Home Coronavirus Outbreak ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟଙ୍କ ସଂଖ୍ୟାଠାରୁ 96 ହଜାରରୁ ଅଧିକ – କୋଭିଡ-19 ସୁସ୍ଥ ହାର 58.24...

ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟଙ୍କ ସଂଖ୍ୟାଠାରୁ 96 ହଜାରରୁ ଅଧିକ – କୋଭିଡ-19 ସୁସ୍ଥ ହାର 58.24 ପ୍ରତିଶତକୁ ବୃଦ୍ଧି

112

ନୂଆ ଦିଲ୍ଲୀ ୨୬-୬ (ଓଡ଼ିଆ ପୁଅ) ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସରକାରଙ୍କ ଦ୍ଵାରା ନିଆଯାଉଥିବା ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଦ୍ୱାରା କୋଭିଡ-19 ପରିଚାଳନା କ୍ଷେତ୍ରରେ ଅଭୂତପୂର୍ବ ସଫଳତା ମିଳିପାରିଛି ।
ଆରୋଗ୍ୟ ହାର ସକ୍ରିୟ ରୋଗୀଙ୍କ ତୁଳନାରେ 96,173ରୁ ଅଧିକ ହୋଇଛି ।
ଗତ 24 ଘଣ୍ଟା ମଧ୍ୟରେ 13,940 ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ମୋଟ ଏହି ସଂଖ୍ୟା 2,85,636କୁ ବୃଦ୍ଧି ପାଇଛି । ସେ ଦୃଷ୍ଟିରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା 58.24 ଶତକଡା ହୋଇଛି ।
ବର୍ତ୍ତମାନ 1,89,463 ଜଣ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି ।
ଦେଶରେ ଆଇସିଏମଆର ଗତ 24 ଘଣ୍ଟା ମଧ୍ୟରେ ନମୁନା ପରୀକ୍ଷଣ ଲାଗି 11ଟି ଅଧିକ ପରୀକ୍ଷାଗାର ବୃଦ୍ଧି କରିଥିବା ବେଳେ ମୋଟ ସଂଖ୍ୟା 1,016କୁ ବୃଦ୍ଧି ପାଇଛି । ଏଥିରୁ 737ଟି ସରକାରୀ ହୋଇଥିବା ବେଳେ 279ଟି ବେସରକାରୀ ।
– Real-Time RT PCR based testing labs: 560 (Govt: 359+Private: 201)
– TrueNat based testing labs : 369 (Govt: 346 + Private: 23)
– CBNAAT based testing labs : 87 (Govt: 32 + Private: 55)
ନମୁନା ପରୀକ୍ଷଣ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ 2,15,446ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ଦେଶରେ ମୋଟ ନମୁନା ପରୀକ୍ଷଣ 77,76,228 କୁ ବୃଦ୍ଧି ପାଇଛି ।
କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA ।
ଏ ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ [email protected] ଏବଂ [email protected] ଏବଂ @CovidIndiaSeva କୁ ପଠାଇ ପାରିବେ ।
କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ ।
https://www.mohfw.gov.in/pdf/coronvavirushelplinenumber.pdf

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.