Home Top News ସ୍ୱିସ୍ ଓପନ୍ : ରୌପ୍ୟ ପଦକରେ ସନ୍ତୁଷ୍ଟ ହେଲେ ସିନ୍ଧୁ, ଫାଇନାଲରେ କାରୋଲିନା ମାରିନଙ୍କଠାରୁ ପରାସ୍ତ...

ସ୍ୱିସ୍ ଓପନ୍ : ରୌପ୍ୟ ପଦକରେ ସନ୍ତୁଷ୍ଟ ହେଲେ ସିନ୍ଧୁ, ଫାଇନାଲରେ କାରୋଲିନା ମାରିନଙ୍କଠାରୁ ପରାସ୍ତ ହେଲେ

142

ନୂଆ ଦିଲ୍ଲୀ ୭-୩ (ଓଡ଼ିଆ ପୁଅ) ସ୍ୱିସ୍ ବ୍ୟାଡମିଣ୍ଟନ୍ ଓପନର ଫାଇନାଲରେ ଭାରତର ଶ୍ରେଷ୍ଠ ମହିଳା ବ୍ୟାଡମିଣ୍ଟନ୍ ଖେଳାଳି ପିଭି ସିନ୍ଧୁ ହାରିଯାଇଛନ୍ତି। ମ୍ୟାଚରେ ସିନ୍ଧୁ ସ୍ପେନର ତାରକା ବ୍ୟାଡମିଣ୍ଟନ ଖେଳାଳି କାରୋଲିନା ମାରିନଙ୍କଠାରୁ ୨୧-୧୨, ୨୧-୫ ରେ ପରାସ୍ତ ହୋଇଛନ୍ତି। ଏହି ପରାଜୟ ସହିତ ସିନ୍ଧୁଙ୍କୁ ରୌପ୍ୟ ପଦକ ସହିତ ସନ୍ତୁଷ୍ଟ ହେବାକୁ ପଡ଼ିଲା। ମହିଳା ସିଙ୍ଗଲ୍ସରେ ମାରିନ ୩୫ ମିନିଟର ଖେଳରେ ବିଶ୍ୱ ଚାମ୍ପିୟନ ସିନ୍ଧୁଙ୍କୁ ପରାସ୍ତ କରିଛନ୍ତି। ଏହାପୂର୍ବରୁ ଶନିବାର ଦିନ ସିନ୍ଧୁ ଏକ ଚମତ୍କାର ପ୍ରଦର୍ଶନରେ ଚତୁର୍ଥ ସିଡ୍ ଡେନମାର୍କର ମିୟା ବ୍ଲିଚଫେଲ୍ଡଙ୍କୁ ସେମିଫାଇନାଲରେ ସିଧାସଳଖ ସେଟ୍‌ରେ ପରାସ୍ତ କରିଥିଲେ। ସିନ୍ଧୁ ୪୩ ମିନିଟର ଖେଳରେ ବ୍ଲିଚଫେଲ୍ଡ ୨୨–୨୦, ୨୧-୧୦ କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.