Home ଓଡ଼ିଶା ଷଷ୍ଠ ରାଉଣ୍ଡରେ ବିଜେଡି ଆଗରେ

ଷଷ୍ଠ ରାଉଣ୍ଡରେ ବିଜେଡି ଆଗରେ

82

ପାଟକୁରା, ୨୪।୭(ଓଡିଆ ପୁଅ/ପଙ୍କଜିନୀ ନାୟକ): ପାଟକୁରା ବିଧାନସଭା ପାଇଁ ଆଜି ୧୮ଟି ରାଉଣ୍ଡରେ ହେବ ଭୋଟ୍ ଗଣତି। କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିଛି ଭୋଟ୍ ଗଣତି। ଟେଣ୍ଡ୍ରରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଆଗୁଆ ରହିଛନ୍ତି। ବହୁ ପଛରେ ରହିଯାଇଛନ୍ତି ବିଜେପି ପ୍ରାର୍ଥୀ ବିଜ୍ର ମହାପାତ୍ର।

ଷଷ୍ଠ ରାଉଣ୍ଡରେ ବିଜେଡି ପ୍ରାର୍ଥୀଙ୍କୁ ୬୦୧୨ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀଙ୍କୁ ୪୧୫୩ ଭୋଟ୍ ମିଳିଛି। ସେହିପରି କଂଗ୍ରେସ ପ୍ରାର୍ଥୀଙ୍କୁ ୧୬୨ ଭୋଟ୍ ମିଳିଛି। ବିଜେଡିର ସାବିତ୍ରୀ ଅଗ୍ରୱାଲ ମୋଟ୍ ୧୦୫୩୨ ଭୋଟରେ ଆଗୁଆ ରହିଛନ୍ତି।

ସାବିତ୍ରୀ ଅଗ୍ରୱାଲଙ୍କୁ ମୋଟ୍ ୩୬୬୧୨ ଭୋଟ୍ ମିଳିଥିବା ବେଳେ ବିଜେପିର ବିଜ୍ର ମହାପାତ୍ରଙ୍କୁ ମୋଟ୍ ୨୬୦୮୦ ଭୋଟ୍ ମିଳିଛି। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ୯୮୨ ଭୋଟ୍ ମିଳିଛି। ନୋଟାରେ ପଡିଛି ୧୭୪ ଭୋଟ୍। ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.