Home Top News କରୋନା ଆତଙ୍କ: ସ୍ଥଗିତ ହେଲା ପିପିଲି ଉପନିର୍ବାଚନ ..

କରୋନା ଆତଙ୍କ: ସ୍ଥଗିତ ହେଲା ପିପିଲି ଉପନିର୍ବାଚନ ..

13

ଭୁବନେଶ୍ୱର: ପିପିଲି ଉପନିର୍ବାଚନକୁ ପୁଣି ଥରେ ସ୍ଥଗିତ କରାଯାଇଛି। ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ମହାମାରୀ ଯୋଗୁଁ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ନିର୍ବାଚନ କମିସନ। ଏଥି ସହିତ ଆଚରଣବିଧି ମଧ୍ୟ ଉଠାଇ ଦିଆଯାଇଛି। ନିର୍ବାଚନ ସଂକ୍ରାନ୍ତରେ ନୂଆ ବିଜ୍ଞପ୍ତି ପରେ ପ୍ରକାଶ ପାଇବ। ସୂଚନାଯୋଗ୍ୟ, ଆସନ୍ତା ମେ’ ୧୬ ତାରିଖରେ ପିପିଲି ଉପ-ନିର୍ବାଚନ ହେବାର ଥିଲା। ୧୯ ତାରିଖରେ ଭୋଟ ଗଣତି ହେବାର ଥିଲା। ପୂର୍ବରୁ ମେ’ ୧୩ରେ ନିର୍ବାଚନ ହେବା ନେଇ ତାରିଖ ସ୍ଥିର ହୋଇଥିଲା। ପିପିଲି ସମେତ ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଉପ ନିର୍ବାଚନକୁ ମଧ୍ୟ ନିର୍ବାଚନ କମିସନ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି। ଏନେଇ ବେଙ୍ଗଲ ଏବଂ ଓଡିଶାର ସିଇଓଙ୍କ ସହ କଥା ହେବା ପରେ ପରବର୍ତ୍ତୀ ମୁହୂର୍ତ୍ତରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
[email protected]

ଜୀବନର ମୂଲ୍ୟ ବୁଝି.. ସ୍ଥଗିତ ହେଉ ପିପିଲି ଉପନିର୍ବାଚନ: ବାହାରୁଛନ୍ତି ଅନେକ କରୋନା ଆକ୍ରାନ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.