Home ଓଡ଼ିଶା ୨୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସବୁ ପ୍ରବାସୀ...

୨୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସବୁ ପ୍ରବାସୀ ହିତାଧିକାରୀଙ୍କୁ ଏକ ଦେଶ ଏକ ରେସନ କାର୍ଡରେ ଦିଆଯାଉଛି ରିହାତି ଖାଦ୍ୟଶସ୍ୟ

131

– ଅବଶିଷ୍ଟ ରାଜ୍ୟ ଓ କେନ୍ଦ୍ରାଞ୍ଚଳକୁ ୨୦୨୧ ମାର୍ଚ୍ଚ ସୁଦ୍ଧା ଏହି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯିବ

– ଜମ୍ମୁ ଓ କଶ୍ମୀର, ମଣିପୁର, ନାଗାଲାଣ୍ଡ ଓ ଉତ୍ତରାଖଣ୍ଡରେ ଏହି ବ୍ୟବସ୍ଥାର ପରୀକ୍ଷା ମୂଳକ ପ୍ରଚଳନ ଆରମ୍ଭ ହୋଇଛି, ଖୁବ୍ଶୀଘ୍ର ଏହା କାର୍ଯ୍ୟକାରୀ ହେବ

– ପ୍ରବାସୀ ଖାଦ୍ୟ ସୁରକ୍ଷା ହିତାଧିକାରୀ ଦେଶର ଯେକୌଣସି ସୁଲଭ ମୂଲ୍ୟ ଦୋକାନରୁ କ୍ରୟ କରିପାରିବେ ଖାଦ୍ୟଶସ୍ୟ

– ରାସନକାର୍ଡକୁ ଆଧାର ସହ ସଂଯୁକ୍ତ କରାଯାଇ ଟେକ୍ନୋଲଜି ପ୍ରୟୋଗ ଭିତ୍ତିକ ସଂସ୍କାର ପ୍ରକ୍ରିୟା ହେଉଛି କାର୍ଯ୍ୟକାରୀ

ନୂଆ ଦିଲ୍ଲୀ ୧୯-୭ (ଓଡ଼ିଆ ପୁଅ) ଗୋଟିଏ ରାଷ୍ଟ୍ର-ଗୋଟିଏ ରେସନ କାର୍ଡ ସୁବିଧା ୨୦୧୯ ଅଗଷ୍ଟରେ ଦେଶର ୪ଟି ରାଜ୍ୟରେ ଆରମ୍ଭ ହୋଇଥିଲା। ଏଥିପାଇଁ ଏହିସବୁ ରାଜ୍ୟର ପାରସ୍ପରିକ ପ୍ରବାସୀମାନେ ରାସନ କାର୍ଡ ପୋର୍ଟେବିଲିଟି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇଥିଲେ। ଏହାର ଅର୍ଥ ଏହିସବୁ ରାଜ୍ୟରେ ରହୁଥିବା ପ୍ରବାସୀମାନେ ସେମାନଙ୍କୁ ମୂଳ ରାଜ୍ୟର କାର୍ଡରେ ରେସନ ସାମଗ୍ରୀ ଉଠାଇ ପାରୁଥିଲେ। ସେବେଠାରୁ ମୋଟ ୨୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ବ୍ୟବସ୍ଥା ୨୦୨୦ ଜୁନ୍ଠାରୁ କାର୍ଯ୍ୟକାରୀ ହୋଇଛି। ଏହାଫଳରେ ଏସବୁ ରାଜ୍ୟର ସମଗ୍ର ପଡିକାର୍ଡ ବ୍ୟବସ୍ଥା ଏକୀକୃତ ହେବା ସହିତ ଯିଏ ଯେଉଁ ରାଜ୍ୟର ହେଉନା କାହିଁକି ସେ ଯଦି ଅନ୍ୟ ରାଜ୍ୟରେ ରହୁଛି ତାକୁ ସେହି ରାଜ୍ୟରେ ରେସନ ଉଠାଇବାର ସୁବିଧା ମିଳୁଛି। ବର୍ତ୍ତମାନ ସୁଦ୍ଧା ଆନ୍ଧ୍ରପ୍ରଦେଶ, ହରିଆନା, କର୍ଣ୍ଣାଟକ, ମହାରାଷ୍ଟ୍ର, ଓଡ଼ିଶା, ସିକ୍କିମ, ମିଜୋରାମ, ତେଲଙ୍ଗାନା, କେରଳ, ପଞ୍ଜାବ, ତ୍ରିପୁରା, ବିହାର, ଗୋଆ, ହିମାଚଳପ୍ରଦେଶ, ଦାଦ୍ରା ଓ ନଗର ହାବେଳି ଏବଂ ଡାମନ ଓ ଡିଉ, ଗୁଜରାଟ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଏହା କାର୍ଯ୍ୟକାରୀ ହେଉଛି। ଏବେ ଜମ୍ମୁ କଶ୍ମୀର, ମଣିପୁର, ନାଗାଲାଣ୍ଡ ଏବଂ ଉତ୍ତରାଖଣ୍ଡରେ ଏହି ବ୍ୟବସ୍ଥା ପରୀକ୍ଷାମୂଳକ ଭାବେ ଚାଲିଛି। ଖୁବଶୀଘ୍ର ଏହିସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଜାତୀୟ ପୋର୍ଟେବିଲିଟି ବ୍ୟବସ୍ଥାର ଅନ୍ତର୍ଭୁକ୍ତ ହୋଇ ଏକ ଦେଶ-ଏକ ରେସନ କାର୍ଡ ବ୍ୟବସ୍ଥାରେ ସାମିଲ ହେବେ। ଏହା ବ୍ୟତୀତ ଆନ୍ତଃରାଜ୍ୟ କାରବାର ଏବଂ ସେଗୁଡିକର ତଦାରଖ ପାଇଁ ଆବଶ୍ୟକ ପଡୁଥିବା ୱେବସେବା ଓ ଡ୍ୟାସବୋର୍ଡକୁ ସକ୍ରିୟ କରାଯାଇଛି। ବାକିସବୁ ଯେଉଁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ରହିଲେ ସେଗୁଡିକୁ ଏକ ରାଷ୍ଟ୍ର ଓ ଗୋଟିଏ ରାସନ କାର୍ଡ ବ୍ୟବସ୍ଥାରେ ୨୦୨୧ ମାର୍ଚ୍ଚ ସୁଦ୍ଧା ଅନ୍ତର୍ଭୁକ୍ତ କରିବାର ଲକ୍ଷ୍ୟ ରଖାଯାଇଛି।

ଗୋଟିଏ ଦେଶ-ଗୋଟିଏ ରେସନ କାର୍ଡ ସୁବିଧା ବ୍ୟବସ୍ଥା କେନ୍ଦ୍ର ଖାଦ୍ୟ ଓ ଯୋଗାଣ ବିଭାଗର ଏକ ମହତାକାଂକ୍ଷୀ କାର୍ଯ୍ୟକ୍ରମ। ଯେଉଁମାନେ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ର ଅନ୍ତର୍ଭୁକ୍ତ ହୋଇଛନ୍ତି, ସେହି ହିତାଧିକାରୀମାନଙ୍କୁ ନିଜ ରାଜ୍ୟ କିମ୍ବା ସେ କାର୍ଯ୍ୟ କରୁଥିବା ରାଜ୍ୟରେ ରାସନ କାର୍ଡ ମାଧ୍ୟମରେ ଖାଦ୍ୟଶସ୍ୟ ଯୋଗାଇଦେବା ଏହି ଯୋଜନାର ଲକ୍ଷ୍ୟ। ଏହି ଲକ୍ଷ୍ୟ ପୂରଣ ପାଇଁ ଏକ ଦେଶବ୍ୟାପୀ ରେସନ କାର୍ଡ ପୋର୍ଟେବିଲିଟି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ସବୁ ରାଜ୍ୟଙ୍କ ସହାୟତାରେ ଏହି କେନ୍ଦ୍ରୀୟ ଯୋଜନାଟି ସମନ୍ୱିତ ସାଧାରଣ ବଣ୍ଟନ ବ୍ୟବସ୍ଥା ପରିଚାଳନା ବା ଆଇଏମ୍ପିଡିଏସ୍ନାମରେ ପରିଚିତ।

ଏହି ବ୍ୟବସ୍ଥାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ହିତାଧିକାରୀ, ବିଶେଷକରି ଶ୍ରମିକବର୍ଗ, ଯେଉଁମାନେ ସାମୟିକ ରୋଜଗାର ଆଶାରେ ବିଭିନ୍ନ ରାଜ୍ୟ ଭ୍ରମଣ କରନ୍ତି ସେମାନେ ଏବେ ଦେଶର ଯେକୌଣସି ସୁଲଭ ମୂଲ୍ୟ ଦୋକାନରୁ ନିଜର ଖାଦ୍ୟଶସ୍ୟ କୋଟା ଉଠାଇପାରିବେ। ଏଥିପାଇଁ ତାଙ୍କର ନିଜ ରାଜ୍ୟର ରେସନ କାର୍ଡ ବଦଳାଇବାର ଆବଶ୍ୟକତା ନାହିଁ। ସେ ବାୟୋମେଟ୍ରିକ-ଆଧାରଭିତ୍ତିକ ଅଥେନ୍ଟିକେସନ ଜରିଆରେ ନିଜ କାର୍ଡରେ ଖାଦ୍ୟ କୋଟା ଉଠାଇପାରିବେ। ପ୍ରତ୍ୟେକ ସୁଲଭ ମୂଲ୍ୟ ଦୋକାନରେ ବସାଯାଇଥିବା ଇପିଓଏସ୍ମେସିନରେ ସେ ନିଜି ବାୟୋମେଟ୍ରିକ୍ସ ବ୍ୟବହାର କରି ଏହି ସୁବିଧା ପାଇପାରିବେ।

ଏହି ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତାରେ ଆଧାର/ବାୟୋମେଟ୍ରିକ୍ସ ଅଥେନ୍ଟିକେସନ ବିଶେଷ ସହାୟକ ହେଉଛି। କାର୍ଡଗୁଡିକ ଆଧାର ଓ ବାୟୋମେଟ୍ରିକ ସହିତ ସିଡିଂ ହୋଇଥିବାରୁ ପ୍ରକୃତରେ ହିତାଧିକାରୀ କିଏ ତାହା ଇପିଓଏସ୍ମେସିନରେ ଧରାପଡିଯାଉଛି। ତେଣୁ ନିଜ ନିଜର କୋଟା ଉଠାଇବାରେ କୌଣସି ଅସୁବିଧା ହେଉନାହିଁ। ହିତାଧିକାରୀ କେବଳ ନିଜର କାର୍ଡ ନମ୍ବର କିମ୍ବା ଆଧାର ନମ୍ବର କହିଲେ ଦେଶବ୍ୟାପୀ ଯେକୌଣସି କଣ୍ଟ୍ରୋଲ ଦୋକାନରେ ତାଙ୍କର ସବିଶେଷ ତଥ୍ୟ ମିଳିଯାଉଛି। ଏଥିରେ ଆଉ ଗୋଟିଏ ସୁବିଧା ହେଉଛି ଯେ ହିତାଧିକାରୀ ନିଜର ରେସନ କାର୍ଡ କିମ୍ବା ଆଧାର କାର୍ଡ ମନେ ରଖିଥିଲେ ତାଙ୍କୁ ତାଙ୍କ ନିଜର ରେସନକାର୍ଡ ସାଂଗରେ ନେବା ଦରକାର ନାହିଁ। ଯେକୌଣସି ଗୋଟିଏ ନମ୍ବର କହି ମେସିନରେ ନିଜର ଅଙ୍ଗୁଳି ଛାପ ଦେବା ମାତ୍ରେ ତାଙ୍କ କାର୍ଡ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପଲବ୍ଧ ହୋଇପାରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.