Home ଓଡ଼ିଶା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଛିଡ଼ା ହୋଇଥିବା ଟ୍ରକ ପଛରେ ଧକ୍କା ଦେଲା ବୋଲେରୋ, ୧ ଗୁରୁତର...

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଛିଡ଼ା ହୋଇଥିବା ଟ୍ରକ ପଛରେ ଧକ୍କା ଦେଲା ବୋଲେରୋ, ୧ ଗୁରୁତର ୬ ଆହତ

8

ହରିଚନ୍ଦନପୁର,ତା ୨୬ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କୁଆଝରଣ ଘାଟିରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା, ଜଣେ ଗୁରୁତର ୬ଜଣ ଆହତ । ଖବର ଅନୁଯାୟୀ ଗତ ୨ସପ୍ତାହରୁ ଉର୍ଦ୍ଧ୍ବ ଦିନ ହେବ କୁଆଝରଣ ତଳ ଘାଟି ନିକଟସ୍ଥ ଜଙ୍ଗଲରେ ଏକ ୧୦ଚକିଆ(ଓଡି ୧୬ସି ୪୧୦୦) ଲୁହାପଥର ବୋଝେଇ ଟ୍ରକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାସ୍ତା ମଝିରେ ଛିଡ଼ା ହୋଇରହିଛି । ବଡ଼ବିଲ ଅଞ୍ଚଳରୁ ଏକ ନୂଆ ବୋଲେରୋ (ଓଡି୦୯ କେ ୯୫୬୯) ଯୋଗେ ୭ଜଣ ସାଙ୍ଗ ପୁରୀ ବୁଲିବା ଅଭିମୁଖେ ଯାଉଥିଲେ । କୌଣସି କାରଣରୁ ଭାରସାମ୍ୟ ହରାଇ ଉକ୍ତ ୧୦ଛକିଆ ଟ୍ରକ ପଛରେ ବୋଲେରୋଟି ଧକ୍କା ଦେଇଥିଲା । ଧକ୍କା ଦେବା ଫଳରେ ବୋଲେରୋ ମଧ୍ୟରୁ ଜଣେ ଗୁରୁତର ଥିବା ବେଳେ ୬ଜଣ ସାମାନ୍ୟ ଆହତ ହୋଇଛନ୍ତି । ଉକ୍ତ ଦୁର୍ଘଟଣାରେ ଗେରସ ମୁଣ୍ଡାର ହାତ ଓ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ସୁଶାନ୍ତ ବାରିକ, ଦିଶୁ ମୁଣ୍ଡା, ହରିଷ ଚାମ୍ପିଆ, ସରୋଜ ମୁଣ୍ଡା, ବିଜୟ ବେହେରା, ଗୋବିନ୍ଦ ଆପଟ ସାମାନ୍ୟ ଆହତ ହୋଇଛନ୍ତି । ଘଟଣା ଦେଖି ସ୍ଥାନୀୟ ଲୋକେ ସମସ୍ତ ଆହତଙ୍କୁ ବୋଲେରୋ ମଧ୍ୟରୁ ବାହାର କରି ୧୦୮ ଆମ୍ବୁଲାନ୍ସକୁ ଫୋନ୍ ଯୋଗେ ଜଣାଇଥିଲେ । ଖବର ପାଇ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.