Home ଅପରାଧ ୨୫ ହଜାର ଚାଲାଣ କଟାଯିବାରୁ “କ’ଣ କଲା ସେ” ମଦୁଆ ଡ୍ରାଇଭର ?

୨୫ ହଜାର ଚାଲାଣ କଟାଯିବାରୁ “କ’ଣ କଲା ସେ” ମଦୁଆ ଡ୍ରାଇଭର ?

1957

ଭୁବନେଶ୍ୱର: ନୂଆ ମୋଟର ଯାନ ଆଇନ୍ ଲାଗୁ ଦେଲାପରେ ଆକ୍ସନକୁ ଆସି ଯାଇଛନ୍ତି ଟ୍ରାଫିକ୍ ପୋଲିସ୍।ଯାତାୟତ ସମୟରେ ନିୟମ ଉଲ୍ଲଘଂନ କଲେ କିମ୍ବା ଗାଡ଼ିର କାଗଜ ପତ୍ର ଠିକ୍ ନ’ଥିଲେ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଉଛି।ବସ୍, ଟ୍ରକ୍, ବାଇକ୍ ଠାରୁ ଆରମ୍ଭ କରି ଅଟୋ, ଟ୍ରାକ୍ଟର ସବୁ ଏବେ ଭରୁଛନ୍ତି ଫାଇନ୍।ଏପରିକି ବେଳେବେଳେ ଗାଡ଼ିର ଦର ଠାରୁ ଅଧିକ ଜୋରିମାନା ଭରି ହନ୍ତସନ୍ତ ହେଉଛନ୍ତି ଲୋକେ।ହଠାତ୍ ଏ’ କଠୋର ଆଇନ୍ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି।ଚାଲାଣ ଭୟରେ କିଏ ସାଇକେଲ୍ ଚଲାଇଲାଣି ତ’ ଆଉ କିଏ ଗାଡ଼ି ଧରି ପାଦରେ ଚାଲିଚାଲି ଯିବାକୁ ବାଧ୍ୟ ହେଉଛନ୍ତି।କିଏ କିଏ ପୋଲିସ୍ ସାମ୍ନାରେ କାନ୍ଦି ବୋବାଇ ଛାଡ଼ି ଦେବାକୁ ନେହୁରା ହେଉଛନ୍ତି।

ତେବେ, ଏ’ ସବୁ ଭିତରେ ଗାଡ଼ି ଯାଞ୍ଚକୁ ନେଇ ଏକ ଚକିତ କରିଦେଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି।ଜଣେ ମଦ୍ୟପ ଚାଳକ ଗାଡ଼ି ଚଲାଉଥିବା ବେଳେ ପୋଲିସ୍ ହାବୁଡରେ ଧରାପଡ଼ିବା ପରେ ତାଙ୍କ ଉପରେ ୨୫ ହଜାର ଟଙ୍କା ଜୋରିମାନା ହୋଇଥିଲା।ତେବେ, ଏତେ ଟଙ୍କା ଚାଲାଣ କଟାଯିବାକୁ ସହ୍ୟ କରି ପାରି ନ’ଥିଲେ ଗାଡ଼ି ଚାଳକ।ରାକେଶ ନାମକ ସେହି ବାଇକ୍ ଚାଳକ ଜଣକ ଏତେ ରାଗି ଯାଇଥିଲେ ଯେ, କ୍ରୋଧରେ ଆସି ଟାଙ୍କିରୁ ତେଲ ବାହାର କରି ନିଜ ବାଇକ୍ ଉପରେ ଢାଳି ନିଆଁ ଲଗାଇ ଦେଇଥିଲେ।ଦିଲ୍ଲୀର ମାଲବୀୟ ନଗର ଅଞ୍ଚଳରେ ଘଟିଛି ଏହି ଘଟଣା।ସେଠାରେ ଉପସ୍ଥିତ ଥିବା ଲୋକ ଏବଂ ପୋଲିସ ବାଇକ୍ ଚାଳକଙ୍କ ଏଭଳି ଆଚରଣକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚିଲା ବେଳକୁ ଗାଡି ପୋଡ଼ି ପାଉଁଶ ହୋଇ ଯାଇଥିଲା।ଏ’ ନେଇ ରାକେଶଙ୍କ ବିରୁଦ୍ଧରେ ଆଇପିସିର ଧାରା ୪୫୩ ଅନୁଯାୟୀ ମାମଲା ରୃଜୁ ହୋଇଛି। ପୋଲିସ କହିବା ଅନୁଯାୟୀ ରାକେଶ ଗାଡ଼ି ଚେକିଙ୍ଗ୍ ସମୟରେ ମଦ୍ୟପାନ କରିଥିଲେ।ଡାକ୍ତରୀ ପରୀକ୍ଷା ପରେ ରାକେଶଙ୍କୁ ଥାନାରେ ଅଟକ ରଖାଯାଇଛି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.