Home Top News ପ୍ରଧାନମନ୍ତ୍ରୀ ମୋଦୀଙ୍କ ଖୁଡ଼ି ନର୍ମଦାବେନଙ୍କ ନିଧନ, କରୋନା ଭୂତାଣୁ ସଂକ୍ରମିତ ଥିଲେ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଖୁଡ଼ି ନର୍ମଦାବେନଙ୍କ ନିଧନ, କରୋନା ଭୂତାଣୁ ସଂକ୍ରମିତ ଥିଲେ

63

ଅହମ୍ମଦାବାଦ/ନୂଆ ଦିଲ୍ଲୀ ୨୭-୪ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଖୁଡ଼ି ନର୍ମଦାବେନ ମୋଦିଙ୍କର ମଙ୍ଗଳବାର ଏଠାରେ ଥିବା ସିଭିଲ ହସ୍ପିଟାଲରେ ମୃତ୍ୟୁ ହୋଇଛି। ସେ କରୋନା ଭୂତାଣୁ ସଂକ୍ରମିତ ହୋଇଥିଲେ।

ଖବର ଅନୁଯାୟୀ, ନର୍ମଦାବେନ୍ (୮୦) ନିଜ ସନ୍ତାନମାନଙ୍କ ସହିତ ସହରର ନୂଆ ରାନିପ ଅଞ୍ଚଳରେ ରହୁଥିଲେ। ପ୍ରଧାନମନ୍ତ୍ରୀଙ୍କ ସାନଭାଇ ପ୍ରହ୍ଲାଦ ମୋଦୀ କହିଛନ୍ତି ଯେ, କରୋନା ଜୀବାଣୁ ସଂକ୍ରମଣ ହେତୁ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା ଆମ ଖୁଡ଼ି ନର୍ମଦାବେନଙ୍କୁ ପ୍ରାୟ ଦଶ ଦିନ ପୂର୍ବରୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରହ୍ଲାଦ ମୋଦୀ କହିଛନ୍ତି ଯେ, ସେ ଆଜି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ପିତା ଦାମୋଦରଦାସଙ୍କ ସାନଭାଇ ତଥା ନର୍ମଦାଙ୍କର ସ୍ୱାମୀ ଜଗଜୀବନଦାସଙ୍କର ଦେହାନ୍ତ ପୂର୍ବରୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.