Home ଜଗତସିଂହପୁର ଶ୍ରୀଶ୍ରୀ ଶିରିଡି ସାଇ ବାବାଙ୍କ ଚଭାଡି ଶୋଭାଯାତ୍ରା

ଶ୍ରୀଶ୍ରୀ ଶିରିଡି ସାଇ ବାବାଙ୍କ ଚଭାଡି ଶୋଭାଯାତ୍ରା

94

ଜଗତସିଂହପୁର ୧୬ା୭ (ଓଡିଆ ପୁଅ/ ନୃସିଂହ ଚରଣ ବାରିକ) ଜଗତସିଂହପୁର ଗୋପାଳସାଗର (ମାର୍କଣ୍ଡପୁର)ଠାରେ ଅବସ୍ଥିତ ଶ୍ରୀଶ୍ରୀ ଶିରିଡି ସାଇମନ୍ଦିର ନିକଟରୁ ଶ୍ରୀଶ୍ରୀ ଶିରିଡି ସାଇ ବାବାଙ୍କ ଚଭାଡି ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଶ୍ରୀ ଶିରିଡି ସାଇ ବାବାଙ୍କ ପାଲିଙ୍କି ଗୋପାଳସାଗର ସ୍ଥିତ ସାଇମନ୍ଦିର ନିକଟରୁ ବାଜା ବାଣ ରୋଷଣୀ ସହ ବିରାଟ ଶୋଭାଯାତ୍ରାରେ ବାହାରି ଜଗତସିଂହପୁର ସହର ପରିକ୍ରମା କରିଥିଲା। ଏହି ଚଭାଡି ଶୋଭାଯାତ୍ରାରେ ଶହଶହ ସାଇ ଶ୍ରଦ୍ଧାଳୁ ଯୋଗଦେଇ ସାଇବାବାଙ୍କ ପାଲିଙ୍କି ସହିତ ସହର ପରିକ୍ରମା କରିଥିଲେ। ଏହି ଅବସରରେ ଆଜି ଏକଦିବସୀୟ ଶ୍ରୀ ସାଇନାଥ ସତ୍ ଚରିତ ପାରାୟଣ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସାଇଭଜନ ସନ୍ଧ୍ୟା କଣ୍ଠଶିଳ୍ପୀ ସୁବାସ ଦାସ ଓ ସାଥି କଟକଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.