Home ଓଡ଼ିଶା ଲାଗି ରହିବ ଵର୍ଷା

ଲାଗି ରହିବ ଵର୍ଷା

408

ଭୁବନେଶ୍ଵର,୨୪/୦୯,(ଓଡ଼ିଆ ପୁଅ ପି ନାଏକ): ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା । ବର୍ଷା ସାଙ୍ଗକୁ କେତେକ ସ୍ଥାନରେ ଘଡ଼ଘଡ଼ି ମଧ୍ୟ ହେଉଛି । ଓଡ଼ିଶା ସମେତ ତାମିଲନାଡୁ, ପୁଡୁଚେରୀରେ ଆଜି ପ୍ରବଳ ବର୍ଷା ହେବ। ଆଜି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ମିଳିଛି । ଯାହାର ପ୍ରଭାବରେ ଆଜି ସକାଳୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି । ଖାଲି ଏହି ଦୁଇ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ନୁହେଁ ଉତ୍ତର ପ୍ରଦେଶ, ପୂର୍ବ ରାଜସ୍ଥାନ, ବିଦର୍ଭ, ଛତିଶଗଡ଼, ପଶ୍ଚିମବଙ୍ଗରେ ମଧ୍ୟ ଆଜି ଦିନସାରା ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି । ସମୁଦ୍ର ଅଶାନ୍ତ ରହିବ ବୋଲି ଜଣାପଡ଼ିଥିବାରୁ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ପାଣିପାଗ ବିଭାଗ ବାରଣ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.