Home ଓଡ଼ିଶା ସ୍ୱାଭିମାନ ଅଞ୍ଚଳରେ ଘୋଡାଚଢି ଭୋଟ ପ୍ରଚାର କଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ

ସ୍ୱାଭିମାନ ଅଞ୍ଚଳରେ ଘୋଡାଚଢି ଭୋଟ ପ୍ରଚାର କଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ

312

ମାଲକାନଗିରି, ୯ା୨ (ଓଡିଆ ପୁଅ ) ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ମାଲକାନଗିରି ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳପକ୍ଷରୁ ପ୍ରଚାର ଯୋରଦାର ଚାଲିଛି। ବିଶେଷ କରି କଂଗ୍ରେସ ଦଳ ପକ୍ଷରୁ ମାଓ ପ୍ରବଣ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଯୋରଦାର ଭୋଟ ପ୍ରଚାର ଆରମ୍ଭ ହୋଇ ଯାଇଛି। ଏହି ପ୍ରଚାରର ମଙ୍ଗ ଧରିଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ସ୍ୱାଭିମାନ ଅଞ୍ଚଳର ଅନେକ ଗ୍ରାମକୁ ସ୍ଥଳ ପଥରେ ଯାତାୟତ ପାଇଁ ରାସ୍ତା ନଥିବାରୁ ଶ୍ରୀ ମାଝୀ ଘୋଡାରେ ସବାର ହୋଇ ବିଭିନ୍ନ ଦୁର୍ଗମ ଗ୍ରାମକୁ ଯାଇ ଗ୍ରାମବାସୀମାନଙ୍କୁ ଭେଟି ସେମାନଙ୍କ ଅଞ୍ଚଳର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବା ସହିତ ସଭା ସମିତି ଆରମ୍ଭ କରି ଦେଇଛନ୍ତି। ଜଣେ ପୂର୍ବତନ ସାଂସଦ ସ୍ୱାଭିମାନ ଅଞ୍ଚଳରେ ପହଁଚି ସେମାନଙ୍କ ସମସ୍ୟା ପଚାରି ବୁଝୁଥିବାରୁ ବିଛିନ୍ନାଞ୍ଚଳ ବାସୀ ଶ୍ରୀ ମାଝୀଙ୍କୁ ସୁସଜ୍ଜିତ ଘୋଡ଼ାରେ ବସାଇ ଏକ ସୋଭାଯାତ୍ରାରେ ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ। ଦୁର୍ଗମ ଯନ୍ତାପାଇ ଗ୍ରାମରେ ଜିଲ୍ଲା କଂଗ୍ରେସ ଦଳର ସଭାପତି ଗୋବିନ୍ଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ସ୍ୱାଭିମାନ ଅଞ୍ଚଳର ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି ସେମାନଙ୍କ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ପାନୀୟଜଳ ଯୋଗଣ ଓ ବିଭିନ୍ନ ସମସ୍ୟା ସଂପର୍କରେ କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.