Home ଆନ୍ତର୍ଜାତୀୟ ପାକିସ୍ଥାନର ବଲୁଚିସ୍ଥାନରେ ବମ ବିଷ୍ପୋରଣ, ଦୁଇ ମୃତ, ଆଠ ଆହତ

ପାକିସ୍ଥାନର ବଲୁଚିସ୍ଥାନରେ ବମ ବିଷ୍ପୋରଣ, ଦୁଇ ମୃତ, ଆଠ ଆହତ

282

ନୂଆ ଦିଲ୍ଲୀ ୨୮-୯ (ଓଡ଼ିଆ ପୁଅ) ପାକିସ୍ଥାନର ବଲୁଚିସ୍ଥାନରେ ଶନିବାର ସଂଧ୍ୟାରେ ଜୋରଦାର ବମ ବିଷ୍ପୋରଣ ହୋଇଛି। ଏହି ବିଷ୍ପୋରଣରେ ଦୁଇ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଜେୟୁଆଇ (ଏଫ) ର ନେତା ମୌଲାନା ମହମ୍ମଦ ହନୀଫଙ୍କ ସମେତ ଆଠଜଣ ଲୋକ ଆହତ ହୋଇଛନ୍ତି। ବିଷ୍ପୋରଣ କିଲା ଅବ୍ଦୁଲ୍ଲାହ ଜିଲ୍ଲାର ଚମନ ଅଞ୍ଚଳରେ ହୋଇଛି। ଏହି କ୍ଷେତ୍ର ଅଫଗାନିସ୍ଥାନସୀମାକୁ ଲାଗି ରହିଛି। ଏହି ବିଷ୍ପୋରଣ କାରଣରୁ ଆଖପାଖରେ ଥିବା ଗାଡ଼ିଗୁଡ଼ିକ କାଚ ଭାଙ୍ଗି ଯାଇଛି ଏବଂ କୋଠାଘର ଗୁଡ଼ିକ ଦୋହଲିବାରେ ଲାଗିଥିଲା।

ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି। ଯେଉଁଠାରେ ଅନେକ ଲୋକମାନଙ୍କର ଅବସ୍ଥା ଗମ୍ଭୀର ଗୁରୁତର କୁହୀଯାଉଛି। ପାକିସ୍ଥାନ ମିଡ଼ିଆ ଅନୁସାରେ ଏହି ବିଷ୍ପୋରଣରେ ଜେୟୁଆଇ (ଏଫ) ନେତା ପ୍ରମୁଖ ମୌଲାନା ମୁହମ୍ମଦ ହନୀଫଙ୍କ ସମେତ ଆଠଜଣ ଲୋକ ଆହତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.