Home ଜିଲ୍ଲା ପରିକ୍ରମା ଶ୍ରୀଜଗନ୍ନାଥ ପବ୍ଲିକ ସ୍କୁଲରେ ନେତାଜୀ ଜୟନ୍ତୀ

ଶ୍ରୀଜଗନ୍ନାଥ ପବ୍ଲିକ ସ୍କୁଲରେ ନେତାଜୀ ଜୟନ୍ତୀ

11

ବାଲେଶ୍ୱର, ୨୩ା୧ (ଓଡ଼ିଆ ପୁଅ/ଅଭୟ ଦାସ): ଶ୍ରୀ ଜଗନ୍ନାଥ ପବ୍ଲିକ ସ୍କୁଲରେ ଦୁଇ ଉଗ୍ରଦେଶଭକ୍ତ ତଥା ରାଷ୍ଟ୍ରବାଦୀ ନେତା ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଶନିବାର ଦିନ ପାଳିତ ହୋଇଯାଇଛି। ସ୍ଥାନୀୟ ସିନ୍ଦୁରୀସ୍ଥିତ ବିଦ୍ୟାଳୟ ପରିସରରେ ପରିଚାଳନା କମିଟି ଉପାଧ୍ୟକ୍ଷ କବି ଶ୍ରୀଦେବଙ୍କ ପୌରହିତ୍ୟରେ ଉତ୍ସବ ପାଳିତ ହୋଇଥିଲା। ଉଭୟ ମହାପୁରୁଷଙ୍କ ଫଟୋଚିତ୍ରରେ ଧୂପ-ପୁଷ୍ପାର୍ଘ୍ୟ ପ୍ରଦାନ ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ଜେନା ସ୍ୱାଗତ ସମ୍ଭାଷଣ ରଖିଥିଲେ। ପରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ସରୋଜିନୀ ମିଶ୍ର, ମନ୍ଦାକିନୀ ରାଉତ, ପ୍ରଣିତା ଅଗସ୍ତି, ସସ୍ମିତା ଆଚାର୍ଯ୍ୟା, ପ୍ରିୟା ପାଲ, ଦିବ୍ୟାଶ୍ରୀ ମାଝୀ, ସୁମିତା ନାୟକ, ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା, ଏଚ ଶ୍ରୀରାମ, ସନ୍ତୋଷ କୁମାର ପଣ୍ଡା, ରାଜେନ୍ଦ୍ର ପ୍ରସାଦ ଘୋଷ, ଦେବବ୍ରତ ଦାଶ, ଅଜୟ କୁମାର ଜେନା ପ୍ରମୁଖ ଯୋଗଦେଇ ଦୁଇ ମହାନ ନେତାଙ୍କ ଜୀବନାଦର୍ଶ ଓ ଦେଶମୁକ୍ତିରେ ସେମାନଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଭାସ୍କର ଚନ୍ଦ୍ର ପାଣିଗ୍ରାହୀ ଦୁଇ ଯୁଗାନ୍ତକାରୀ ସଂଗ୍ରାମୀଙ୍କୁ ସ୍ମରଣ ସହ ଏହାକୁ ଅନୁସରଣ ପାଇଁ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.