Home ଓଡ଼ିଶା ସହିଦଙ୍କ ପରିବାର ପାଇଁ ପଞ୍ଜାବ ସରକାରଙ୍କ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

ସହିଦଙ୍କ ପରିବାର ପାଇଁ ପଞ୍ଜାବ ସରକାରଙ୍କ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

169

ଚଣ୍ଡିଗଡ଼, ଅକ୍ଟୋବର ୧ (ଓଡ଼ିଆ ପୁଅ): ଜାମ୍ମୁ କାଶ୍ମୀରର ଲାଇନ୍ ଅଫ୍ କଣ୍ଟ୍ରୋଲ୍ ଉପରେ ପାକିସ୍ଥାନର ଘୃଣ୍ୟ କାର୍ଯ୍ୟ ଯୋଗୁ ପାକିସ୍ଥାନ ପଟରୁ ଅସ୍ତ୍ର ବିରତି ଉଲ୍ଲଙ୍ଘନ କରାଣରୁ ଗୁଳିରେ ପ୍ରାଣ ହରାଇଥିବା 10 ଜାମ୍ମୁ କାଶ୍ମୀର ରାଇଫଲ୍ସ ଲାନ୍ସ ନାୟକ କର୍ଣ୍ଣେଲ ସିଂଙ୍କ ପରିବାରର ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ଏହା ସହିତ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦେବାକୁ ଘୋଷଣା କରାଯାଇଛି।

ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଏବଂ ପୀଡ଼ିତାଙ୍କ ପରିବାରକୁ ସାନ୍ତ୍ୱନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତିଯେ, ଲାନ୍ସ ନାଏକ କର୍ଣ୍ଣେଲ ସିଂ ନିର୍ଭୟରେ ଦେଶ ପାଇଁ ଯୁଦ୍ଧ କରିଛନ୍ତି ଏବଂ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି, ଦେଶ ତାଙ୍କ ବଳିଦାନକୁ କେବେବି ଭୁଲିପାରିବ ନାହିଁ ଏବଂ ଆଗାମୀ ପିଢ଼ିକୁ ପ୍ରେରଣା ଦେବ।

ସାଙ୍ଗରୁର ଜିଲ୍ଲାର ଲୋହା ଖେଡା ଗ୍ରାମରୁ ଆସିଥିବା ସହିଦ ଲାନ୍ସ ନାୟକଙ୍କର ପିତାମାତା, ପତ୍ନୀ ଏବଂ ଏକ ବର୍ଷର ପୁଅ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.