Home ଓଡ଼ିଶା ସାଢେ ୪ କୋଟି ଓଡିଆଙ୍କ କଲ୍ୟାଣ ପାଇଁ ବିଜେପିକୁ ଆହୁରି ସୁଦୃଢ କରିବାକୁ ପଡିବ –...

ସାଢେ ୪ କୋଟି ଓଡିଆଙ୍କ କଲ୍ୟାଣ ପାଇଁ ବିଜେପିକୁ ଆହୁରି ସୁଦୃଢ କରିବାକୁ ପଡିବ – ଧର୍ମେନ୍ଦ୍ର ପ୍ରଧାନ

264

ସଦସ୍ୟତା ଅଭିଯାନରେ ସବୁ ବର୍ଗର ଲୋକଙ୍କୁ ଯୋଡିବାକୁ ବିଜେପି କାର୍ଯ୍ୟକର୍ତାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ

– ଦୃଢ ସଂଗଠନ ମାଧ୍ୟମରେ ଏହି ସମାଜକୁ ନିର୍ମାଣ କରାଯାଇପାରିବ
– ବିଜେପିକୁ ତୃଣମୂଳ ସ୍ତରରେ ମଜବୁତ କରିବା ସଦସ୍ୟତା ଅଭିଯାନର ଲକ୍ଷ୍ୟ
– ମୋଦିଙ୍କର ସୁଶାସନକୁ ବୁଥ, ଗାଁଗଣ୍ଡା ଓ ପଂଚାୟତ ସ୍ତରରେ ପହଁଚାଇବା ପାଇଁ ହେଲେ ଦଳୀୟ ସଂଗଠନର ଦୃଢୀକରଣର ଆବଶ୍ୟକତା ଅଛି
– ବୁଥ ସ୍ତରରେ ସଦସ୍ୟତା କରିବା ସହ ପଂଚବଟି ନିର୍ମାଣ ତଥା ୫ଟି ଔଷଧୀୟ ଗୁଣ ଯୁକ୍ତ ଗଛ ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି
– ୮୯୮୦୮୦୮୦୮୦ ରେ ମିସ୍ କଲ୍ କରି ବିଜେପି ସହ ଯୋଡିହୋଇ ଦେଶରେ ସୁଶାସନ ପ୍ରତିଷ୍ଠା ସହ ନୂଆ ଭାରତ ଓ ନୂଆ ଓଡିଶା ନିର୍ମାଣ ପାଇଁ ଆହ୍ୱାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୨୧ (ଓଡ଼ିଆ ପୁଅ) – ଓଡିଶାରେ ବିଜେପି ଏକ ବଡ ରାଜନୈତିକ ଶକ୍ତି ଭାବେ ଠିଆ ହୋଇଥିବା ବେଳେ ସାଢେ ୪ କୋଟି ଓଡିଆଙ୍କ କଲ୍ୟାଣ ପାଇଁ ବିଜେପିକୁ ଆହୁରି ଦୃଢ କରିବାକୁ ପଡିବ ଏବଂ ଏଥିପାଇଁ ବିଜେପିର ସଦସ୍ୟତା ଅଭିଯାନ ମାଧ୍ୟମରେ ସବୁ ବର୍ଗର ଲୋକଙ୍କୁ ଯୋଡିବାର ଆବଶ୍ୟକତା ରହିଛି ବୋଲି ସାମାଜିକ ଗଣମାଧ୍ୟମରେ ଦଳୀୟ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜୁଲାଇ ୬ରୁ ଆରମ୍ଭ ହୋଇଥିବା ବିଜେପି ସଦସ୍ୟତା ଅଭିଯାନର ନେତୃତ୍ୱ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଏବଂ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଜେ.ପି ନଡ୍ଡା ନେଉଛନ୍ତି। ଆସନ୍ତା ୧୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସଦସ୍ୟତା ଅଭିଯାନର ଲକ୍ଷ୍ୟ ବିଜେପିକୁ ତୃଣମୂଳ ସ୍ତରରେ ମଜବୁତ କରିବା। ପୂର୍ବରୁ ଦଳରେ ସାମିଲ ହୋଇଥିବା ଏବଂ ନୂଆ କରି ଦଳରେ ଯୋଗଦେଇଥିବା ଲୋକଙ୍କର ଆଗ୍ରହ ଅନୁସାରେ ସେମାନଙ୍କୁ ଏହି ଅଭିଯାନରେ ଯୋଡିବା ଯୋଜନାର ମୂଳ ଲକ୍ଷ୍ୟ ଥିବାବେଳେ ଏହି ଅଭିନବ ଯୋଜନା ବିଗତ ଦିନରେ ସଫଳତା ଦେଇଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ବୁଥ ସ୍ତରରେ ସଦସ୍ୟତା କରିବା ସହ ପଂଚବଟି ନିର୍ମାଣ ତଥା ୫ଟି ଔଷଧୀୟ ଗୁଣ ଯୁକ୍ତ ଗଛ କିମ୍ବା ଉପକାରୀ ଗଛ ଲଗାଇବା ପାଇଁ ଦଳର କାର୍ଯ୍ୟକର୍ତାଙ୍କୁ ଆହ୍ୱାନ କରିଛନ୍ତି। ଏହା ମାଧ୍ୟମରେ ରାଜନୈତିକ ସଂଗଠନ ସହ ସାମାଜିକ ଆନ୍ଦୋଳନ ମଧ୍ୟ ତିଆରି ହେବ। ନରେନ୍ଦ୍ର ମୋଦିଙ୍କର ସୁଶାସନକୁ ବୁଥ, ଗାଁଗଣ୍ଡା ଓ ପଂଚାୟତ ସ୍ତରରେ ପହଁଚାଇବା ପାଇଁ ହେଲେ ଦଳୀୟ ସଂଗଠନର ଦୃଢୀକରଣର ଆବଶ୍ୟକତା ଅଛି। ସଦସ୍ୟତା ଅଭିଯାନର ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଦଳୀୟ କାର୍ଯ୍ୟକର୍ତାମାନେ ଓଡିଶାର ୩୮ ହଜାର ବୁଥକୁ ଯାଇ ସଦସ୍ୟତା କରିବା ତଥା ମିସ୍ କଲ୍ ମାଧ୍ୟମରେ ସଦସ୍ୟତା କରିବା ଓ ପ୍ରତ୍ୟକ୍ଷ ଫର୍ମ ପୂରଣ କରି ସମାଜର ସବୁ ବର୍ଗ ଯଥା ଯୁବ, ମହିଳା, ଚାଷୀ, ପଛୁଆ, ଦଳିତ, ଆଦିବାସୀ, ଶିକ୍ଷକ, ବୁଦ୍ଧିଜୀବୀ, ଲେଖକ, କଳାକାର, ବରିଷ୍ଠ ଓ ନୂଆପିଢୀର ଲୋକମାନଙ୍କୁ ଓଡିଆ ସମାଜକୁ ଯୋଡିବାର ଗୋଟିଏ ଅପୂର୍ବ ସୁଯୋଗ ମିଳିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ ଦଳୀୟ କାର୍ଯ୍ୟକର୍ତାଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ବୁଥ ସ୍ତରର କାର୍ଯ୍ୟକର୍ତାମାନେ ନିଜ ଅଂଚଳରେ ବୁଥକୁ ମଜବୁତ୍ କରନ୍ତୁ। ଚଳିତ ନିର୍ବାଚନରେ ବିଜେପିକୁ ମିଳିଥିବା ଭୋଟ ତୁଳନାରେ ଆଗାମୀ ଦିନରେ କିଭଳି ଭୋଟ ସଂଖ୍ୟା ବୃଦ୍ଧି ହେବ, କେଉଁ ବର୍ଗର ଲୋକଙ୍କୁ ଯୋଡିଲେ ବୁଥରେ ଭୋଟ ସଂଖ୍ୟା ବଢିବ ତାହାକୁ ଦୃଷ୍ଟିରେ ରଖି ସଦସ୍ୟତା କରନ୍ତୁ। ଏଥିପାଇଁ ବ୍ୟକ୍ତିଗତ ସମୟ ବାହାର କରି ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ପ୍ରତିଦିନ ସଦସ୍ୟତା କରିବାକୁ ସେ କହିଛନ୍ତି। ମୋବାଇଲରୁ ୮୯୮୦୮୦୮୦୮୦ ରେ ମିସ୍ କଲ୍ କରି ବିଜେପି ସହ ଯୋଡିହେବା ଏବଂ ଦେଶରେ ସୁଶାସନ ପ୍ରତିଷ୍ଠା ସହ ନୂଆ ଭାରତ ଓ ନୂଆ ଓଡିଶା ତିଆରି କରିବା ପାଇଁ ସମସ୍ତେ ପରିଶ୍ରମ କରିବା ଏବଂ ସୁଦୃଢ ସଂଗଠନ ମାଧ୍ୟମରେ ଏହି ସମାଜକୁ ନିର୍ମାଣ କରାଯାଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.