Home ଓଡ଼ିଶା କେତେକ ସଂସ୍ଥା ଓ କମ୍ପାନୀଙ୍କ ନୂଆ ପଞ୍ଜୀକରଣ ଅନୁମୋଦନ ପ୍ରକ୍ରିୟା ଅକ୍ଟୋବର ପହିଲା ଯାଏ ସ୍ଥଗିତ

କେତେକ ସଂସ୍ଥା ଓ କମ୍ପାନୀଙ୍କ ନୂଆ ପଞ୍ଜୀକରଣ ଅନୁମୋଦନ ପ୍ରକ୍ରିୟା ଅକ୍ଟୋବର ପହିଲା ଯାଏ ସ୍ଥଗିତ

489

ନୂଆ ଦିଲ୍ଲୀ ୯-୫ (ଓଡ଼ିଆ ପୁଅ) ସାଂପ୍ରତିକ ଅଭୂତପୂର୍ବ ମାନବିକ ଓ ଅର୍ଥନୈତିକ ସଂକଟକୁ ଦୃଷ୍ଟିରେ ରଖି ସିବିଡିଟି କେତେକ ନିର୍ଦ୍ଦିଷ୍ଟ ପ୍ରକାରର ସଂସ୍ଥା ଓ କମ୍ପାନୀଙ୍କ ପାଇଁ ଲାଗୁ ହେବାକୁ ଥିବା ନୂଆ ବିଜ୍ଞପ୍ତି ପଞ୍ଜୀକରଣ ଓ ଅନୁମୋଦନ ପ୍ରକ୍ରିୟାକୁ ଆସନ୍ତା ଅକ୍ଟୋବର ପହିଲା ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ତଦନୁସାରେ ୧୯୬୧ ଆୟକର ଆଇନର ଧାରା 10(23C), 12AA, 35 ଏବଂ 80G ଅନୁସାରେ ସଂପୃକ୍ତ ସଂସ୍ଥାକୁ ଅକ୍ଟୋବର ପହିଲାରୁ ତିନି ମାସ ମଧ୍ୟରେ ଅର୍ଥାତ ୨୦୨୦ ଡିସେମ୍ବର ୩୧ ସୁଦ୍ଧା ନିଜର ଇଣ୍ଟିମେସନ ଫାଇଲ କରିବାକୁ ପଡିବ। ଏହା ସହିତ ନୂଆ ପଞ୍ଜୀକରଣ, ବିଜ୍ଞପ୍ତି ଓ ଅନୁମୋଦନ ପ୍ରକ୍ରିୟା ଅକ୍ଟୋବର ପହିଲାରୁ ସଂପୃକ୍ତ ସଂସ୍ଥାଙ୍କ ପାଇଁ ଲାଗୁ ହେବ। ଏ ସଂକ୍ରାନ୍ତ ଆବଶ୍ୟକ ଆଇନଗତ ସଂଶୋଧନ ପ୍ରକ୍ରିୟା ଯଥା ସମୟରେ ଆରମ୍ଭ କରାଯିବ।

ଆସନ୍ତା ଜୁନ ପହିଲାରୁ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଥିଲା। ତେବେ କରୋନା ମହାମାରୀ ଜନିତ ଲକଡାଉନ ଓ ଅନ୍ୟାନ୍ୟ ଅସୁବିଧା ଯୋଗୁ ଏହାକୁ ସ୍ଥଗିତ ରଖିବାକୁ ଅର୍ଥମନ୍ତ୍ରଣାଳୟ ନିଟରେ ଅନେକ ଆବେଦନ ନିବେଦନ ପହଞ୍ଚିଥିଲା। ଏହାକୁ ବିଚାରକୁ ନେଇ ଅର୍ଥମନ୍ତ୍ରଣାଳୟ ଏହି ନିଷ୍ପତ୍ତି ଗ୍ରହଣ କରିଛି।

ସୂଚନାଯୋଗ୍ୟ ଯେ ୨୦୨୦ ଅର୍ଥ ଆଇନ, ଆୟକର ଆଇନ ଧାରା 10(23C), 12AA, 35 ଏବଂ 80Gକୁ ସମାୟୋଜିତ କରି ନିର୍ଦ୍ଦିଷ୍ଟ କେତେକ ସଂସ୍ଥା, କମ୍ପାନୀ ଓ କ୍ଷେତ୍ରର ପଞ୍ଜୀକରଣ ବିଜ୍ଞପ୍ତି ଏବଂ ଅନୁମୋଦନ ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଛି। ଏହା ଚଳିତ ବର୍ଷ ଜୁନ ପହିଲାରୁ କାର୍ଯ୍ୟକାରୀ ହେବାକୁ ଥିଲା। ତଦନୁସାରେ ଏସବୁ ସଂସ୍ଥାଙ୍କୁ ଆଗାମୀ ୩୧ ଅଗଷ୍ଟ ସୁଦ୍ଧା ଇଣ୍ଟିମେସନ ଫାଇଲ କରିବା ଅନିବାର୍ଯ୍ୟ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.