Home ଜଗତସିଂହପୁର ସ୍ୱର୍ଗତ ସନ୍ଥ ବାହୁଡା ଦାସଙ୍କ ଜନ୍ମ ଜୟନ୍ତୀ ପାଳିତ

ସ୍ୱର୍ଗତ ସନ୍ଥ ବାହୁଡା ଦାସଙ୍କ ଜନ୍ମ ଜୟନ୍ତୀ ପାଳିତ

130

ଜଗତସିଂହପୁର ୧୬ା୭ (ଓଡିଆ ପୁଅ/ ନୃସିଂହ ଚରଣ ବାରିକ) ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପ୍ରହରାଜପୁର କୁଶକଣ୍ଟା ଗ୍ରାମଠାରେ ସନ୍ଥ ବାହୁଡା ଦାସ ଭୋଇ ସମାଜ ବିକାଶ ପରିଷଦ ପକ୍ଷରୁ ସନ୍ଥ ଗୋସ୍ୱାମୀ ବାହୁଡା ଦାସଙ୍କ ୨୭୦ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। କୁଶକଣ୍ଟା ଭୋଇ ସାମାଜର ସଭାପତି ଗିରିସ୍ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ଭୋଇ ଯୋଗଦେଇ ବାହୁଡା ଦାସଙ୍କ ଭୋଇ ସମାଜ ପ୍ରତିଥିବା ଅତୁଳନୀୟ ଅବଦାନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଅନ୍ୟତମ ସମ୍ପାଦକ ଅତୁଲ କୁମାରେ ନାୟକ ଯୋଗଦେଇ ଜାତିର ବିକାଶ ପାଇଁ ସୁ-ଚିନ୍ତିତ ମତାମତ ପ୍ରଦାନ କରିବା ସହିତ ଘର ପିଛା ଟଙ୍କାଟିଏ ଲେଖାଏଁ ସଂଗଠନକୁ ଦାନ କରିବା ପାଇଁ ପରାମର୍ଶ ଦେଇଥିଲେ। ସେହି ଟଙ୍କାଟିଏରେ ଭୋଇ ସମାଜର ସାଂଗଠନିକ କାର୍ଯ୍ୟ ଚାଲିବା ସହିତ ଅଂଚଳର ବିକାଶ ଓ ଭୋଇ ସମାଜର ଉନ୍ନତି ପାଇଁ ସଂଗଠନ ପଦକ୍ଷେପ ଗ୍ରହଣ କରିବ ବୋଲି ସୂଚନା ପ୍ରଦାନ କରିଥିଲେ। ଅଂଚଳର ଦୀଲ୍ଲିପ ଭୋଇ, ବିଜ୍ଞାନ ଭୋଇ ବୈଠକରେ ଯୋଗଦେଇ ଭୋଇ ସାମାଜର ଇତିହାସ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ସ୍ୱର୍ଗତ ସନ୍ଥ ବାହୁଡା ଦାସଙ୍କ ଧାରାକୁ ବଜାୟ ରଖିବା ଓ ଶିକ୍ଷା, ସଂସ୍କାର, ନିଶା ନିବାରଣ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପରିଷଦର ଆଇନଜୀବୀ ସୁକାନ୍ତ ଭୋଇଙ୍କ ସହିତ ସୂର୍ଯ୍ୟକାନ୍ତ ଭୋଇ, ରମାକାନ୍ତ ଭୋଇ, ଦୁର୍ଯ୍ୟୋଧନ ଦାସ, ବାବୁଲି ଦାସ, ରବିନ୍ଦ୍ର ଭୋଇ, ଭଗବାନ ଭୋଇ ପ୍ରମୁଖ ଯୋଗଦେଇ ଭୋଇ ଜାତି ଓ କୁଶକଣ୍ଟା ଅଂଚଳର ବିକାଶ ଓ ପରିବର୍ତ୍ତନ ପାଇଁ ଭିନ୍ନଭିନ୍ନ ମତ ରଖିଥିଲେ। ପ୍ରାରମ୍ଭରେ ପରିଷଦର କୌଳାସ ଭୋଇ ଯୋଗଦେଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଜଳନ୍ଧର ଭୋଇ ସ୍ୱାଗତ ଭାଷଣ ଓ ନିର୍ମଳ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ପରିଷଦ ପକ୍ଷରୁ ବାହୁଡା ଦାସଙ୍କ ସମ୍ପର୍କରେ ସଂଗୀତ ମାଧ୍ୟମରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.