Home ଓଡ଼ିଶା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୪% ଅତିରିକ୍ତ ମହଙ୍ଗା ଭତା ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୪% ଅତିରିକ୍ତ ମହଙ୍ଗା ଭତା ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

143

ନୂଆ ଦିଲ୍ଲୀ ୧୪-୩ (ଓଡ଼ିଆ ପୁଅ) ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବଉପକୃତ ହେବେ ୪୮.୩୪ ଲକ୍ଷ କର୍ମଚାରୀ ଓ ୬୫.୨୬ ଲକ୍ଷ ପେନସନଭୋଗୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ଲାଗି ୪ପ୍ରତିଶତ ଅତିରିକ୍ତ ମହଙ୍ଗା ଭତା ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। କର୍ମଚାରୀଙ୍କ ପାଇଁ ଡିଏ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଦର ସହାୟତା (ଡିଏଲ)ରେ ଏହି ବୃଦ୍ଧି ଗତ ଜାନୁଆରୀ ପହିଲା ଠାରୁ ପିଛିଲା ଭାବେ ଲାଗୁ ହେବ। ଦରଦାମ ବୃଦ୍ଧିକୁ ଆଖି ଆଗରେ ରଖି ବର୍ତମାନର ୧୭ ପ୍ରତିଶତ ମହଙ୍ଗା ଭତାରେ ଆହୁରି ୪ ପ୍ରତିଶତ ବୃଦ୍ଧି ପାଇଁ କ୍ୟାବିନେଟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି।

ଡିଏ ଓ ଡିଏଲରେ ଏହି ବୃଦ୍ଧି ଫଳରେ ରାଜକୋଷ ଉପରେ ବାର୍ଷିକ ୧୨, ୫୧୦.୦୪ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ ଏବଂ ୨୦୨୦-୨୧ ବର୍ଷରେ ଏଥିପାଇଁ ମୋଟ ୧୪, ୫୯୫.୦୪ କୋଟି ଟଙ୍କା ବ୍ୟୟ କରାଯିବ (ଜାନୁଆରୀ, ୨୦୨୦ ଠାରୁ ଫେବୃଆରୀ, ୨୦୨୧ ପର୍ଯ୍ୟନ୍ତ ୧୪ ମାସର ଅବଧି ଲାଗି)। ଏହାଦ୍ୱାରା ୪୮.୩୪ ଲକ୍ଷ କର୍ମଚାରୀ ଏବଂ ୬୫.୨୬ ଲକ୍ଷ ପେନସନଭୋଗୀ ଲାଭାନ୍ୱିତ ହେବେ। ଏହି ବୃଦ୍ଧି ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଆଧାରରେ ଅନୁମୋଦିତ ନିୟମ ଅନୁଯାୟୀ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.