Home ଜିଲ୍ଲା ପରିକ୍ରମା ଦୁର୍ଘଟଣାରେ ଗୁରୁତର ଯୁବକ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତାର ହାତ ବଢ଼ାଇଲା ଧାମନଗର...

ଦୁର୍ଘଟଣାରେ ଗୁରୁତର ଯୁବକ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତାର ହାତ ବଢ଼ାଇଲା ଧାମନଗର ବରିଷ୍ଠ ନାଗରିକ ପରିଷଦ

3

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ଭଣ୍ଡାରୀପଦି ଅଂଚଳର ଜୟନ୍ତ ପ୍ରଧାନ (ପିତା: ଶୁକଦେବ) ବର୍ତମାନ ଏକ ଭୟାନକ ସଡ଼କ ଦୁର୍ଘଟଣାର ଶିକାର ହୋଇ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ସୂଚନା ଅନୁଯାୟୀ, ଗତ ଏପ୍ରିଲ ୨୧ ତାରିଖରେ ଜୟନ୍ତ ନିଜ କର୍ମ ନିମନ୍ତେ ଏକ ଗାଡ଼ି ଯୋଗେ କାମାକ୍ଷାନଗର ଅଂଚଳକୁ ଯାଇଥିଲେ। ସେଠାରେ ଏକ ବାଲି ବୋଝେଇ ଗାଡ଼ି ତାଙ୍କୁ ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତରୀ ପରୀକ୍ଷାରୁ ତାଙ୍କ ସ୍ପାଇନାଲ କର୍ଡରେ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଥିଲା। ତେବେ ଉନ୍ନତ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବାରେ ପରିବାର ଅକ୍ଷମ ହେବାରୁ ବାଧ୍ୟ ହୋଇ ତାଙ୍କୁ ଘରକୁ ଫେରାଇ ଅଣାଯାଇଛି।ଜୟନ୍ତଙ୍କ ପରିବାରରେ ତାଙ୍କର ୧୩ ବର୍ଷୀୟା କନ୍ୟା ଓ ୯ ବର୍ଷୀୟ ପୁଅ ଅଛନ୍ତି। ରୋଜଗାରକ୍ଷମ ବ୍ୟକ୍ତି ବିଶେଷଙ୍କ ଏପରି ଅବସ୍ଥା ଯୋଗୁଁ ପରିବାର ଏବେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଗତି କରୁଛି। ଏହି ଦୁଃଖଦ ସମୟରେ ଆଜି ଧାମନଗର ବରିଷ୍ଠ ନାଗରିକ ପରିଷଦର କର୍ମକର୍ତାମାନେ ଜୟନ୍ତଙ୍କ ଘରେ ପହଂଚି ତାଙ୍କୁ ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି। ଏହି ସହାୟତା ପ୍ରଦାନ ବେଳେ ପରିଷଦର ସଭାପତି ଅନିଲ ବାରିକ,ସମ୍ପାଦକ ସଚ୍ଚିକାନ୍ତ ପଣ୍ଡା, କୋଷାଧ୍ୟକ୍ଷ ନୃସିଂହ ନାୟକ, ସଦସ୍ୟ କୃଷ୍ଣଚନ୍ଦ୍ର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ପରିଷଦର ଏହି ମାନବିକତା ପୂର୍ଣ୍ଣ ପଦକ୍ଷେପକୁ ସ୍ଥାନୀୟ ଅଂଚଳରେ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.