ad
ଓଡ଼ିଶା

ହାଇକୋର୍ଟରେ ସ୍କୁଲ୍ ଫି ହ୍ରାସ ସଂପର୍କୀତ ମାମଲାର ଶୁଣାଣି ଶେଷ, ରାୟ ସଂରକ୍ଷିତ – ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ଭୁବନେଶ୍ୱର ୨୯-୯ (ଓଡ଼ିଆ ପୁଅ) : କରୋନା କାଳରେ ସ୍କୁଲ ଗୁଡ଼ିକ ବନ୍ଦ ଅଛି। କେତେକ ସ୍କୁଲରେ ଅନଲାଇନ ମାଧ୍ୟମରେ ପାଠ ପଢ଼ାଯାଉଛି। ଇତି ମଧ୍ୟରେ ସ୍କୁଲ ଫି ଛାଡ ପାଇଁ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। ସ୍କୁଲ ଫି’ ଛାଡ଼ ପ୍ରସଙ୍ଗରେ ହାଇକୋର୍ଟରେ ଆଜି ଶୁଣାଣି ଶେଷ ହୋଇଛି। ମାମଲାର ଶୁଣାଣି ଶେଷ ହୋଇଥିବାବେଳେ ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ। ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିଲା ମିଳିତ କମିଟି ରିପୋର୍ଟ। ଆଡଭୋକେଟ ଜେନେରାଲଙ୍କ ମାଧ୍ୟମରେ MOU ଦାଖଲ ମୁତାବକ ଘରୋଇ ସ୍କୁଲ ଫି ଛାଡ ପାଇଁ କମିଟି ୭ଟି ସ୍ଲାବ ରଖିବାକୁ ପ୍ରସ୍ତାବ ଦିଆଯାଇଛି।

ତେବେ – ଜାଣନ୍ତୁ ସ୍ଲାବ ଗୁଡ଼ିକ କ’ଣ

ବାର୍ଷିକ ୬ହଜାର ଟଙ୍କା ପର୍ଯ୍ୟନ୍ତ ଫି’ରେ କୌଣସି ରିହାତି ନାହିଁ।

ବର୍ଷକୁ ୬ ହଜାର ଟଙ୍କା ସ୍କୁଲ ଫି’ ଉପରେ କୌଣସି ଛାଡ ନ କରିବାକୁ ପ୍ରସ୍ତାବ।

ସେହିପରି ୧ ଲକ୍ଷରୁ ଅଧିକ ଟଙ୍କା ବାର୍ଷିକ ଫିରେ ୨୬ ପ୍ରତିଶତ ଛାଡ଼ ହେବ।

ରେସିଡେନ୍ସିଆଲ ସ୍କୁଲରେ ସର୍ବାଧିକ ୩୦% ପର୍ଯ୍ୟନ୍ତ ଛାଡ଼ ହୋଇପାରିବ ବୋଲି ହାଇକୋର୍ଟ ତାଙ୍କ ଶୁଣାଣିରେ ଜଣାଇଛନ୍ତି।

ବାର୍ଷିକ ଫି’ ୬ ହଜାର୧ରୁ ୧୨ହଜାର୧ ହୋଇଥିଲେ ୭-୫ ପ୍ରତିଶତ ଛାଡ ମିଳିବ।

୧୨ ହଜାରରୁ ଉର୍ଦ୍ଧ୍ୱ ଏବଂ ୨୪ ହଜାର ପର୍ଯ୍ୟନ୍ତ ହୋଇଥିଲେ ୧୨ ପ୍ରତିଶତ ରିହାତି।

୨୪ ହଜାରରୁ ଉର୍ଦ୍ଧ୍ୱ ଏବଂ ୪୮ ହଜାର ପର୍ଯ୍ୟନ୍ତ ହୋଇଥିଲେ ୧୫ ପ୍ରତିଶତ ରିହାତି।

୪୮ହଜାରରୁ ଉର୍ଦ୍ଧ୍ୱ ଏବଂ ୭୨ ହଜାର ପର୍ଯ୍ୟନ୍ତ ହୋଇଥିଲେ ୨୦ ପ୍ରତିଶତ।

୭୨ ହଜାରରୁ ଉର୍ଦ୍ଧ୍ୱ ଏବଂ ୧ ଲକ୍ଷ ପର୍ଯ୍ୟନ୍ତ ହୋଇଥିଲେ ୨୫ ପ୍ରତିଶତ ରିହାତି।

ଏକ ଲକ୍ଷରୁ ଅଧିକ ସ୍କୁଲ ଫି’ ହୋଇଥିଲେ ୨୬ ପ୍ରତିଶତ ରିହାତି ମିଳିବ।

ରେସିଡେନସିଆଲ ସ୍କୁଲ ମାନଙ୍କରେ ଫି ୩୦ ପ୍ରତିଶତ ହ୍ରାସ ପାଇଁ ସୁପାରିଶ କରାଯାଇଛି। ତେବେ ଏହି କମିଟି ଉଭୟ ସରକାର, ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କୁ ନେଇ ଗଠିତ ହୋଇଥିଲା।

ରିପୋର୍ଟକୁ ହାଇକୋର୍ଟରେ ଦାଖଲ କରାଗଲା ଏବଂ ଅଭିଭାବକ ମହାସଂଘ ତରଫରୁ ଶ୍ରୀ ଭି ନରସିଂହ ଏବଂ ବିଭୁତି ଭୂଷଣ ଚୌଧୁରୀ ଯୁକ୍ତି ଉପସ୍ଥାପନ କରିଥିଲେ। ସରକାରଙ୍କ ପକ୍ଷରୁ ଆଡ଼ଭକେଟ ଜେନେରାଲ ପକ୍ଷ ରଖିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top