Home ଅପରାଧ MV ୭୯ ପୋଲିସ ଦ୍ୱାରା ୧୪୧୧ କେଜି ଗଞ୍ଜେଇ ଜବତ, ୮ ଗିରଫ

MV ୭୯ ପୋଲିସ ଦ୍ୱାରା ୧୪୧୧ କେଜି ଗଞ୍ଜେଇ ଜବତ, ୮ ଗିରଫ

22

ମାଲକାନଗିରି ୧।୨ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲା MV ୭୯ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ରବିବାରମଧ୍ୟ ରାତ୍ର ସମୟରେ ମାଲକାନଗିର ଜିଲ୍ଲା MV ୭୯ ଥାନା ଭାରପ୍ରାପ୍ତ ଅଧିକାରୀ ଜଅନ କୁଜୁର ଏବଂ ୧୦ ଜଣିଆ ପୋଲିସ ଟିମ ମିଶି ଗଞ୍ଜେଇ ଚୋରା ଚାଲାଣକୁ ଧରିବାରେ ସଫଳ ହୋଇଛନ୍ତି।

ସୂଚନା ଯୋଗ୍ୟ ଯେ, MV 79 ପୋଲିସ ଗତ କାଳି ରାତି ୨ଟା ସମୟରେ MV 72 ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ଟାକ୍ଟର ଆସିବା ଦେଖି ପୋଲିସ କୁ ସନ୍ଦେହ ହୋଇଥିଲା ପରେ ଗାଡିଟିକୁ ଯାଞ୍ଚ କରିବା ସମୟରେ ସେହି ଟାକ୍ଟରରେ ଗଞ୍ଜେଇ ଥିବାର ଦେଖିବାକୁ ମିଲଥିଲା। ୧୪୧୧ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ଗୋଟିଏ ହୋଣ୍ଡା ସାଇନ ମୋଟର ସାଇକେଲ (OD30D 1039), ଗୋଟେ ଟାକ୍ଟର ଏବଂ ଏକ ନାଲି ରଙ୍ଗର CRETA (AP 05 ES 4646) ଏବଂ ଜଣେ ମହିଳା ସମେତ ଆଠ ଜଣ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଆଠ ଜଣ ବ୍ୟକ୍ତି ହେଲେ MPV 78 ଅଞ୍ଚଳର ମହାନନ୍ଦ ହାଳଦାର(୩୨), ବିହାର ର ପାଟନା ର ମହମ୍ମଦ ଗୁଳରେଜ(୨୯), MV 72 ଗ୍ରାମର ଗୋପାଳ ରାୟ (୫୫), ବିକ୍ରମ ମଣ୍ଡଳ (୨୦), ରାଜେଶ ମଣ୍ଡଳ(୧୯), ମୁକାଳମା ବଳଭ (୪୮) ଆନ୍ଧ୍ରପ୍ରଦେଶ ର ରାଜମୁନ୍ଦିର ଅଞ୍ଚଳର ସୁଖଜିତ ସିଂହ(୩୬) ଏବଂ କାଲିମେଳା ର ମିର୍ଣ୍ଣାଲ ମଣ୍ଡଳ ବୋଲିଜଣା ପଢିଛି। ଆଜି ଗିରଫ ଆଠ ଜଣ ବ୍ୟକ୍ତିଙ୍କୁ ଡାକ୍ତରୀ ମଇନା କରି କେଶ ନମ୍ବର 09/21, 20(b)(ii)(C) 25/27(A)/29 NDPS ACT ରେ କେଶ ରୁଜୁ କରାଯାଇ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଏହି ଗଞ୍ଜେଇ ରାକେଟ ର ଅଧିକ ଆସାମୀ ଅଛନ୍ତି ଏବଂ ଏହାର ଚେର ବହୁତ ଦୂର ପର୍ଯ୍ୟନ୍ତ ଲମ୍ବି ଥିବାର ଆଶା କରାଯାଉଛି ଏହାର ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଜଅନ କୁଜୁର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.