Home ଜିଲ୍ଲା ପରିକ୍ରମା ଗୋପବନ୍ଧୁ ସେବକସେନା ପକ୍ଷରୁ ଅଗ୍ନି ବିପନ୍ନଙ୍କୁ ସହାୟତା

ଗୋପବନ୍ଧୁ ସେବକସେନା ପକ୍ଷରୁ ଅଗ୍ନି ବିପନ୍ନଙ୍କୁ ସହାୟତା

1

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଗୋପବନ୍ଧୁ ସେବକସେନା ପକ୍ଷତୁ ଅଗ୍ନି ବିପନ୍ନଙ୍କୁ ସହାୟତା କରାଯାଇଛି।ବାରୋ ପଂଚାୟତ ଅଧିନ ଦହପାଣିଆ ଗ୍ରାମରେ ଶନିବାର ଅପରାହ୍ନରେ ବଜ୍ରପାତରେ ବିଷ୍ଣୁ ମୋହନ ମହାଳିକଙ୍କର ବଜ୍ରପାତରେ ୩ ବଖରା ଘର ଭସ୍ମୀଭୂତ ହୋଇଯାଇଥିଲା।ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ସମ୍ପତି ପୋଡିଯାଇଥିଲା ।ଖବର ପାଇ ଗୋପବନ୍ଧୁ ସେବକ ସେନା ପହଂଚି ପନ୍ଦର ଦିନ ପାଇଁ ରନ୍ଧା ଖାଦ୍ୟ ଏବଂ ଶୁଖିଲା ଖାଦ୍ୟ ସାମଗ୍ରୀ ଓ ବସ୍ତ୍ର, ସପ, ବାଲ୍ଟି, ମଗ, ମଶାରୀ ଏବଂ ଘରୋଇ ଉପକରଣ ପ୍ରଦାନ କରିବା ସହିତ ବିପନ୍ନଙ୍କୁ ସମବେଦନା ଜଣାଇଥିଲେ। ସେବକ ସେନା ସଭାପତି ରାଜୀ୍ୱ ନାୟକ,ଉପସଭାପତି ଅଭିରାମ ଦାସ,ସମ୍ପାଦକ ଅଶୋକ ନାୟକ,ସହ ସମ୍ପାଦକ ବିରେନ ସେନାପତି,ଉପଦେଷ୍ଟା ରାମଚନ୍ଦ୍ର ନାୟକ,ରବିଶଙ୍କର ଦାଶ, ବସନ୍ତ କୁମାର ଦାସ,ଗୌରାଙ୍ଗ ଜେନା,କ୍ଷୀରୋଦ ଦାସ,ତୁଷାର ସ୍ୱାଇଁ, ମଧୁସୂଦନ ପାଢ଼ୀ,ରବିନ୍ଦ୍ର ଶତପଥୀ,ରତ୍ନାକର ନାୟକ,ସଦସ୍ୟ ରତିକାନ୍ତ ମଲ୍ଲିକ,ବାବୁରାମ ଗାରିଡି, ପ୍ରୀତିଶ ତ୍ରିପାଠୀ,ନିରାକାର ବେହେରା,ଦୀପକ ନାୟକ ପ୍ରମୁଖ ଉପସ୍ଥିତରହି ଅଗ୍ନି ବିପନ୍ନଙ୍କୁ ସହାୟତା ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.