Home ଓଡ଼ିଶା RTO ଅଫିସରେ ଆଉ ଚାଲିବନି ଦଲାଲଙ୍କ ରାଜ

RTO ଅଫିସରେ ଆଉ ଚାଲିବନି ଦଲାଲଙ୍କ ରାଜ

191

ଭୁବନେଶ୍ଵର,୨୮/୦୯,(ଓଡ଼ିଆ ପୁଅ ପି ନାଏକ): ସବୁଠି ଦଲାଲ ରାଜ୍‌ । ଦଲାଲଙ୍କୁ ପୋଲିସ ଗିରଫ କରୁଛି ହେଲେ RTOଅଫିସ୍‌ରେ ଦଲାଲଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏହାକୁ ରୋକିବା ପାଇଁ ପରିବହନ ବିଭାଗ ନିଷ୍ପତ୍ତି ନେଇଛି ।

ସବୁ RTO ଅଫିସ୍‌ରେ କିଓସ୍କ ମେସିନ୍‌ ଓ ସିସିଟିଭି ବାଧ୍ୟତାମୂଳକ କରାଯାଇଛି । RTO ଚାହିଁଲେ ଛାତ୍ର ସ୍ବେଚ୍ଛାସେବୀଙ୍କୁ ଜନସେବାରେ ଲଗାଇପାରିବେ । ଲୋକଙ୍କ ଅଭିଯୋଗ ଶୁଣିବାକୁ ହେଲ୍‌ପ୍‌ ଲାଇନ୍‌ ନମ୍ବର ମଧ୍ୟ ଜାରି କରାଯାଇଛି । ହେଲ୍‌ପ୍‌ ଡେସ୍କ ନମ୍ବର-୧୮୦୦ ୩୪୫ ୧୦୭୩ ରେ ଅଭିଯୋଗ ଗ୍ରହଣ କରାଯିବ ।

ଅନ୍ୟପଟେ RTO ଅଫିସକୁ ଦଲାଲ ମୁକ୍ତ କରିବା ପାଇଁ ଅନ୍ୟ ଏକ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏଣିକି RTO କର୍ମଚାରୀ ବ୍ୟାଣ୍ଡ ବାନ୍ଧିବେ । ସେବା ପ୍ରଦାନକାରୀ ସଂସ୍ଥାର କର୍ମଚାରୀ ସବୁଜ ବ୍ୟାଣ୍ଡ ପିନ୍ଧିବେ । ସ୍ମାର୍ଟ ଚିପ୍‌ କମ୍ପାନି କର୍ମଚାରୀ ପିନ୍ଧିବେ ହଳଦିଆ ବ୍ୟାଣ୍ଡ । ଅଫିସ୍‌ ବାହାରେ ଥିବା ଚାଳି ଓ ଗୁମୁଟି ହଟାଇଦିଆଯିବ ।

ଅଫିସ୍‌ରେ ମିଳୁଥିବା ସେବା ଓ ଦେୟର ତାଲିକା ପ୍ରଦର୍ଶିତ ହେବ । ଅଫିସ୍‌ ପରିସରରେ ଥିବା ଅସ୍ଥାୟୀ କ୍ୟାବିନ୍‌ ବା ଘର ଉଚ୍ଛେଦ କରାଯିବ । ଏନେଇ ସବୁ RTO ଙ୍କୁ ପରିବହନ କମିସନର ସଂଜୀବ ପଣ୍ଡା ଚିଠି ମାଧ୍ୟମରେ ଅଭଗତ କରାଇଛନ୍ତି । ଏହାସହ ପରିବହନ କାର୍ଯ୍ୟାଳୟକୁ ମଧ୍ୟସ୍ଥି ଓ ଦଲାଲମୁକ୍ତ କରିବାକୁ ନିର୍ଦ୍ଦେଶ ଦେବା ସହ ଅଫିସରେ ପଶୁଥିବା ଦଲାଲ ବିରୋଧରେ ଥାନାରେ ଏତଲା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.