ad
ଓଡ଼ିଶା

କାହାଣୀ କହିବା ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜର ମନ କୀ ବାତ ଉଦବୋଧନର ସଦ୍ୟତମ ସଂସ୍କରଣରେ କାହାଣୀ କହିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ କାହାଣୀର ଇତିହାସ ସେତିକି ପୁରୁଣା ଯେତିକି ମାନବ ସଭ୍ୟତା। ସେ ଆହୁରି କହିଥିଲେ ଯେ ‘ଯେଉଁଠି ଆତ୍ମା ରହିଛି, ସେଠାରେ ଏକ କାହାଣୀ ଅଛି’। ସେ ପରିବାର ବରିଷ୍ଠ ସଦସ୍ୟଙ୍କ ଦ୍ଵାରା କାହାଣୀ କହିବାର ପରମ୍ପରା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆଲୋଚନା କରିଥିଲେ ଯେ ସେ ଯାତ୍ରା କରିବା ସମୟରେ ପିଲାମାନଙ୍କ ସହିତ ତାଙ୍କର ଆଲୋଚନା ହେଉଥିଲା। ସେ ଅନୁଭବ କଲେ ଯେ ପିଲାମାନଙ୍କ ମନରେ ହସକଥା ବ୍ୟାପକ ଭାବେ ବସା ବାନ୍ଧି ଦେଇଥିଲା ଏବଂ କାହାଣୀ ସହିତ ସେମାନଙ୍କର କୌଣସି ପରିଚୟ ନଥିଲା।

ପ୍ରଧାନମନ୍ତ୍ରୀ ଦେଶରେ କାହାଣୀ କହିବାର ସମୃଦ୍ଧ ପରମ୍ପରା ବିଷୟରେ ଆଲୋଚନା କରି କହିଥିଲେ ଯେ ଭାରତ ହିତୋପଦେଶ ଓ ପଞ୍ଚତନ୍ତ୍ରର ପରମ୍ପରାକୁ ପାଳନ କରି ଆସିଛି। ଏଠାରେ କାହାଣୀରେ ପଶୁ-ପକ୍ଷୀ ଓ ପରୀଙ୍କ କାଳ୍ପନିକ ଦୁନିଆ ଗଢ଼ାଯାଇଛି ଯାହାଦ୍ଵାରା ବିବେକ ଓ ବୁଦ୍ଧିମତ୍ତାର କଥା ସହଜରେ ବୁଝିହେବ। ସେ ଧାର୍ମିକ କାହାଣୀ କହିବାର ଏକ ପ୍ରାଚୀନ ପଦ୍ଧତି ‘କଥା’ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ତାମିଲନାଡ଼ୁ ଓ କେରଳରେ ପ୍ରଚଳିତ ‘ବିଲ୍ଲୁ ପାଟ’ର ଉଦାହରଣ ଦେଇ ସେ କହିଥିଲେ ଯେ ଏହାହେଉଛି କାହାଣୀ ଓ ସଙ୍ଗୀତର ଏକ ଆକର୍ଷକ ସାମଞ୍ଜସ୍ୟ। ସେ କାଠକଣ୍ଢେଇର ଜୀବନ୍ତ ପରମ୍ପରା ବିଷୟରେ ଆଲୋଚନା କରିଥିଲେ। ସେ ବିଜ୍ଞାନ ଏବଂ ବିଜ୍ଞାନ କଥା ଉପରେ ଆଧାରିତ କାହାଣୀ କହିବାର ବର୍ଦ୍ଧିତ ଲୋକପ୍ରିୟତା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀ ଆଇଆଇଏମ, ଅହମ୍ମଦାବାଦର ପୂର୍ବତନ ଛାତ୍ର ଶ୍ରୀ ଅମର ବ୍ୟାସଙ୍କ ଦ୍ଵାରା ପରିଚାଳିତ ‘Gathastory.in’, ମରାଠୀରେ ସୁଶ୍ରୀ ବୈଶାଲୀ ବ୍ୟବହାରେ ଦେଶପାଣ୍ଡେଙ୍କ ପ୍ରୟାସ, ଚେନ୍ନାଇର ସୁଶ୍ରୀ ଶ୍ରୀବିଦ୍ୟା ବୀର ରାଘବନଙ୍କ ପ୍ରୟାସ, ଯାହା ଆମ ସଂସ୍କୃତି ସହ ଜଡ଼ିତ କାହାଣୀକୁ ଲୋକପ୍ରିୟ କରିବା ଏବଂ ପ୍ରସାରିତ କରିବା ସହ ଜଡ଼ିତ। ସୁଶ୍ରୀ ଗୀତା ରାମାନୁଜମଙ୍କ ଦ୍ବାରା ‘kathalaya.org’ ପ୍ରୟାସ, ଇଣ୍ଡିଆ ଷ୍ଟୋରୀ ଟେଲିଂ ନେଟୱର୍କ ଏବଂ ବେଙ୍ଗଲୁରୁରେ ଶ୍ରୀ ବିକ୍ରମ ଶ୍ରୀଧରଙ୍କ ଦ୍ଵାରା କରାଯାଇଥିବା କାର୍ଯ୍ୟ, ଯିଏକି ମହାତ୍ମା ଗାନ୍ଧୀଙ୍କ ସମ୍ବନ୍ଧୀୟ କାହାଣୀକୁ ନେଇ ଅତ୍ୟନ୍ତ ଉତ୍ସାହିତ। ସେ ଏହିପରି କାହାଣୀ କହିବାର କଳାକୁ ପ୍ରୋତ୍ସାହନ ଦେବା ଲାଗି କରାଯାଇଥିବା ପ୍ରୟାସଗୁଡ଼ିକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ସୁଶ୍ରୀ ଅପର୍ଣ୍ଣା ଅତ୍ରେୟ ଏବଂ ବେଙ୍ଗଲୁରୁର ଷ୍ଟୋରୀ ଟେଲିଂ ସୋସାଇଟିର ଅନ୍ୟ ସଦସ୍ୟମାନଙ୍କ ସହିତ ପାରସ୍ପରିକ ଆଲୋଚନା କରିଥିଲେ। ଗ୍ରୁପ ମଧ୍ୟରେ ପାରସ୍ପରିକ ଆଲୋଚନା ସମୟରେ ରାଜା କୃଷ୍ଣଚନ୍ଦ୍ର ଦେବରାୟ ତାଙ୍କ ତାଙ୍କର ମନ୍ତ୍ରୀ ତେନାଲୀ ରାମଙ୍କ ଉପରେ ଏକ କାହାଣୀ ଶୁଣାଇଥିଲେ।

ପ୍ରଧାନମନ୍ତ୍ରୀ କାହାଣୀକାରମାନଙ୍କୁ ଏପରି ପଦ୍ଧତି ଖୋଜିବା ଲାଗି ଅନୁରୋଧ କରିଥିଲେ ଯାହା ଦେଶର ନୂଆ ପିଢ଼ିକୁ କାହାଣୀ ମଧ୍ୟରେ ମହାପୁରୁଷ ଓ ମହାନ ନାରୀଙ୍କ ସହିତ ଯୋଡ଼ି ପାରିବ। ସେ କହିଥିଲେ ଯେ କାହାଣୀ କହିବାର କଳାକୁ ନିଶ୍ଚିତ ଭାବେ ପ୍ରତ୍ୟେକ ଘରେ ଲୋକପ୍ରିୟ କରାଯିବା ଆବଶ୍ୟକ ଏବଂ ପିଲାମାନଙ୍କୁ ଭଲ କାହାଣୀ ଶୁଣାଇବା ସାର୍ବଜନିନ ଜୀବନର ଏକ ଅଂଶବିଶେଷ ହେବା ଉଚିତ। ସେ ବିଚାର ବ୍ୟକ୍ତ କରିଥିଲେ ଯେ ପ୍ରତ୍ୟେକ ସପ୍ତାହରେ, ପରିବାରର ସଦସ୍ୟମାନଙ୍କୁ କରୁଣା, ସମ୍ବେଦନଶୀଳତା, ବୀରତା, ବଳିଦାନ, ସାହସ ଆଦି ଭଳି ବିଷୟବସ୍ତୁକୁ ଚୟନ କରିବା ଆବଶ୍ୟକ ଏବଂ ପ୍ରତ୍ୟେକ ସଦସ୍ୟମାନଙ୍କୁ ସେହି ବିଷୟ ଉପରେ ଏକ କାହାଣୀ ଶୁଣାଇବା ଉଚିତ। ସେ କହିଥିଲେ ଯେ ଦେଶ ଅତିଶୀଘ୍ର ସ୍ଵାଧୀନନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି ଏବଂ କାହାଣୀ ଶୁଣାଉଥିବା ଲୋକମାନଙ୍କୁ ଅନୁରୋଧ କରିଥିଲେ ଯେ ସେମାନେ କାହାଣୀ ମାଧ୍ୟମରେ ସ୍ଵାଧୀନତା ସଂଗ୍ରାମର ପ୍ରେରଣାଦାୟୀ କାହାଣୀଗୁଡ଼ିକୁ ପ୍ରସାରିତ କରନ୍ତୁ। ପ୍ରଧାନମନ୍ତ୍ରୀ ସେମାନଙ୍କୁ ଏସବୁ କାହାଣୀ ମାଧ୍ୟମରେ ନୂଆ ପିଢ଼ିକୁ ୧୮୫୭ ଠାରୁ ଆରମ୍ଭ କରି ୧୯୪୭ ପର୍ଯ୍ୟନ୍ତ ପ୍ରତ୍ୟେକ ବଡ଼ ଏବଂ ଛୋଟ ଘଟଣା ଉପସ୍ଥାପନ କରିବା ଲାଗି ନିବେଦନ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top