Home ଓଡ଼ିଶା ବାଲୁକା କଳା ମାଧ୍ୟମରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ

ବାଲୁକା କଳା ମାଧ୍ୟମରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ

70

ପୁରୀ, ୧୬/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟ) : ଆଜିଠାରୁ ଦେଶବ୍ୟାପୀ କୋଭିଡ଼୍‌-୧୯ ଟିକାକରଣ ଆରମ୍ଭ ହୋଇଛି। ଏହା ଦେଶ ପାଇଁ ଏକ ଐତୀହାସିକ ଦିନ ବୋଲି ଗ୍ରହଣ କରାଯାଉଛି। ଏହି ଉପଲକ୍ଷେ ଆନ୍ତଃର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ବିଶ୍ୱବ୍ୟାପୀ କୋଭିଡ଼-୧୯ କ୍ଷେତ୍ରରେ ଭାରତର ଅବଦାନ ଶୀର୍ଷକ ବାର୍ତ୍ତା ଦେଇଛନ୍ତି। ଆନ୍ତଃର୍ଜାତୀକ ବାଲୁକା ଶିଳ୍ପୀ ସୁଦାମ କୋରୋନା ମହାମାରୀ ଆରମ୍ଭରୁ ଭାରତ ବର୍ଷଗ୍ରହଣ କରିଥିବା ପଦକ୍ଷେପ, କୋଭିଡ଼୍ ପରିଚାଳନା ଓ ଶେଷରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଭାରତୀୟ ଭ୍ୟାକସିନ ଯୋଗୁଁ ଭାରତ ବର୍ଷ କୋରୋନା ମହାମରୀକୁ ପରାସ୍ତ କରିବ ବୋଲି ଆଶା ପୋଷଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.