Home Top News ପରୀ ଘଟଣାକୁ ନେଇ ସ୍ମୃତି, ଇରାନୀଙ୍କ ଚେତାବନୀ: ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ରାଜ୍ୟବ୍ୟାପୀ ଆନ୍ଦୋଳନ...

ପରୀ ଘଟଣାକୁ ନେଇ ସ୍ମୃତି, ଇରାନୀଙ୍କ ଚେତାବନୀ: ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ମହିଳା ମୋର୍ଚ୍ଚା

42

ଭୁବନେଶ୍ୱର: ପରୀ ହତ୍ୟାକାଣ୍ଡର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନୁହେଂ ବରଂ ସିବିଆକୁ ହସ୍ତାନ୍ତର କରାଯାଉ। ଏହି ଘଟଣାରେ ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଥିବାରୁ ଘଟଣାକୁ ଚପାଇ ଦେବା ଲାଗି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏକ ନୂଆ ନାଟକ ରଚିଛନ୍ତି। ଯେଉଁଠି ଶାସକ ଦଳର ଇଙ୍ଗିତରେ ପୋଲିସ ଗତ ସାଢ଼େ ୪ ମାସ ଧରି ନୀରବ ରହିଛି। ସେ ସ୍ଥାନରେ କ୍ରାଇମବ୍ରାଞ୍ଚ କେବଳ ସରକାରଙ୍କ ମୋହରା ସାଜି ଶାସକ ଦଳକୁ ଫାଇଦା ପହଞ୍ଚାଇବା କାର୍ଯ୍ୟ କରିବ। କ୍ରାଇମବ୍ରାଞ୍ଚ ତଦନ୍ତ ହେଲେ ସମୟ ଗଡ଼ି ଚାଲିବ ଏବଂ ଦୋଷୀ ଦଣ୍ଡ ପାଇବାରୁ ବଞ୍ଚିତ ରହିବ। ପୂର୍ବରୁ ବେବିନା ଗଣଦୁଷ୍କର୍ମ, ଇତିଶ୍ରୀ, କୁନ୍ଦୁଲି, ସ୍ମିତାରାଣୀ ହତ୍ୟା ଆଦି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେବା ପରେ ବି ଦୋଷୀ ଦଣ୍ଡ ପାଇନାହାଁନ୍ତି। ବରଂ କ୍ରାଇମବ୍ରାଞ୍ଚ ତଦନ୍ତ ଦ୍ୱାରା ପ୍ରମାଣ ନଷ୍ଟ କରାଯାଇ ଦୋଷୀମାନଙ୍କୁ ସୁରକ୍ଷା ଦିଆଯିବାର ନଜିର ପୂର୍ବରୁ ରହିଛି। କ୍ରାଇମବ୍ରାଞ୍ଚ ତଦନ୍ତକୁ ଅପେକ୍ଷା କରିବାର ଅର୍ଥ ହେଉଛି ପର୍ବତ ମୂଷିକ ପ୍ରସବ ସଦୃଶ୍ୟ। ଏହି ତଦନ୍ତ ଦ୍ୱାରା ବିଜେଡିର ତୁଙ୍ଗନେତା ମାନେ ଗିରଫ ହେବାରୁ ବର୍ତ୍ତିଯାଇଛନ୍ତି। ଏଣୁ ପରୀକୁ ନ୍ୟାୟ ନ’ମିଳିବା ଯାଏଁ ମହିଳା ମୋର୍ଚ୍ଚା ଚୁପ୍ ରହିବନି। ପରୀକୁ ନ୍ୟାୟ ଦେବା ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ପ୍ରତ୍ୟେକ ଜିଲ୍ଲାରେ ମହିଳା ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ତେଚାବନୀ ଦେଇଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ମୃତି କହିଛନ୍ତି ଯେ, ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକ ବିଜେଡି କର୍ମୀ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ଘନିଷ୍ଠ ହୋଇଥିବା ଯୋଗୁଁ ପୋଲିସ ଏ’ପର୍ଯ୍ୟନ୍ତ ତାକୁ ଗିରଫ କରିନାହିଁ। ଅନ୍ୟପଟେ ଗତକାଲି ଗଣମାଧ୍ୟମରେ ମନ୍ତ୍ରୀ ଅରୁଣ ସାହୁ ପୀଡ଼ିତା ଗାଁର ସରପଞ୍ଚଙ୍କୁ ଫୋନ କରି ଧମକ ଦେଉଥିବାର ଅଡିଓ କ୍ଲିପ ଭାଇରାଲ ହୋଇଛି। ଏହି ଭାଇରାଲ ଅଡିଓ କ୍ଲିପରେ ମନ୍ତ୍ରୀ ଏ’ ଘଟଣାରେ ସଂପୃକ୍ତ ଏବଂ ସେ ନିଜେ ଅଭିଯୁକ୍ତକୁ ସୁରକ୍ଷା ଦେଉଥିବାର ପ୍ରମାଣ ମିଳିଛି। ଏହାକୁ ଆଧାର କରି ପୋଲିସ ମନ୍ତ୍ରୀ ଅରୁଣ ସାହୁଙ୍କୁ ତଦନ୍ତ ପରିସରଭୃକ୍ତ କରୁ। ଏହା ସହ ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ। ପରୀ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକ ଏବଂ ତା’ର ସହଯାଗୀ ଏବେ ଶାସକ ଦଳର ଛତ୍ରଛାୟା ତଳେ ଖୁଲୁମଖୁଲା ବୁଲୁଛି। ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଥିବାରୁ କ୍ରାଇମବ୍ରାଞ୍ଚ ମଧ୍ୟ ପୋଲିସ ଭଳି ଅଭିଯୁକ୍ତ ମାନଙ୍କୁ କ୍ଲିନଚିଟ୍ ଦେବାର ସମ୍ଭାବନା ରହିଛି। ଏଣୁ ପରୀକୁ ନ୍ୟାୟ ଦେବା ପାଇଁ ଘଟଣାର ସିବିଆଇ ତଦନ୍ତ କରାଯାଉ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକ ଏବଂ ତା’ର ସହେଯାଗୀଙ୍କୁ ଗିରଫ କରି କଠୋର ଦଣ୍ଡ ଦିଆଯାଉ। ଶାସକ ଦଳ ଚାପରେ ତଦନ୍ତ ନ’କରିବା, କର୍ତ୍ତବ୍ୟରେ ଅବହେଳା ଏବଂ କ୍ଷମତାର ଅପବ୍ୟବହାର କରିଥିବାରୁ ନୟାଗଡ଼ ଏସପି ଏବଂ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ମୃତି ପଟ୍ଟନାୟକ ଦାବି କରିଛନ୍ତି। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କାନନବାଳା ପଟ୍ଟନାୟକ ଏବଂ କସ୍ତୁରୀ ମିଶ୍ର ସାମିଲ ଥିଲେ। ସେହିପରି ଏହି ଘଟଣା ଉପରେ ଚେତାବନୀ ଦେଇଛନ୍ତି ବିଜେପି ରାଜ୍ୟ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟା ତଥା ୨୦୧୯ରେ ଅରୁଣ ସାହୁଙ୍କ ବିରୋଧରେ ବିଜେପିରୁ ପାର୍ଥି ହୋଇଥିବା ଇରାନୀ ରାୟ। ଇରାନୀ ଟ୍ୱିଟ୍ କରିଛନ୍ତି ଯେ, ପରି ହତ୍ୟା ଘଟଣାରେ ଅରୁଣ ସାହୁ ମାଫିଆ ଡନ ହିସାବରେ କାର୍ଯ୍ୟ କରିଛନ୍ତି। ତାଙ୍କୁ ତୁରନ୍ତ ମନ୍ତ୍ରୀପଦରୁ ବିତାଡ଼ିତ କରାଯାଉ। ନଚେତ୍ ସେ ବିଧାନସଭା ଆଗରେ ଅନଶନରେ ବସିବେ।
-@DevDR

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.