Home Coronavirus Outbreak ଆଜି କଟକସହରରୁ ୬୪, ଭୁବନେଶ୍ୱରରୁ ୨୧୩ କରୋନା ପଜିଟିଭ ଚିହ୍ନଟ

ଆଜି କଟକସହରରୁ ୬୪, ଭୁବନେଶ୍ୱରରୁ ୨୧୩ କରୋନା ପଜିଟିଭ ଚିହ୍ନଟ

54

ଭୁବନେଶ୍ୱର ୧୯।୧୦ (ଓଡ଼ିଆ ପୁଅ) – ଆଜି କଟକ ଜିଲ୍ଲାରୁ ୧୪୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେ‌ଳେ କଟକ ସହରରୁ ମୋଟ ୬୪ଜଣ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେହିପରି ରାଜଧାନୀ ଭୁବନେଶ୍ୱରରୁ ୨୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ କଟକରୁ, କ୍ୱାରେଣ୍ଟାଇନରୁ ୩୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୫ ଜଣ ଅଛନ୍ତି। ଏ ନେଇ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ଏସେହିପରି ରାଜଧାନୀ ଭୁବନେଶ୍ୱରରୁ ଥିରେ ୬୮ଜଣ ସଂଗରୋଧ କେନ୍ଦ୍ରରୁ ଓ ୧୪୫ ଜଣ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ତେଣୁ କଟକରେ ୧୪, ୧୬୬ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୧୩, ୨୨୨ଜଣ ସୁସ୍ଥ ହୋଇଛନ୍ତି ୬୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ୮୭୯ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।

ସେହିପରି ଭୁବନେଶ୍ୱରରୁ ଏ ପର୍ଯ୍ୟନ୍ତ ୨୭ ହଜାର ୪୪୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୪ ହଜାର ୪୫୦ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୨୮୩୦ ଜଣ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୪୦ଜଣଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.