Home ଓଡ଼ିଶା ଆପଣମାନେ ଖୁସିତ? ମୁଁ ବି ଖୁସି- କିନ୍ତୁ … (ଭାଗ – ୨) ...

ଆପଣମାନେ ଖୁସିତ? ମୁଁ ବି ଖୁସି- କିନ୍ତୁ … (ଭାଗ – ୨) ନୂଆପଡାରେ ଦାଦନ ଦୁଃଖ

1873

ଖଡିଆଳ/ନୂଆପଡା-୦୩.୦୭.୧୯(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)-ନୂଆପଡା ଜିଲ୍ଲା ଖଡିଆଳ ଥାନା ଗୋଡତଲା ଗ୍ରାମ ପାତଳପଡା ଗ୍ରାମରେ ଜଣେ ଦାଦନ ପରିବାର ଦାଦନ ପରିବାର ଦାଦନ ଖଟିବାକୁ ଯାଇ ଶେଷରେ ନାବାଳିକାର ଶବକୁ ଘର ଧରି ଫେରିବା ଖଡିଆଳ ଅଞ୍ଚଳରେ ଚାଞ୍ଚଲ୍ୟ ଖେଲାଇ ଦେଇଛି। ସୂଚନା ମତେ ବିଧବା ମହିଲା ଉଁଆସି ମାଝୀ ୨ ବର୍ଷ ତଲେ ସ୍ଥାନୀୟ ଜଣେ ଦାଦନ ଦଳାଲଙ୍କ ଠାରୁ ୬ ମାସ କାମ କରିବା ପାଇଁ ଅଗ୍ରୀମ ଟଙ୍କା ନେଇ ଆଲହାବାଦ ସ୍ଥିତ ପୈଦାପଲ୍ଲିର ଏକ ଇଟାଭାଟିକୁ କାମ କରିବାକୁ ଯାଇ ଇଟାଭାଟି କାମ କରୁଥିଲେ। ସେଠାରେ ମା’ ଙ୍କ ସହିତ ୪ ନାବାଳିକା ଗୋଟିଏ ନାବାଳକ ରହୁଥିଲେ। ତେବେ ଉକ୍ତ ଦାଦନ ପରିବାରର ସରଳତାର ସୁଯୋଗ ନେଇ ୬ ମାସ ବଦଳରେ ୨ ବର୍ଷ ହେବ ପରିବାରକୁ ଜେଳ ସଦୃଶ୍ୟ ରଖାଯାଇଥିଲା। ତେବେ କୌଣସି କାରଣରୁ ୧୩ ବର୍ଷର ନାବାଳିକା କିଆଫୁଳ ମାଝୀର ଦେହ ଅତ୍ୟନ୍ତ ଅସୁସ୍ଥ ହେବାରୁ ଚିକିତ୍ସା କରିବା ବଦଳରେ ଉକ୍ତ ଇଟାଭାଟିରୁ ପରିବାରକୁ ଇଟାଭାଟି ସର୍ଦ୍ଧାର ବାହାର କରିଦେଇଥିଲେ। ଯାହାଫଳରେ ଉକ୍ତ ନାବାଲିକା କିଆଫୂଳ ମାଝୀ ଆସୁଥିବା ସମୟରେ ବାଟରେ ମୃତ୍ୟୁ ହୋଇଯାଇଥିଲା। ବୁଧବାର ଦାଦନ ପରିବାର ନାବାଲିକାର ମୃତ ଶରୀରକୁ ଧରୀ ନିଜ ଘର ଗୋଡତଲାରେ ପହଁଚିଥିଲେ। ପରେ ପରିବାର ଓ ଗ୍ରାମବାସୀମାନେ ନାବାଲିକାର ଶବ ସତ୍କାର କରିଥିଲେ। ସୂଚନା ମତେ ସ୍ଥାନୀୟ ଦାଦନ ଦଳାଲ ସହଦେବ ତାଣ୍ଡି ଉକ୍ତ ପରିବାରକୁ ହାଇଦ୍ରାବଦ ନେଇଥିଲା। ହେଲେ ୬ ମାସ ବଦଳରେ ୨ ବର୍ଷ ଜେଳବନ୍ଦୀ ଭାବରେ କାମ କରାଇଥିଲା ଇଟା ଭାଟି ମାଲିକ। ଜଣେ ନୀରିହ ପରିବାର ୨ ବର୍ଷ ରଖିବା ଓ ନାବାଳିକା ଝିଅର ଦେହ ଖରାପ ହେବାପରେ ପରିବାରକୁ ବାହାର କରିଦେବା ନିଶ୍ଚିତ ପକ୍ଷେ ନିନ୍ଦନୀୟ। ଉକ୍ତ ଦାଦନ ଦାଲାଲ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ସହିତ ନୀରିହ ଦାଦନ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗୋଡତଲା ଗ୍ରାମବାସୀ ସରକାରଙ୍କ ଠାରେ ଦାବି କରିଛନ୍ତି।

ଆପଣମାନେ ଖୁସିତ? ମୁଁ ବି ଖୁସି- କିନ୍ତୁ … (ଭାଗ – ୧)

କି ଶାସନ ! ଶବ ବାହକ ଗାଡି ପାଇଁ ଟଙ୍କା ନଥିଲା, ସ୍ତ୍ରୀ ଟ୍ରେନରେ ଆଣିଲେ ସ୍ୱାମୀଙ୍କ ଶବ – ସାଇ ଲୋକ ଚାନ୍ଦା କରି କଲେ ସତ୍କାର

 

https://odiapua.com/%e0%ac%a6%e0%ac%be%e0%ac%b0%e0%ac%bf%e0%ac%a6%e0%ad%8d%e0%ac%b0%e0%ad%8d%e0%ad%9f%e0%ac%a4%e0%ac%be%e0%ac%b0-%e0%ac%95%e0%ac%b0%e0%ad%81%e0%ac%a3-%e0%ac%a6%e0%ad%83%e0%ac%b6%e0%ad%8d%e0%ad%9f/

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.