Home ଅପରାଧ ଚପଲ ପିନ୍ଧି ବାଇକ୍ ଚଲାଇଲେ କ’ଣ ଫାଇନ୍ ?

ଚପଲ ପିନ୍ଧି ବାଇକ୍ ଚଲାଇଲେ କ’ଣ ଫାଇନ୍ ?

4389

ନୂଆଦିଲ୍ଲୀ: ଦେଶରେ ନୂଆ ମୋଟର ଭେଇକଲ୍ ଆଇନ ଲାଗୁ ହେବା ପରେ ଗାଡ଼ି ଚାଳକ ମାନଙ୍କ ଭିତରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି।ଟ୍ରାଫିକ୍ ନିୟମ ପାଳନରେ ବିଭିନ୍ନ ପ୍ରକାର ତୃଟି ଦର୍ଶାଯାଇ ଚାଳକମାନଙ୍କ ଠାରୁ ମୋଟା ଅଙ୍କରେ ଜୋରିମାନା ଆଦାୟ କରାଯାଉଛି।ତେବେ, ଏ’ ଭିତରେ ଟ୍ରାଫିକ ନିୟମକୁ ନେଇ ଅନେକ ପ୍ରକାର ଗୁଜବ ମଧ୍ୟ ସୃଷ୍ଟି ହେଉଛି।ଅନେକ ଲୋକଙ୍କ ମନରେ ଏବେ ଏକ ପ୍ରଶ୍ନ ସୃଷ୍ଟି ହୋଇଛି ଯେ କ’ଣ ଚପଲ କିମ୍ବା ସ୍ୟାଣ୍ଡେଲ୍ ପିନ୍ଧି ବାଇକ୍ ଚଲାଇବା ଟ୍ରାଫିକ ନିୟମର ଉଲଘଂନ?ଏଥିପାଇଁ ବି କ’ଣ ଜୋରିମାନା ଭରିବାକୁ ପଡିବ?ନୂଆ ଆଇନ୍ ଲାଗୁ ପରେ ଅଧିକାରୀକ ରୂପରେ ଏ’ ନେଇ କିଛି ସ୍ପଷ୍ଟ ବିଜ୍ଞପ୍ତି ଜାରି ହୋଇ ନାହିଁ।ତେବେ, ନିୟମ ଅନୁସାୟୀ ହାୱାଇ ଚପଲ ପିନ୍ଧି ଦୁଇ ଚକିଆ ଗାଡ଼ି ଚଲାଇବା ଟ୍ରାଫିକ ନିୟମର ଉଲ୍ଲଂଘନ ଅଟେ ବୋଲି କୁହାଯାଉଛି।ଅର୍ଥାତ୍ ବାଇକ୍ ଚଲାଇବାକୁ ହେଲେ ଆପଣଙ୍କୁ ହେଲମେଟ୍ ସମେତ ବୁଟ୍ ମଧ୍ୟ ପିନ୍ଧିବାକୁ ପଡ଼ିବ।ଟ୍ରାଫିକ ବିଭାଗର ଅଧିକାରୀଙ୍କ ସୂଚନା ମୁତାବକ ଚପଲ ବା ସେଣ୍ଡାଲ ପିନ୍ଧି ଦୁଇ ଚକିଆ ଯାନ ଚଲାଇବା ଉପରେ ଜୋରିମାନା ନିୟମ ବହୁତ ପୁରୁଣା।କିନ୍ତୁ, ଏହା ସେମିତି ଲାଗୁ କରାଯାଉ ନ’ଥିଲା।ଟ୍ରାଫିକ୍ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ହାୱାଇ ଚପଲ ପିନ୍ଧି ଗିୟର ଥିବା ଦୁଇ ଚକିଆ ଯାନ ଚଲାଇବା ଟ୍ରାଫିକ ନିୟମର ଉଲ୍ଲଂଘନ ଅଟେ।ତେଣୁ, ଏବେ ଚପଲ କିମ୍ୱା ସେଣ୍ଡଲ୍ ପିନ୍ଧି ବାଇକ ଚଲାଇବା ଉପରେ ଚାଲାଣ କଟାଯିବ।ଜୋରିମାନା ୧୦୦୦ ଟଙ୍କା ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ଥର ଭୁଲ ପାଇଁ ୧୫ ଦିନ ପର୍ଯ୍ୟନ୍ତ ଜେଲ ଦଣ୍ଡ ରହିଛି ବୋଲି କୁହାଯାଉଛି।ଉତ୍ତରପ୍ରଦେଶ ଭଳି କିଛି ସ୍ଥାନରେ ଚପଲ କିମ୍ୱା ସେଣ୍ଡଲ୍ ପିନ୍ଧି ବାଇକ୍ ଚଲାଉଥିବା ଚାଳକଙ୍କ ଉପରେ ଚାଲାଣ କଟାଯିବାର କିଛି ଅଭିଯୋଗ ଉଠିଛି।

ଏହାକୁ ନେଇ ବିରୋଧୀ ଦଳ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି।ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ଆଇପି ସିଂହ ଟ୍ୱିଟ କରିଛନ୍ତି, “ମୋର ଗରିବ ଭାଇ ଭଉଣୀ ସତର୍କ ହୋଇ ଯାଆନ୍ତୁ।ଗାଁର କୃଷକ, ଶ୍ରମିକ, ଗରିବ ଛାତ୍ରଛାତ୍ରୀ ଏବେ ଚପଲ ପିନ୍ଧି ବାଇକ୍ ଚଲାଇ ପାରିବେନି।ମୋଦୀ, ଯୋଗୀ ରାଜରେ “ସୁଟ-ବୁଟ” ପିନ୍ଧି ବାଇକ ଚଲାଇବାକୁ ହେବ।ନ’ ହେଲେ ଯୋଗୀ ବାବାଙ୍କ ପୁଲିସ ହଜାର ହଜାର ଟଙ୍କାର ଚାଲାଣ କାଟି ଦେବେ।ଆପଣଙ୍କ ଭଙ୍ଗା ଗାଡିକୁ ନିଲାମ କରିଦେବେ”।//ଦେବଦତ୍ତ ରଥ

୨୫ ହଜାର ଚାଲାଣ କଟାଯିବାରୁ “କ’ଣ କଲା ସେ” ମଦୁଆ ଡ୍ରାଇଭର ?

1 COMMENT

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.