Home ଜିଲ୍ଲା ପରିକ୍ରମା ‘ସହାୟକ’ପକ୍ଷରୁ ରକ୍ତଦାନ ଶିବିର

‘ସହାୟକ’ପକ୍ଷରୁ ରକ୍ତଦାନ ଶିବିର

12

ବାଲେଶ୍ୱର, ୨୩ା୧ (ଓଡ଼ିଆ ପୁଅ/ଅଭୟ ଦାସ): ନେତାଜୀ ଜୟନ୍ତୀ ଅବସରରେ ବାଲେଶ୍ୱରର ଅନ୍ୟତମ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସହାୟକ’ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ଇଂ ସୁରେନ୍ଦ୍ର ନାଥ ଦାସଙ୍କ ପୌରହିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ପାଦକ ଇଂ ବନମାଳି ନାୟକ ଯୋଗଦେଇ ସହାୟକ ସଂଗଠନ ପ୍ରତିଷ୍ଠାର ଇତିହାସ ଏବଂ କାର୍ଯ୍ୟଶୈଳୀ ସମ୍ପର୍କରେ ସୂଚନା ଦେଇଥିଲେ। ଜିଲା ରକ୍ତଭଣ୍ଡାର ଅଧିକାରୀ ଡା.ବସନ୍ତ କୁମାର ଉପାଧ୍ୟାୟ ଏହି ଶିବିରକୁ ଉଦ୍‌ଘାଟନ କରିବା ସହ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ରକ୍ତଦାନ ଶିବିରରୁ ସଂଗୃହୀତ ରକ୍ତ ସମ୍ପ୍ରତି ଜିଲ୍ଲାର ରକ୍ତର ଅଭାବକୁ ପୁରଣ କରିବାରେ ସମର୍ଥ ହୋଇପାରୁଛି ବୋଲି ଡା. ଉପାଧ୍ୟାୟ ମତ ପ୍ରକାଶ କରିଥିଲେ। ସ୍ୱେଚ୍ଛାସେବୀ ସଂଗଠନ ହେଲପିଂ ହ୍ୟାଣ୍ଡର ସଦସ୍ୟ ଓ ବାଲେଶ୍ୱର ଏନଡିଆରଏଫ କର୍ମଚାରୀମାନେ ଏହି ଶିବିରରେ ରକ୍ତଦାନ କରିଥିଲେ। ଧୀରେନ୍ଦ୍ର ନାରାୟଣ ଦାସ, ବସନ୍ତ ନାୟକ, ଡା. ତାରାକାନ୍ତ ନନ୍ଦ, ଯଶୋଦାନନ୍ଦନ ଆଶ, ବେଣୁଧର ପାଳ, ଭବେଶ ଚନ୍ଦ୍ର ପଣ୍ଡା, ଇଂ ଗୌରାଙ୍ଗ ଦାସ, ଶେଖ ଆଲ୍ଲାଉଦ୍ଦିନ, ଇଂ ଶ୍ରୀରାମ ଦାଶ, ଇଂ ହୃଷିକେଶ ସାହୁ, ଶଶାଙ୍କ ଶେଖର ଦତ, ଦୀନବନ୍ଧୁ ଲେଙ୍କା, ଗୌରାଙ୍ଗ ପାଣିଗ୍ରାହୀ, ପ୍ରଣିତା ମିଶ୍ର, ମୀନତି ରାୟ, ଅରୁଣ ବୋଷ, ଶଚିନ୍ଦ୍ର ଦାସ, ନିରଞ୍ଜନ ପରିଡା, ଗଙ୍ଗାଧର ପୃଷ୍ଟି, ରମେଶ ଚନ୍ଦ୍ର ଜେନା, ପ୍ରଫୁଲ୍ଲ ଦାସ, ବିଜୟ ଦାସ ଅଧିକାରୀ, ଗୋପାଳ ଜେନା, ରମାକାନ୍ତ ମହାନ୍ତି, ଅକ୍ଷୟ କୁମାର ତ୍ରିପାଠୀ, ପୁରୁଷୋତମ ବେହେରା, ଅଖିଳ କୁମାର ଦାସ, ଶ୍ୟାମସୁନ୍ଦର ଜେନା ପ୍ରମୁଖ ଏଥିରେ ଉପସ୍ଥିତ ରହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.