ad
ଓଡ଼ିଶା

ପାଟକୁରା: ଆଗରେ ବିଜେଡି

ପାଟକୁରା, ୨୪।୭(ଓଡିଆ ପୁଅ/ପଙ୍କଜିନୀ ନାୟକ): ପାଟକୁରା ବିଧାନସଭା ଆସନ ପାଇଁ ଆଜି ଜାରି ହୋଇଛି ଭୋଟ୍ ଗଣତି। ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୨୯୨୭ ଭୋଟରେ ଆଗୁଆ ରହିଥିଲେ। ବିଜେଡି ୬୭୩୫ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୩୮୦୮ ଭୋଟ ପାଇଥିଲେ। ସେହିପରି କଂଗ୍ରେସ ପ୍ରାର୍ଥୀ ଜୟନ୍ତ ଷଢଙ୍ଗୀଙ୍କୁ ୨୨୭ ଭୋଟ୍ ମିଳିଥିଲା।

ଦ୍ୱିତୀୟ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ୧୨୧୧ ଭୋଟରେ ଆଗୁଆ ରହିିନ୍ତି। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ମୋଟ୍ ୭୨୪୫ ଭୋଟ୍ ମିଳିଛି। ଅନ୍ୟପଟେ ଦ୍ୱିତୀୟ ରାଉଣ୍ଡରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୫୦୩୪ ଭୋଟ୍ ମିଳିଛି। ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ୪୧୩୮ ଭୋଟରେ ଆଗୁଆ ରହିଛନ୍ତି।

ଏହା ସହ ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ୬୩୩୭ ଭୋଟରେ ଆଗୁଆ ରହିଛନ୍ତି। ବିଜେଡି ପ୍ରାଥୀଙ୍କୁ ୧୮, ୮୯୯ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀଙ୍କୁ ୧୩, ୩୧୫ ଭୋଟ ମିଳିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top