Home ଜିଲ୍ଲା ପରିକ୍ରମା ଭଦ୍ରକରୁ ଚିହ୍ନଟ ହେଲେ ୩୫୧ କରୋନା ଆକ୍ରାନ୍ତ

ଭଦ୍ରକରୁ ଚିହ୍ନଟ ହେଲେ ୩୫୧ କରୋନା ଆକ୍ରାନ୍ତ

12

ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳାରୁ ନୂତନ କରୋନା ଆକ୍ରାନ୍ତ ୩୫୧ଜଣ ଚିହ୍ନଟ ହୋଇଛନ୍ତି । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୯ହଜାର ୫୦୩ । ସୁସ୍ଥଙ୍କ ସଂଖ୍ୟା ହୋଇଛି ୮ହଜାର ୨୨୫ । ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୨୪୯ଜଣ । ଏହି ଚିହ୍ନଟଙ୍କ ମଧ୍ୟରେ ଧାମନଗର ବ୍ଲକର ରାଧାବଲ୍ଲଭପୁର, ପଧାନୀ, କରଦା, ଧୁଷୁରୀ, ଭଗବାନପୁର, ଭଟସାହି, ଦଇପୁର, ଦଳାଙ୍ଗ, ଦୋବଲ, କଟସାହି, କପରପଦା, ମୁସ୍ତାଫାପୁର, ଚୁଡାକୁଟି, ଷୋହଡା ଗ୍ରାମରୁ ମୋଟ ୫୭ଜଣ । ଭଣ୍ଡାରିପୋଖରୀ ବ୍ଲକର ରେବୋ, ଗୁଣୁପୁର, ବେଲପୋଖରୀ, ଅରେଇହୁଣା, ରାମପୁର, ସରସଦା, ବାଲିପୋଖରୀ, ବାଲିପୋଖରୀ, କୁରିଗାଁ ଗ୍ରାମରୁ ୧୬ଜଣ ଚିହ୍ନଟ ହୋଇଛନ୍ତିି । ଭଦ୍ରକ ପୌରପାଳିକାର ୧୦ ନଂ ୱାର୍ଡ ଜଗନ୍ନାଥପୁର, ୧୨ ନଂ ୱାର୍ଡ ବଙ୍କସାହି, ୧୭ ନଂ ୱାର୍ଡ ପୁରୁଣାବଜାର, ୬ ନଂ ୱାର୍ଡ ବାଇପାସ୍‌, ୧ ନଂ ୱାର୍ଡ ବରାଳପୋଖରୀ, ୮ନଂ ୱାର୍ଡର ବାଗୁରାଇ, ୫ ନଂ ୱାର୍ଡ ଚରମ୍ପା, ୯ ନଂ ୱାର୍ଡ, ୧୧ ନଂ ୱାର୍ଡ, ୧୩ ନଂ ୱାର୍ଡ ଅପର୍ତ୍ତିବିନ୍ଧା, ୨୮ ନଂ ୱାର୍ଡ, ୨୪ ନଂ ୱାର୍ଡ, ୧୫ ନଂ ୱାର୍ଡ, ୩୦ ନଂ ୱାର୍ଡ, ୧୬ ନଂ ୱାର୍ଡ, ୨୦ ନଂ ୱାର୍ଡରୁ ମୋଟ ୪୭ଜଣ ଚିହ୍ନଟ ହୋଇଛନ୍ତି । ଭଦ୍ରକ ବ୍ଲକର ଅଣ୍ଢେଇପଲ୍ଲୀ, ରାନ୍ଦିଆ, ଗେଲପୁର, କାଉପୁର, କେଶପୁର, ଗୋରାମାଟି, ଅର୍ଣ୍ଣପାଳ, ବନ୍ଧଗାଁ, ବଣିଆ, କୁଡ଼ିଆମାଳ, ଏରେଇଁ, ଗୁଜିଦରଡ଼ା, ଲାଙ୍ଗୁଡି, କୋରକୋରା, ସାବରଙ୍ଗ, ଭୀମପାଳ, ବେତରା, ଜଳଙ୍ଗା, ଜଗଦଳପୁର, ରାହାଞ୍ଜ, କଳାହାଣ୍ଡିଆ, ବାଉଦପୁର, ବେନ୍ତାଳ, କଲେଇ, କୋଡବରୁଆଁ, ନାରାୟଣପୁର ଗ୍ରାମରୁ ମୋଟ ୬୭ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱର ଜିଲ୍ଲା ସିମୁଳିଆ, ଖଇରା ଓ କେନ୍ଦୁଝର ଜିଲ୍ଲାରୁ ମୋଟ ୧୦ଜଣ ଚିହ୍ନଟ ହୋଇଛନ୍ତିି । ଅନ୍ୟପକ୍ଷରେ ଚାନ୍ଦବାଲି ବ୍ଳକର ଘଣ୍ଟେଶ୍ୱର, ଶେରପୁର, ବିଜୟନଗର, ଚଡଦିଆ, ଖେରଙ୍ଗ, କଇଥଖୋଲା, ମହୁଲିଆ, ମତୋ, ହରିପୁର, ନାଲଗୁଣ୍ଡା, ତେନ୍ତୁଲିଡିହି, ଗୋପିନାଥପୁର, ନନ୍ଦପୁର, ଧାମରା, ଓରାସାହିରୁ ମୋଟ ୨୭ଜଣ, ଚାନ୍ଦବାଲି ଏନ୍‌ଏସିରୁ ୭ଜଣ, ବନ୍ତ ବ୍ଲକର ଅଣିଜୋ, ନୂଆପୋଖରୀ, ହରିପୁର, ପଳାସା, ବିନାୟକପୁର, କାଦବରାଙ୍ଗ, ଅମରସିଂହପୁର, କାଦବରାଙ୍ଗ, ମହାନ୍ତିିପଡା, ରାଜେନ୍ଦ୍ରପୁର, ରାମପୁର, ବସନ୍ତିଆ, ଟିଲୋ, ବନ୍ତ, କେନ୍ଦୁଆପଦା, ବିଟିପୁରରୁ ମୋଟ ୨୭ ଜଣ, ଧାମନଗର ଏନ୍‌ଏସିରୁ ୯ଜଣ, ବାସୁଦେବପୁର ପୌରପାଳିକାର ୫ ନଂ ୱାର୍ଡ, ୧୨ ନଂ ୱାର୍ଡ, ୧୪ ନଂ ୱାର୍ଡ, ୧୭ ନଂ ୱାର୍ଡ, ୧୮ ନଂ ୱାର୍ଡ, ୨୨ ନଂ ୱାର୍ଡ, ୭ ନଂ ୱାର୍ଡ, ୮ ନଂ ୱାର୍ଡ, ୯ ନଂ ୱାର୍ଡରୁ ମୋଟ ୨୩ଜଣ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.