ?ଖରାପ ଭାବିବେ!

ବିରୋଧୀଙ୍କ ଶିବିରରେ ମଧ୍ୟ ଚର୍ଚ୍ଚା:
ବିରୋଧୀଙ୍କ ଶିବିରରେ ମଧ୍ୟ ଅପରାଜିତା ଚର୍ଚ୍ଚାର କାରଣ ହୋଇ ଯାଇଛନ୍ତି।ଧର୍ମେନ୍ଦ୍ରଙ୍କ ମୁଖ୍ୟମନ୍ତ୍ରୀ ପାର୍ଥିତ୍ୱକୁ ନେଇ ବିଜେଡି ଶିବିରରେ ସେପରି ଯାହା ପ୍ରତିକ୍ରିୟା ଜଣା ପଡୁନଥିଲା,ଅପରାଜିତାଙ୍କ କ୍ଷେତ୍ରରେ କିନ୍ତୁ ଏକ ନିରବ ପ୍ରତିକ୍ରିୟା ବାରି ହେଉଛି।ଅପରାଜିତା ରାଜନୈତିକ ପଦକ୍ଷେପ ନେଇ ତାଙ୍କ ଆଭିମୁଖ୍ୟ ରଖିବା ମାନେ ତାର ପ୍ରତିକ୍ରିୟା ରଖିବାକୁ ବିଜେଡି ଶିବିର ଏବେଠୁ ପ୍ରସ୍ତୁତ ହେଲେଣି।କେବଳ ଯେ ମୁଖ୍ୟମନ୍ତ୍ରୀ ପାର୍ଥିତ୍ୱକୁ ନେଇ ନୁହେଁ,ଭୁବନେଶ୍ୱର ଲୋକସଭା ଆସନରୁ ଅପରାଜିତା ପାର୍ଥି ହୋଇ ପାରନ୍ତି,ଖବରରେ ମଧ୍ୟ ବିଜେଡି ଶିବିର ଚିନ୍ତିତ ଅଛି।କାରଣ ସେମାନେ ଜିତିବା ହାରିବା କଥା ନେଇ ନୁହେଁ,ଅପରାଜିତାଙ୍କ ସମକ୍ଷରେ କାହାକୁ ଯେ,ପାର୍ଥି କରିବେ ନେଇ ଚିନ୍ତିତ ଥିବା ଆଲୋଚନା ହେଉଛି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.