Home ଓଡ଼ିଶା ରାଉରକେଲା NIT କ୍ୱାର୍ଟର୍ସରୁ ପ୍ରଫେସର ଦମ୍ପତିଙ୍କ ମୃତଦେହ ଉଦ୍ଧାର

ରାଉରକେଲା NIT କ୍ୱାର୍ଟର୍ସରୁ ପ୍ରଫେସର ଦମ୍ପତିଙ୍କ ମୃତଦେହ ଉଦ୍ଧାର

420

ରାଉରକେଲା ୧୭-୮ (ଓଡ଼ିଆ ପୁଅ) ରାଉରକେଲା ସ୍ଥିତ ଏନ୍‌ଆଇଟି ପରିସରରେ ଥିବା ଷ୍ଟାଫ୍‌ କ୍ୱାର୍ଟର୍ସରୁ ପ୍ରଫେସର ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦମ୍ପତ୍ତି ହେଉଛନ୍ତି ଏନ୍‌ଆଇଟିର ସହକାରୀ ପ୍ରଫେସର ଆର. ଜଲାନ୍ (୩୮) ଓ ତାଙ୍କ ପତ୍ନୀ (୩୫)। ଶ୍ରୀ ଜଲାନ୍‌ ଲାଇଫ୍ ସାଇନ୍ସ ବିଭାଗର ସହକାରୀ ପ୍ରଫେସର ଥିଲେ। ଆର. ଜଲାନ୍ ଦୁଇ ଦିନ ଧରି କଲେଜ୍ ଯାଇ ନଥିଲେ।

ସୂଚନାମତେ ଗତ ଦୁଇ ଦିନ ହେଲା ତାଙ୍କ ଘର ଭିତର ପଟୁ କବାଟ ବନ୍ଦ ଥିଲା। ତେଣୁ ପଡ଼ିଶା ଲୋକମାନଙ୍କର ସନ୍ଦେହ ହେବାରୁ ସେମାନେ ପୋଲିସ୍ କୁ ଖବର ଦେଇଥିଲେ। ପୋଲିସ୍ ଗତକାଲି ବିଳମ୍ବିତ ରାତିରେ ସେଠାରେ ପହଞ୍ଚି ଘରଟିକୁ ସିଲ୍ କରି ଦେଇଥିଲା। ଆଜି ସକାଳେ କବାଟ ଭାଙ୍ଗି ପୋଲିସ୍‌ କ୍ୱାର୍ଟର୍ସ ଭିତରେ ପଶିଥିଲା। ଘର ଭିତରେ ଜଲାନ୍ ଦମ୍ପତିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୋଲିସ୍ ସେଠାରେ ତଦନ୍ତ ଜାରି ରଖିଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍ ଓ ଡଗ୍ ସ୍ୱାଡ୍‌ ମଧ୍ୟ ସେଠାରେ ପହଞ୍ଚିଛନ୍ତି ତଦନ୍ତ ଚଳାଇଛନ୍ତି। ଏନ୍‌ଆଇଟି କ୍ୱାର୍ଟର୍ସ ପରିସରରେ ଥିବା ସୁରକ୍ଷାକର୍ମୀଙ୍କ କହିବା ଅନୁଯାୟୀ, ଶେଷ ଥର ପାଇଁ ଅଗଷ୍ଟ ୧୪ ତାରିଖରେ ଏହି ଦମ୍ପତିଙ୍କୁ ବାହାରେ ଦେଖିବାକୁ ମିଳିଥିଲା। ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପୋଲିସ ତଦନ୍ତ ଜାରି ରଖିଛି ।

ପୁନଶ୍ଚ ସୂଚନାଯୋଗ୍ୟଯେ, ୯ ବର୍ଷ ତଳେ ସହକାରୀ ପ୍ରଫେସର ଆର. ଜଲାନ୍ ଏବଂ ତାଙ୍କ ପତ୍ନୀଙ୍କ ବିବାହ ହୋଇଥିଲା। ଜଲାନ୍ ଦମ୍ପତିଙ୍କର କୌଣସି ସନ୍ତାନ ନାହାନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.