Home Top News ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି

ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି

66

ନୂଆ ଦିଲ୍ଲୀ ୨୭-୪ (ଓଡ଼ିଆ ପୁଅ) ଋଷଭ ପନ୍ତଙ୍କ ଅଧିନାୟକତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଠୁଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଲାଡିୟମରେ ଖେଳାଯିବାକୁ ଥିବା ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧) ର ଏହା ହେଉଛି ୨୨ ତମ ମ୍ୟାଚ୍। ଏହି ମ୍ୟାଚ୍ ପାଇଁ ଉଭୟ ଦଳ ପ୍ରସ୍ତୁତ ଅଛନ୍ତି। ବାଙ୍ଗାଲୋର ପଏଣ୍ଟ ଟେବୁଲରେ ପାଞ୍ଚଟି ମ୍ୟାଚରେ ଚାରିଟି ବିଜୟ ସହ ବିରାଟ କୋହଲି ତୃତୀୟ ସ୍ଥାନରେ ଅଛନ୍ତି। ଏଥି ସହିତ ଦିଲ୍ଲୀକ୍ୟାପିଟାଲ୍ସ ମଧ୍ୟ ସମାନ ସଂଖ୍ୟକ ମ୍ୟାଚ୍ ଜିତିଛି। ନେଟ୍ ରନରେଟ୍‌ ଆଧାରରେ ଦିଲ୍ଲୀ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।
– ଟୁର୍ଣ୍ଣାମେଣ୍ଟ ଛାଡି ଘରକୁ ଫେରିଥିବା ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ଥାନରେ ଇଶାନ୍ତ ଶର୍ମାଙ୍କୁ ଏହି ମ୍ୟାଚରେ ସୁଯୋଗ ଦିଆଯାଇଛି
– ବାଙ୍ଗାଲୋର ଦଳରେ ନବଦୀପ ସୈନିଙ୍କ ସ୍ଥାନରେ ରଜତ ପାଟିଦାରଙ୍କୁ ସୁଯୋଗ ଦିଆଯାଇଛି।
– ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।
ଦିଲ୍ଲୀ କ୍ୟାପିଟାଲ୍ସ ଆରସିବି ବିପକ୍ଷରେ ପ୍ଲେଇଙ୍ଗ ଇଲେଭେନ୍‌ ରେ ପରିବର୍ତ୍ତନ ଆଣିଛି। ସ୍ପିନର ଆର ଅଶ୍ୱିନଙ୍କ ସ୍ଥାନରେ ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କୁ ଦଳରେ ସାମିଲ କରାଯାଇଛି। ଏଥି ସହିତ, ଆରସିବି ମଧ୍ୟ ପ୍ଲେଇଙ୍ଗ ଇଲେଭେନ୍‌ରେ ଦୁଇଟି ପରିବର୍ତ୍ତନ କରିଛି। ଦ୍ରୁତ ବୋଲର ନବଦୀପ ସୈନିଙ୍କ ସ୍ଥାନରେ ବ୍ୟାଟ୍ସମ୍ୟାନ୍ ରଜତ ପାଟିଦାରଙ୍କୁ ସୁଯୋଗ ଦିଆଯାଇଥିବାବେଳେ ଡାନ ଖ୍ରୀଷ୍ଟିଆନଙ୍କ ସ୍ଥାନରେ ଦଳର ପ୍ଲେଇଙ୍ଗ ଇଲେଭେନ୍‌ରେ ଡାନିଏଲ ଶ୍ୟାମଙ୍କୁ ସୁଯୋଗ ମିଳିଛି।

ଦିଲ୍ଲୀ ପ୍ଲେଇଙ୍ଗ ଇଲେଭେନ୍‌

ଶିଖର ଧାୱନ, ପୃଥ୍ୱୀ ସ, ଷ୍ଟିଭ ସ୍ମିଥ, ଋଷଭ ପନ୍ତ (ଅଧିନାୟକ), ଶିମ୍ରନ ହେଟମିୟର, ମାର୍କସ ଷ୍ଟାଇନ୍ସ, ଅକ୍ଷର ପଟେଲ, କାଗିସୋ ରାବାଡା, ଅମିତ ମିଶ୍ର, ଇଶାନ୍ତ ଶର୍ମା, ଆବେଶ ଖାନ।

RCB ପ୍ଲେଇଙ୍ଗ ଇଲେଭେନ୍‌

ଦେବଦତ୍ତ ପାଦିକଲ, ବିରାଟ କୋହଲି (ଅଧିନାୟକ), ରଜତ ପାଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ, ଏବି ଡି ଭିଲିୟର୍ସ, ୱାଶିଂଟନ୍ ସୁନ୍ଦର, ଡାନିଏଲ୍ ଶ୍ୟାମସ୍, କାଇଲ୍ ଜାମିସନ, ହର୍ଷଲ ପଟେଲ, ୟୁଜଭେନ୍ଦ୍ର ଚହଲ, ମୋ. ସିରାଜ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.