Home Top News ସମ୍ବଲପୁର ଆଇଆଇଏମର ସ୍ଥାୟୀ ପରିସର ପାଇଁ ଆଜି ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସମ୍ବଲପୁର ଆଇଆଇଏମର ସ୍ଥାୟୀ ପରିସର ପାଇଁ ଆଜି ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

38

ନୂଆ ଦିଲ୍ଲୀ ୨-୧ (ଓଡ଼ିଆ ପୁଅ) ସମ୍ବଲପୁର ଆଇଆଇଏମର ସ୍ଥାୟୀ ପରିସର ପାଇଁ ଆଜି ଭିତ୍ତପ୍ରସ୍ଥର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହିଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ କରି ସୂଚନା ଦେଇଛନ୍ତି। ଆଇଆଇଏମ ଭଳି ଅନ୍ତର୍ଜାତୀୟ ଶିକ୍ଷାନୁଷ୍ଠାନର ଯୋଗଦାନ ପାଇଁ ଭାରତ ଗର୍ବ କରୁଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଚ୍ୱିଟରେ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ, କେନ୍ଦ୍ର ପେଟ୍ରୋଲିୟମ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ରହିବେ।

ସୂଚନାଯୋଗ୍ୟଯେ, ସମ୍ବଲପୁର ଆଇଆଇଏମ ଏବେ ଅସ୍ଥାୟୀ ପରିସରରେ ଚାଲିଛି।

ଏହି ସମାରୋହରେ ଭର୍ଚୁଆଲ ମାଧ୍ୟମରେ ୫୦୦୦ରୁ ଅଧିକ ଅଂଶଗ୍ରହଣକାରୀ ସାମିଲ ହେବେ। ଏମାନଙ୍କ ମଧ୍ୟରେ ରହିଛନ୍ତି ଅଧିକାରୀ, ଶିଳ୍ପ ନେତୃବର୍ଗ, ଶିକ୍ଷାବିତ ଓ ଛାତ୍ରଛାତ୍ରୀ, ଆଇଆଇଏମ ସମ୍ବଲପୁରର ପୂର୍ବତନ ଛାତ୍ରଛାତ୍ରୀ ଓ ଶିକ୍ଷକଗଣ।

ସମ୍ବଲପୁର ଆଇଆଇଏମ ସମ୍ପର୍କରେ

ଫ୍ଲିପଡ କ୍ଲାସରୁମ ପଦ୍ଧତିକୁ କାର୍ଯ୍ୟକାରୀ କରିବାରେ ଆଇଆଇଏମ ସମ୍ବଲପୁର ହେଉଛି ପ୍ରଥମ ଆଇଆଇଏମ। ଏହି ପଦ୍ଧତିରେ ମୌଳିକ ଜ୍ଞାନ ଡିଜିଟାଲ ମାଧ୍ୟମରେ ଦିଆଯାଉଥିବା ବେଳେ ଅନୁଭୂତି ଆଧାରିତ ଶିକ୍ଷାଦାନ ଉଦ୍ୟୋଗରୁ ଲାଇଭ ପ୍ରୋଜେକ୍ଟ ଜରିଆରେ ଶ୍ରେଣୀଗୃହରେ ଦିଆଯାଇଥାଏ। ସେହିପରି ଲିଙ୍ଗ ବିବିଧତା କ୍ଷେତ୍ରରେ ଏହି ଶିକ୍ଷାନୁଷ୍ଠାନ ଅନ୍ୟ ସମସ୍ତ ଆଇଆଇଏମକୁ ପଛରେ ପକାଇ ଦେଇଛି। ଏଠାରେ ୨୦୧୯-୨୧ ଏମବିଏ ବ୍ୟାଚରେ ସର୍ବାଧିକ ୪୯% ପ୍ରତିଶତ ଛାତ୍ରୀ ଥିବା ବେଳେ ୨୦୨୦-୨୨ ଏମବିଏ ବ୍ୟାଚରେ ୪୩% ଛାତ୍ରୀ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.