Home ଓଡ଼ିଶା ‘ମୋ ବିଦ୍ୟୁତ’ ମୋବାଇଲ ଆପ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

‘ମୋ ବିଦ୍ୟୁତ’ ମୋବାଇଲ ଆପ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

294

ଭୁବନେଶ୍ୱର ୧୯-୧୦ (ଓଡ଼ିଆ ପୁଅ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ‘ମୋ ବିଦ୍ୟୁତ୍‌’ ମୋବାଇଲ୍‌ ଆପ୍ ର ଲୋକାର୍ପଣ କରିଛନ୍ତି।
ଏହି ଆପ୍‌ ମାଧ୍ୟମରେ ବିଦ୍ୟୁତ୍ ଗ୍ରାହକମାନେ ଅନଲାଇନରେ ବିଭିନ୍ନ ସେବା ଯଥା ବିଦ୍ୟୁତ୍‌ ସଂଯୋଗ ପାଇଁ ଆବେଦନ, ବିଲ ପୈଠ, ବିଦ୍ୟୁତ ସେବା ସଂପର୍କିତ ଅଭିଯୋଗ ଦାଖଲ ଆଦି ପାଇପାରିବେ।
ବିଦ୍ୟୁତ ଉପଭୋକ୍ତାଙ୍କୁ ଗ୍ରାହକ ସେବା ପାଇବାରେ ସାହାଯ୍ୟ କରିବ ଏହି ଆପ୍। ଏଣିକି ମୋ ସରକାର ଅଧୀନ ଆସିଛି ବିଦ୍ୟୁତ ସେବା। ଏଥିଦ୍ୱାରା ରାଜ୍ୟର ୮୯ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଉପକୃତ ହେବେ।
– ୫ କିଲୋୱାଟ ଯାଏଁ ବିଜୁଳି ବ୍ୟବହାର ପାଇଁ ୪୮ ଘଂଟାରେ ସଂଯୋଗ ମିଳିପାରିବ।
– ଘରୋଇ, ବ୍ୟବସାୟ, କୃଷି, ଜଳସେଚନ ପାଇଁ ୪୮ ଘଂଟାରେ ସଂଯୋଗ ମିଳିପାରିବ।
– ଅନଲାଇନ ବିଦ୍ୟୁତ ଦେୟ ପୈଠ ଉପରେ ୨ ପ୍ରତିଶତ ରିହାତି ମିଳିବ।
– ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉପଭୋକ୍ତାଙ୍କ ସମସ୍ୟାକୁ ଦୂର କରିବା ସହ ବିଭିନ୍ନ ପ୍ରକ୍ରିୟାକୁ ସରଳ କରିବା ପାଇଁ ଏହି ମୋବାଇଲ୍‌ ଆପ୍‌କୁ ବିକଶିତ କରାଯାଇଛି।
– ଏହି ଆପ୍ ଖୁବଶୀଘ୍ର ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବ।
– ଏହି ଆପ୍‌ ମାଧ୍ୟମରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଅଭିଯୋଗର ତୁରନ୍ତ ସମାଧାନ ମଧ୍ୟ କରାଯାଇ ପାରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.