Home ଓଡ଼ିଶା ବ୍ରହ୍ମପୁରରେ “ରାଷ୍ଟ୍ରୀୟ ଏକତା ଅଭିଯାନ” ଜନ ଜାଗରଣ ସଭା

ବ୍ରହ୍ମପୁରରେ “ରାଷ୍ଟ୍ରୀୟ ଏକତା ଅଭିଯାନ” ଜନ ଜାଗରଣ ସଭା

109

ବ୍ରହ୍ମପୁର: ବ୍ରହ୍ମପୁର ଡାଏମଣ୍ଡ ଜୁବଲି ଟାଉନ ହଲଠାରେ ବିଜେପି ପକ୍ଷରୁ ଆୟୋଜିତ ହୋଇଯାଇଛି “ରାଷ୍ଟ୍ରୀୟ ଏକତା ଅଭିଯାନ” ଜନ ଜାଗରଣ ସଭା।ଏଥିରେ ମୁଖ୍ୟ ଅତିଥି ଭାବରେ ବିଜେପି ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡାଙ୍କ ସମେତ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ, ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ରାଜ୍ୟ ସମ୍ପାଦକ ବିଭୂତି ଭୂଷଣ ଜେନା, ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ପ୍ରମୁଖ ଯୋଗ ଦେଇ ଧାରା ୩୭୦ର ଇତିହାସ, ଏହା ଦ୍ୱାରା ଦେଶ ତଥା ଜମ୍ମୁକଶ୍ମୀର ପାଇଁ କ’ଣ ଲାଭ ବା କ୍ଷତି ହେଉଥିଲା, ଏହାଦ୍ୱାରା କିପରି ଶତ୍ରୁରାଷ୍ଟ୍ର ପାକିସ୍ଥାନ, ଆତଙ୍କବାଦୀ ସଙ୍ଗଠନ ଏବଂ ବିଚ୍ଛିନ୍ନବାଦୀ ସଙ୍ଗଠନ ଲାଭାନ୍ବିତ ହେଉଥିଲେ ଏବଂ ୩୭୦ ଧାରାର ଉଚ୍ଛେଦ ପର ସ୍ଥିତି ଆଦି ଉପରେ  ତଥ୍ୟ ରଖିଥିଲେ।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁଧାଂଶୁ ପତି, ସରୋଜ ସାବତ, ଶିଶିର ପାଢ଼ୀ, ପିଙ୍କି ପ୍ରଧାନ, ବବିତା ପାତ୍ର, ସୁବାସିନୀ ପଟ୍ଟନାୟକ, ପ୍ରଶାନ୍ତ କର, ନୀଳମଣି ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।ଏହା ପୂର୍ବରୁ ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜର ପୂର୍ବତନ ପ୍ରଫେସର ଡଃ: ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ସାକ୍ଷାତ କରିଥିଲେ।//ଦେବଦତ୍ତ ରଥ

ଦାଦନ ଖଟିବାକୁ ଯାଉଛନ୍ତି ଗଞ୍ଜାମର ମଜୁରିଆ; ବାଂଲାଦେଶୀ ମାରୁଛନ୍ତି ପେଟକୁ ଲାତ: ବିଜେପି ମୌନ!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.