Home ଓଡ଼ିଶା ରଣପୁର ରେ ରାତ୍ରୀକାଳୀନ  ପେଟ୍ରୋଲିଂ କଡାକଡି ପୁଣି ଏକ ମାଙ୍କଡା ପଥର ଗାଡି ଜବତ

ରଣପୁର ରେ ରାତ୍ରୀକାଳୀନ  ପେଟ୍ରୋଲିଂ କଡାକଡି ପୁଣି ଏକ ମାଙ୍କଡା ପଥର ଗାଡି ଜବତ

73

ଓଡିଆ ପୁଅ(ଦେବୀପ୍ରସାଦ ଆଚାର୍ଯ୍ୟ)୨୯/୯-  ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ରାତ୍ରୀକାଳୀନ ପେଟ୍ରୋଲିଂକୁ ନୟାଗଡ ଏସ୍‌.ପି. ପ୍ରତ୍ୟୁଷ ଦିୱାକରଙ୍କ ନିର୍ଦେଶ ରେ କଡାକଡି କରାଯାଇଥିବା ଜଣାପଡିଛି । ରଣପୁରର ଉଭୟ ପାଶ୍ୱର୍ରେ ଦୁଇଗୋଟି ଜାତୀୟ ରାଜପଥ ଯାଇଅଛି । ୫୭ନଂ ଖୋର୍ଦ୍ଧା ବଲାଙ୍ଗିର୍ ଜାତୀୟ ରାଜପଥଟି ରଣପୁର ଥାନା ଅଂଚଳ ଦେଇ ଯାଇଥିବା ବେଳେ ୧୬ନଂ କଲିକତା ମାଡ୍ରାସ୍ ରୋଡଟି ଚାନ୍ଦପୁର ଥାନା ଅଂଚଳ ଦେଇ ଯାଇଅଛି । ଉଭୟ ଜାତୀୟ ରାଜପଥ କଡରେ ରାତ୍ରରେ ବହୁ ଅସାମାଜିକ କାର୍ଯ୍ୟ ହେବା ସହ ଚୋରା ମାଲ୍ ନେଇ ଗାଡି ଗୁଡିକ ଯାଇଥାନ୍ତି ।

ରଣପୁର ଥାନା ଇନିସ୍‌ପେକ୍ଟର୍ ଜ୍ୟୋତି ପ୍ରକାଶ ପଣ୍ଡା ଦର୍ପନାରାୟଣପୁର ଫାଣ୍ଡି, ରାଜସୁନାଖଳା ଫାଣ୍ଡି, ଗୋପାଳପୁର,ଗଡବାଣିକିଲୋ ଓ ମଝିଆଖଣ୍ଡ ଭଳି ସମ୍ବେଦନଶୀଳ ଜାଗା ଗୁଡିକରେ ରାତ୍ରୀକାଳୀନ ପେଟ୍ରୋଲିଂ କଡାକଡି କରିଛନ୍ତି । ଗତ ୨୮ ତାରିଖ ବିଳମ୍ବିତ ରାତ୍ରରେ ରାଜସୁନାଖଳା ଫାଣ୍ଡି ଅଧିକାରୀ ଭୀମସେନ ମଲ୍ଲିକ ଓ ରଣପୁର ଥାନା ସବ୍ ଇନିସ୍‌ପେକ୍ଟର୍ ପ୍ରିତି  ପ୍ରକାଶ ମହାନ୍ତି ପେଟ୍ରୋଲିଂ କରିଥିବା ସମୟରେ ଙଜ  ୦୫ଇ୩-୧୩୫୩ ନମ୍ବର ବିଶିଷ୍ଟ ଚୋରା ମାଙ୍କଡା ବୋଝେଇ ଗାଡିଟିକୁ ଜବତ କରିଥିବା ଜଣାପଡିଛି । ଅନ୍ଧାରର ସୁଯୋଗ ନେଇ ଡ୍ରାଇଭର ଓ ଖଲାସୀମାନେ ଗାଡି ଛାଡି ପଳାଇଥିଲେ । ସେହିଭଳି ଭାବରେ  ଚାନ୍ଦପୁର ଥାନା ଇନିସ୍‌ପେକ୍ଟର୍ ରଶ୍ମି ରଞ୍ଜନ ଦାସ ୧୬ନଂ ଜାତୀୟ ରାଜପଥ ସହ ମୟୁରଝାଲିଆ ଓ  ପଟିଆ ଅଂଚଳରେ ରାତ୍ରୀ କାଳିନ ପେଟ୍ରୋଲିଂ କଡାକଡି କରିଥିବା ଜଣାପଡିଛି । ଯାହାଫଳରେ ଅସାମାଜିକ ବ୍ୟକ୍ତି ଓ ଚୋରା ବେପାରି ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.